ଅତିବଡ଼ି ଓଡ଼ିଆ ଅସ୍ମିତାର ଆଧାର

ପୁରୀ: ୧୯/୯: ଅତିବଡ଼ି ଜଗନ୍ନାଥ ଦାସଙ୍କ ରାଜ୍ୟସ୍ତରୀୟ ଜୟନ୍ତୀ ଉତ୍ସବ ମହାପୁରୁଷଙ୍କ ଜନ୍ମ ମାଟି କପିଳେଶ୍ୱରପୁର ଶାସନ (୧ମ ଶ)ରେ ମହାସମାରୋହରେ ପାଳିତ ହୋଇଯାଇଛି। ପୂର୍ବତନ ସଦସ୍ୟ ଓଡ଼ିଶା ସାହିତ୍ୟ ଏକାଡେମୀ ଡକ୍ଟର କୈଳାସ ଚନ୍ଦ୍ର ଟିକାୟତରାୟଙ୍କ ସଭିପତିତ୍ୱରେ ଆୟୋଜିତ ଏହି ଉତ୍ସବରେ ଉଦଘାଟକ ଭାବେ ମାନ୍ୟବର ସାଂସଦ ଡାକ୍ତର ସମ୍ବିତ୍ ପାତ୍ର, ମୁଖ୍ୟ ବକ୍ତା ଶ୍ରୀମତୀ ନିର୍ମଳା ଫତେସିଂହ, ବିଶିଷ୍ଟ ଅତିଥି ଶ୍ରୀଯୁକ୍ତ ମାନସ ରଞ୍ଜନ ମହାପାତ୍ର, ସମ୍ମାନନୀୟ ବକ୍ତା ଶ୍ରୀଯୁକ୍ତ କମଳେଶ ମହାରଣା, ସମ୍ମାନନୀୟ ଅତିଥି ସରପଞ୍ଚ କପିଳେଶ୍ୱରପୁର ଗ୍ରାମ ପଞ୍ଚାୟତ ଶ୍ରୀମତୀ ବବିତା ବରାଳ, ସମିତି ସଭ୍ୟ କପିଳେଶ୍ଵରପୁର ଗ୍ରାମ ପଞ୍ଚାୟତ ଶ୍ରୀମତୀ ଗୋଲାପ ସ୍ୱାଇଁ, ମହିଳା ମହାସଙ୍ଘ ଅଧ୍ୟକ୍ଷା ଶ୍ରୀମତୀ ବିନୋଦିନୀ ତ୍ରିପାଠୀ, ସଭାପତି ଅତିବଡ଼ି ଜଗନ୍ନାଥ ଦାସ ମେମୋରିଆଲ ଟ୍ରଷ୍ଟ ବୋର୍ଡ ଶ୍ରୀଯୁକ୍ତ ସୁରେନ୍ଦ୍ର ଦାଶ, ଅତିବଡ଼ି ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ଦ୍ୱାରିକାନାଥ ବିଶ୍ୱାଳ ଯୋଗଦେଇ ମହାପୁରୁଷଙ୍କ ଓଡ଼ିଆ ଭାଷା ଓ ସାହିତ୍ୟକୁ ଅବଦାନ ବିଷୟରେ ଆଲୋକପାତ କରିଥିଲେ। ଓଡ଼ିଆ ଭାଗବତ ଆଧାରରେ ଓଡିଶାରେ ସୀମା ନିର୍ଦ୍ଧାରଣ କରାଯିବା ଭଳି ଓଡ଼ିଆ ଭାଗବତ ହଁ ଓଡ଼ିଶାର ଅସ୍ମିତାର ଆଧାର ବୋଲି ମତବ୍ୟକ୍ତ କରିଥିଲେ। ପ୍ରାରମ୍ଭରେ ଅତିବଡ଼ିଙ୍କ ଫଟୋଚିତ୍ରରେ ବସ୍ତ୍ର, ପୁଷ୍ପ, ଧୂପ ଓ ଦୀପ ପ୍ରଦାନ ପୂର୍ବକ ଅନୁଷ୍ଠାନର ଶୁଭ ଆରମ୍ଭ କରାଯାଇଥିଲା। ମଞ୍ଚରେ ସଙ୍ଗୀତ ନାଟକ ଏକାଡେମୀ ସଦସ୍ୟ ଶ୍ରୀଯୁକ୍ତ ବଦ୍ରି ମିଶ୍ର ଭାଗବତ ପାଠ କରିଥିଲେ। ପରେ ପରେ ଅତିବଡ଼ି ଉଚ୍ଚ ବିଦ୍ୟାଳୟର ଛାତ୍ରୀ ବିଜୟଲକ୍ଷ୍ମୀ ସାହୁ, ଦିବ୍ୟଦର୍ଶନୀ ବେହେରା, ପଦ୍ମାଳୟା ବେହେରା, ଶୁଭଲକ୍ଷ୍ମୀ ସ୍ୱାଇଁ ଭାଗବତ ବୃନ୍ଦ ପାଠ କରିଥିଲେ। ଅତିବଡ଼ି ଉଚ୍ଚ ବିଦ୍ୟାଳୟର ଛାତ୍ର ଅର୍ଣ୍ଣବ କୁମାର ତ୍ରିପାଠୀ ଏବଂ ଛାତ୍ରୀ ଅଙ୍କିତା ଦସ ଅତିବଡ଼ିଙ୍କ ଅବଦାନ ବିଷୟରେ ନିଜ ନିଜର ବକ୍ତବ୍ୟ ରଖିଥିଲେ।ଶେଷରେ ଶ୍ରୀଯୁକ୍ତ ପ୍ରଶାନ୍ତ କୁମାର ତ୍ରିପାଠୀ ଧନ୍ୟବାଦ ଅର୍ପଣ କରିଥିଲେ। ଏହି ଉତ୍ସବରେ ପୁରୀ ତଥା ଆଖପାଖର ବହୁ ଶ୍ରଦ୍ଧାଳୁଙ୍କ ମଧ୍ୟରେ ବିପିନ ବିହାରୀ ଦଳାଇ, ସୁଶ୍ରୀ କ୍ରିଷ୍ଣା ମହାପାତ୍ର, ମିନତି ମିଶ୍ର, ପ୍ରବାସିନୀ ମିଶ୍ର ଯୋଗଦେଇଥିଲେ ।

Leave a Reply

Your email address will not be published. Required fields are marked *