ବିଏସଏନଏଲ୍ ର ରୌପ୍ୟ ଜୟନ୍ତୀ ଉତ୍ସବ ପାଳିତ
ବିଏସଏନଏଲ୍ ର ରୌପ୍ୟ ଜୟନ୍ତୀ ଉତ୍ସବ ପାଳିତ
ଅକ୍ଟୋବର ୧ ତାରିଖରେ ବିଏସଏନଏଲ୍ ର ରୌପ୍ୟ ଜୟନ୍ତୀ ଉତ୍ସବ ପାଳିତ ହୋଇଯାଇଛି। ଏହି ଅବସରରେ, ବିଏସଏନଏଲ୍ ଓଡ଼ିଶା ଟେଲିକମ୍ ସର୍କଲ୍ ରେ ବିଭିନ୍ନ କାର୍ଯ୍ୟକ୍ରମ ଯଥା, ସଚେତନତା ରାଲି, ସ୍କୁଲ ପିଲାମାନଙ୍କ ମଧ୍ୟରେ କୁଇଜ୍ ପ୍ରତିଯୋଗିତା, ରକ୍ତଦାନ ଶିବିର ଇତ୍ୟାଦି ମାଧ୍ୟମରେ ବିଭିନ୍ନ ଜନସଚେତନତା କାର୍ଯ୍ୟକ୍ରମ କରାଯାଇଛି। କାର୍ଯ୍ୟକ୍ରମରେ ଶ୍ରୀ ବିଶାଳ ଦେବ, ଆଇଏସ୍, ଇ ଏବଂ ଆଇଟି ବିଭାଗ, ଓଡ଼ିଶା ସରକାରଙ୍କ ପ୍ରମୁଖ ସଚିବ, ଶ୍ରୀ ଦୁଷ୍ମନ୍ତ କୁମାର ବେହେରା, ଆଇଟିଏସ୍, ସିଜିଏମ ବିଏସଏନଏଲ୍, ଓଡିଶା ପରିମଣ୍ଡଳ, ଶ୍ରୀ ମୁରଲୀ କ୍ରିଷ୍ଣା, ଅତିରିକ୍ତ ଡିଜି, ଟେଲିକମ୍ ଓଡ଼ିଶା, ଶ୍ରୀ କେ ବିନୋଦ, ସିସିଏ ଓଡ଼ିଶା ଏବଂ ବିଏସଏନଏଲ୍, ଦୂରସଞ୍ଚାର ବିଭାଗ, ସିସିଏର ଅନ୍ୟାନ୍ୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ । ୧ ଅକ୍ଟୋବର ୨୦୦୦ ରେ ବିଏସଏନଏଲ୍ ପ୍ରତିଷ୍ଠା ହେବା ପରଠାରୁ ଦେଶ ୨୫ ବର୍ଷର ଉତ୍ସର୍ଗୀକୃତ ସେବାକୁ ପାଳନ କରିଛି ।
ଏହି ରୌପ୍ୟ ଜୟନ୍ତୀ ସପ୍ତାହରେ, ପ୍ରଧାନମନ୍ତ୍ରୀ ସେପ୍ଟେମ୍ବର ୨୭ ତାରିଖରେ ଓଡ଼ିଶାର ଝାରସୁଗୁଡାରୁ ସ୍ଵଦେଶୀ ଜ୍ଞାନ କୌଶଳରେ ନିର୍ମିତ ପ୍ରାୟ ୧ ଲକ୍ଷ ବିଏସଏନଏଲ୍ ୪ଜି ନେଟୱାର୍କ ସାଇଟର ଶୁଭାରମ୍ଭ କରିଥିଲେ । ଏହି ୪ଜି ସେବା, C-DoT କୋର୍, ତେଜସ୍ ନେଟୱାର୍କସ୍ ଏବଂ ଟାଟା କନସଲଟାନ୍ସି ସର୍ଭିସେସ୍ ଦ୍ଵାରା ସ୍ଵଦେଶୀ ଜ୍ଞାନ କୌଶଳରେ ନିର୍ମିତ ହୋଇଛି ଯାହା ପ୍ରଧାନମନ୍ତ୍ରୀଙ୍କ ଦୃଷ୍ଟିକୋଣ ଥିଲା ।
ବିଏସଏନଏଲ୍ ୪ଜି ନେଟୱାର୍କର ଦେଶବ୍ୟାପୀ ଶୁଭାରମ୍ଭ ସମ୍ପୂର୍ଣ “ଆତ୍ମନିର୍ଭର” ୪ଜି ପ୍ରଯୁକ୍ତିବିଦ୍ୟା ଦ୍ଵାରା ପରିଚାଳିତ ଏବଂ ଏହି ସଫ୍ଟୱେର୍ ୫ଜି କୁ ସହଜରେ ଉନ୍ନିତ ହୋଇପାରିବ । ଏହା କେବଳ ଏହାର ପୁରୁଣା ଗ୍ରାହକମାନଙ୍କୁ ନୁହେଁ ବରଂ ଡିଜିଟାଲ୍ ଦୁନିଆ ସହିତ କେବେ ସଂଯୋଗ ହୋଇନଥିବା ଲକ୍ଷାଧିକ ଗ୍ରାହକମାନଙ୍କୁ ଦ୍ରୁତ ଗତିସମ୍ପନ୍ନ ମୋବାଇଲ୍ ଇଣ୍ଟରନେଟ୍ ସୁବିଧା ପ୍ରଦାନ କରିବ । ଡିବିଏନ୍ (ଡିଜିଟାଲ୍ ଭାରତ ନିଧି – ଯାହା ପୂର୍ବରୁ ୟୁଏସଓଏଫ୍ ଥିଲା) ମୋବାଇଲ୍ ପ୍ରୋଜେକ୍ଟରେ ବିଏସଏନଏଲ୍ ଦ୍ୱାରା କାର୍ଯ୍ୟକାରୀ ହେଉଥିବା ୧୪୧୮୦ ଡିବିଏନ୍ ପାଣ୍ଠି ବିଶିଷ୍ଟ ୪ଜି ସାଇଟ୍, ଅନ୍ୟ ଟିଏସପି ମାଧ୍ୟମରେ ୪୭୨୩ ସାଇଟ୍ ଅନ୍ତର୍ଭୁକ୍ତ, ଯାହା ଭାରତର ୨୬୭୦୭ ଦୂରଦୂରାନ୍ତ ଗ୍ରାମରେ ପ୍ରାୟ ୨ ମିଲିୟନ୍ ପରିବାରକୁ ମୋବାଇଲ୍ ସେବା ସୁବିଧା ପ୍ରଦାନ କରିବ । ଓଡ଼ିଶାରେ, ବିଏସଏନଏଲ୍ ୨୪୭୨ ଟି ଅପହଞ୍ଚ ଦୂରଦୂରାନ୍ତ ଗ୍ରାମକୁ ସେବା ପ୍ରଦାନ କରିବା ପାଇଁ ୧୬୬୫ ଟି ଟାୱାର ନିର୍ମାଣ କରିସାରିଛି। ଦୃଢ ଆତ୍ମନିର୍ଭରଶୀଳତା ପାଇଁ ସମସ୍ତ ଟାୱାରଗୁଡ଼ିକୁ ସବୁଜ ନବୀକରଣୀୟ ସୌରଶକ୍ତି ପ୍ରଣାଳୀରେ ସଜ୍ଜିତ କରାଯାଉଛି।
ସ୍ୱଦେଶୀ 4G ନେଟୱାର୍କର ଶୁଭାରମ୍ଭ ସହିତ ଭାରତ ଏକ ମାଇଲଖୁଣ୍ଟ ହାସଲ କରିଛି ଯାହା ଏହାକୁ ଘରୋଇ ୪ଜି ଟେଲିକମ୍ ଷ୍ଟାକ୍ ଥିବା କେବଳ ୫ଟି ରାଷ୍ଟ୍ର ମଧ୍ୟରେ ସ୍ଥାନିତ କରିଛି। ସ୍ୱଦେଶୀ 4G ନେଟୱାର୍କର ପ୍ରଚଳନ ପ୍ରଧାନମନ୍ତ୍ରୀଙ୍କ ଡିଜିଟାଲ ଇଣ୍ଡିଆ ଦୃଷ୍ଟିକୋଣ ସହିତ ଏକ ପରିବର୍ତ୍ତନକାରୀ ପଦକ୍ଷେପ, ଯାହା ଡିଜିଟାଲ୍ ବିଭାଜନକୁ ଦୂର କରିବ ଏବଂ ଗ୍ରାମୀଣ ସମ୍ପ୍ରଦାୟକୁ ସଶକ୍ତ କରିବା ସହିତ, ବିଏସଏନଏଲ୍ ର ୫ଜି ଅପଗ୍ରେଡ୍ ଏବଂ ଇଣ୍ଟିଗ୍ରେସନ ପାଇଁ ପଥ ପ୍ରଶସ୍ତ କରିବ।
ବିଏସଏନଏଲ୍ ସହରାଞ୍ଚଳ ଏବଂ ଗ୍ରାମାଞ୍ଚଳରେ ମଧ୍ୟ ଦ୍ରୁତ ଗତିସମ୍ପନ୍ନ ଫାଇବର ଟୁ ହୋମ୍ (ଏଫଟିଟିଏଚ୍) ସଂଯୋଗ ପ୍ରଦାନ କରୁଛି । ଡିଜିଟାଲ୍ ଭାରତ ନିଧି (ଡିବିଏନ୍) ଅଧୀନରେ ସଂଶୋସ୍ତ ଭାରତନେଟ୍ କାର୍ଯ୍ୟକ୍ରମ (ଏବିପି) ସମସ୍ତ ଗ୍ରାମ ପଞ୍ଚାୟତକୁ କଭର କରିବା ପାଇଁ ଆରମ୍ଭ କରାଯାଉଛି, ଯେଉଁଥିରେ ସ୍କୁଲ, ଡାକ୍ତରଖାନା ପ୍ରତିଷ୍ଠାନ ଏବଂ ଗ୍ରାମାଞ୍ଚଳ ପରିବାରରେ ଦ୍ରୁତଗତିସମ୍ପନ୍ନ ଏଫଟିଟିଏଚ୍ ସଂଯୋଗ ଉପଲବ୍ଧ ହେବ।
SSP
