ଜିଲ୍ଲା ପ୍ରଶାସନ ପକ୍ଷରୁ ଜେକେ ପେପର ମିଲସ୍ ସହଯୋଗରେ ଆପତ କାଳୀନ ମକ୍ ଡ୍ରିଲ ଅନୁଷ୍ଠିତ
ରାୟଗଡ଼ା -୩୦-୧୨-୨୨ ଜିଲ୍ଲା ପ୍ରଶାସନ ପକ୍ଷରୁ ଜେକେ ପେପର ମିଲସ ସହଯୋଗରେ ଦୂରୋ ତ୍ତୋର ଆପତ କାଳୀନ ପ୍ରତିରୁପ ଅଭ୍ୟାସ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି । କାଗଜ କଳର ଟନୋର ରୁ କ୍ଲୋରିନ ଗ୍ୟାସ ନିର୍ଗମନ ରୋକିବା ପାଇଁ ଜେକେ କାଗଜ କଳ ବାହାରେ ଥିବା ଟ୍ରକ ଷ୍ଟାଣ୍ଡ ଠାରେ ଜେକେ କାଗଜ କଳ ସହାୟତାରେ ଜିଲ୍ଲା ପ୍ରଶାସନ ପକ୍ଷରୁ ମକ ଡ୍ରିଲ୍ ଆୟୋଜିତ ହୋଇଥିଲା ।ଏହି କାର୍ଯ୍ୟକ୍ରମକୁ ଜିଲ୍ଲା ଆପାତ କାଳୀନ ଗ୍ରୁପର ମୁଖ୍ୟ ତଥା ରାୟଗଡା ଜିଲ୍ଲାର ଜିଲ୍ଲାପାଳ ଶ୍ରୀମତୀ ସ୍ଵାଧା ଦେବ ସିଂ ଉଦ୍ ଘାଟନ କରିଥିବା ବେଳେ ସମ୍ମାନୀୟ ଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ସୋମନାଥ ପ୍ରଧାନ ଯୋଗ ଦେଇଥିଲେ । ଏଥିରେ କ୍ଲୋରିନ ଗ୍ୟାସ ନିର୍ଗମନ ସମୟରେ ଅପାତ କାଳୀନ ମୁକାବିଲା ପାଇଁ ଟିମ୍ ପ୍ରସ୍ତୁତ, ପଦକ୍ଷେପ ଗ୍ରହଣ ଓ ସେମାନଙ୍କ କାର୍ଯ୍ୟର ଅଭ୍ୟାସ କରାଯାଇଥିଲା । କାରଖାନା ଓ ବାଷ୍ପୀୟ ଉପ ନିର୍ଦ୍ଦେଶକ ଶ୍ରୀ ଏନ୍ ଏନ୍ ସେଠୀ, ସହ ନିର୍ଦ୍ଦେଶକ ଶ୍ରୀ ରଞ୍ଜିତ ନାୟକ ଓ ଏମର୍ଜେନ୍ସି ଅଧିକାରୀ ପ୍ରମୁଖ ଉପସ୍ଥିତ ରହି ଅଭ୍ୟାସ ତାଲିମ ତଦାରଖ କରିଥିଲେ । ଅଗ୍ନିଶମ ବିଭାଗର ଅଧିକାରୀମାନେ ଏଥିରେ ଅଂଶ ଗ୍ରହଣ କରିଥିଲେ । ଜେକେ କାଗଜ କଳର ପରିବେଶ, ସ୍ବାସ୍ଥ୍ୟ ଓ ନିରାପତ୍ତା ବିଭାଗ ମହା ପ୍ରବନ୍ଧକ ଶ୍ରୀ ସତ୍ୟଜିତ ମହାନ୍ତି କାଗଜ କଳ ଅପାତକାଳୀନ ବ୍ୟବସ୍ଥାର ପରିଚାଳନା ପାଇଁ କି କି ପଦକ୍ଷେପ ଗ୍ରହଣ କରିଛନ୍ତି ତାର ବିବରଣୀ ପ୍ରଦାନ କରିଥିଲେ । କାଗଜ କଳର ଆନୁସଙ୍ଗିକ ବ୍ୟବସ୍ଥା ଉପରେ ଜିଲ୍ଲାପାଳ ତଥା ଜିଲ୍ଲାର ଅନ୍ୟ ଅଧିକାରୀ ମାନେ ସନ୍ତୋଷ ବ୍ୟକ୍ତ କରିଥିଲେ । ଏହି କାର୍ଯ୍ୟକ୍ରମରେ ଶ୍ରୀ ବିଶ୍ୱଜିତ୍ ଦ୍ବିବେଦୀ ଉପସଭାପତି ବାଣିଜ୍ୟ, ମାନବସମ୍ବଳ ମହାପ୍ରବନ୍ଧକ ସନ୍ଦୀପ ପାଣ୍ଡେ ଓ ଜିଲ୍ଲାର ଅନ୍ୟାନ୍ୟ ଶିଳ୍ପ କାରଖାନାର ପ୍ରତିନିଧି ଯୋଗ ଦେଇଥିଲେ । କାଗଜ କଳର ଆଖ ପାଖ ଅଞ୍ଚଳର ଲୋକମାନେ ଏଥିରେ ଅଂଶ ଗ୍ରହଣ କରିଥିବା ବେଳେ ଶ୍ରୀ ନାୟକ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।
ରିପୋର୍ଟ- ନିଳାମ୍ବର ମିଶ୍ର,ରାୟଗଡ଼ା ।
