ଜିଲ୍ଲାପାଳ ଶ୍ରୀ ଦିବ୍ୟ ଜ୍ୟୋତି ପରିଡାଙ୍କ ଅଧକ୍ଷତାରେ ପଲ୍ସ ପୋଲିଓ କାର୍ଯ୍ୟକ୍ରମ
ପୁରୀ :- ୦୯/୧୦/୨୦୨୫ ଆଜି ଜିଲ୍ଲାପାଳ ଶ୍ରୀ ଦିବ୍ୟ ଜ୍ୟୋତି ପରିଡାଙ୍କ ଅଧକ୍ଷତାରେ ପଲ୍ସ ପୋଲିଓ କାର୍ଯ୍ୟକ୍ରମ ନିମନ୍ତେ ଜିଲ୍ଲା ଟାସ୍କ ଫୋର୍ସ କମିଟି ବୈଠକ ଆଭାସୀ ମାଧ୍ୟମରେ ଅନୁଷ୍ଠିତ ହୋଇଥିଲା | ଉକ୍ତ ବୈଠକରେ ସ୍ୱାସ୍ଥ୍ୟ,ଶିକ୍ଷା,ପୋଲିସ, ମହିଳା ଓ ଶିଶୁ ବିକାଶ,ଜିଲ୍ଲା ସମାଜ ମଙ୍ଗଳ ତଥା ମିଶନ ଶକ୍ତି, ସୂଚନା ଓ ଗଣଯୋଗାଯୋଗ ତଥା ରେଳ ବିଭାଗର ଅଧିକାରୀମାନେ ଉପସ୍ଥିତ ଥିଲେ | ଏହି ପଲ୍ସ ପୋଲିଓ କାର୍ଯ୍ୟକ୍ରମ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ, ସମସ୍ତ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର, ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର, ଆୟୁଷ୍ମାନ ଆରୋଗ୍ୟ ମନ୍ଦିର (ଉପକେନ୍ଦ୍ର), ଜିଲ୍ଲାର ନିର୍ଦ୍ଧିଷ୍ଟ ସମସ୍ତ ବିଦ୍ୟାଳୟ ତଥା ଅଙ୍ଗନବାଡି କେନ୍ଦ୍ର ରେ ଆସନ୍ତା ୧୨ ଅକ୍ଟୋବର ରୁ ଆରମ୍ଭ ହୋଇ ୧୪ ଅକ୍ଟୋବର ପର୍ଯ୍ୟନ୍ତ ଚାଲୁ ରହିବ | ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ତରଫରୁ ଏଥିପାଇଁ ଅନେକ ସଚେତନତା କାର୍ଯ୍ୟକ୍ରମ ହାତକୁ ନିଆଯାଇଛି | ଏଥି ନିମନ୍ତେ ୫୬ଟି ଟ୍ରାନ୍-ଜିଟ୍ ପଏଣ୍ଟ ଚିହ୍ନଟ କରାଯାଇଛି ଓ ୨୪ ଟି ମୋବାଇଲ୍ ଟିମ୍ ନିୟୋଜିତ ମଧ୍ୟ କରାଯାଇଛି | ଏହି କାର୍ଯ୍ୟକ୍ରମ ମାଧ୍ୟମରେ ଜନ୍ମିତ ଶିଶୁ ରୁ ପାଞ୍ଚ ବର୍ଷ ପର୍ଯ୍ୟନ୍ତ ମୋଟ ୧,୮୬ ,୮୫୯ ଜଣ ଶିଶୁଙ୍କୁ ପୋଲିଓ ବୁନ୍ଦା ଦିଆଯିବାର କାର୍ଯ୍ୟକ୍ରମ ରହିଛି | ଏଥି ସହିତ ୩,୮୫,୬୮୫ ଟି ଗୃହ ପରିଦର୍ଶନ କରାଯାଇ ସମସ୍ତ ଶିଶୁଙ୍କୁ ମଧ୍ୟ ଚି଼ହ୍ନଟ କରାଯାଇ ପୋଲିଓ ବୁନ୍ଦା ଦିଆଯିବ | ଏହି କାର୍ଯ୍ୟକ୍ରମର ପ୍ରଥମ ଦିବସରେ ୭୬୬ଟି ପୋଲିଓ ବୁଥରେ ଟୀକା କରଣ କାର୍ଯ୍ୟକ୍ରମ ଚାଲୁରହିବ | ଏବଂ ପରବର୍ତୀ ଦୁଇଦିନରେ ଜିଲ୍ଲାର ସମସ୍ତ ଗୃହ ପ୍ରଦର୍ଶନ କରାଯାଇ ଟୀକା କରଣ କାର୍ଯ୍ୟକ୍ରମକୁ ତ୍ୱରାନ୍ୱିତ କରିଯିବ | ସମସ୍ତଙ୍କର ସହଭାଗିତାରେ କାର୍ଯ୍ୟକ୍ରମଟି କିପରି ସଫଳ କରାଯିବ ସେଥିପାଇଁ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡ. ଅକ୍ଷୟ କୁମାର ଶତପଥି ଆହ୍ୱାନ କରିଥିଲେ | ଜିଲ୍ଲା ପ୍ରକଳ୍ପ ଅଧିକାରୀ ଶ୍ୟାମ ସୁନ୍ଦର ତ୍ରୀପାଠି ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ |
