ରେଙ୍ଗାଳି ବାମ ପାର୍ଶ୍ୱ ମୁଖ୍ୟ କେନାଲ ରାସ୍ତାର ଭିତ୍ତି ପ୍ରସ୍ତର ସ୍ଥାପନ
କାମାକ୍ଷାନଗର,୦୪/୦୧- ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ବ୍ଲକ ମାଣିକମରା ଠାରୁ କୁଲେଇ, କୁଆଳୋ ,ବଡ଼ଝରା ଦେଇ କାମାକ୍ଷାନଗର ଅଭିମୁଖେ ଯାଇଥିବା ତାଳଚେର ସମଲ ଠାରୁ ରେଙ୍ଗାଳି ବାମ ପାର୍ଶ୍ୱ ମୁଖ୍ୟ କେନାଲ ରାସ୍ତାଟି ଅବହେଳିତ ଭାବେ ଦୀର୍ଘ ବର୍ଷ ଧରି ପଡିରହିଥିବା ବେଳେ ବର୍ତ୍ତମାନ ଏହା କାର୍ଯ୍ୟକାରୀ ହେବାକୁ ଯାଉଛି ।ରାସ୍ତାଟି କୁଲେଇ ଟର୍ନେଲରୁ କନ୍ତୋର ପର୍ଯ୍ୟନ୍ତ ପ୍ରାୟ ୨୦,୬୦୦ କିମିରୁ ୨୯,୧୭୭ କିମି ସହିତ ପିତିରୀ ପଞ୍ଚାୟତ ଖାଲପାଳ ଗ୍ରାମର ପରିକେନାଲ ରାସ୍ତାର ଉନ୍ନତି କରଣ ଲାଗି ଭିତ୍ତି ପ୍ରସ୍ତର ସ୍ଥାପନ ହୋଇଛି । ଓଡ଼ିଶା ସରକାର ଜଳ ସମ୍ପଦ ବିଭାଗ ଆନୁକୂଲ୍ୟରେ ଆୟୋଜିତ ଭିତ୍ତି ପ୍ରସ୍ତର ସ୍ଥାପନ ଉତ୍ସବରେ ଢେଙ୍କାନାଳ ଲୋକସଭା ସାଂସଦ ମହେଶ ସାହୁ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ପରଜଙ୍ଗ ନିର୍ବାଚନ ମଣ୍ଡଳୀର ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ଡଃ ନୃସିଂହ ଚରଣ ସାହୁ ସମ୍ମାନୀତ ଅତିଥି ଭାବେ ଯୋଗ ଦେଇଥିଲେ ।ଅନ୍ୟ ମାନଙ୍କ ମଧ୍ୟରେ ମୁଖ୍ୟ ଯନ୍ତ୍ରୀ ଅବବାହିକା ପରିଚାଳକ ବ୍ରାହ୍ମଣୀ ଅବବାହିକା ସମଲ ସରୋଜ କୁମାର ପାଣି ,ଜିଲ୍ଲା ପରିଷଦ ସଦସ୍ୟା ରୁନୁ ବର୍ମା,ନିରାକାର ପ୍ରଧାନ,ପୂର୍ବତନ ବ୍ଲକ ଅଧ୍ୟକ୍ଷ ଅକ୍ଷୟ କୁମାର ବେହେରା , ବ୍ଲକ ବିଜେଡ଼ି ସଭାପତି କୃଷ୍ଣ ଚନ୍ଦ୍ର ମହାନ୍ତି,ବ୍ଲକ ଯୁବ ବିଜେଡ଼ି ସଭାପତି ସୁବ୍ରତ କୁମାର ଦାସ,ସ୍ଥାନୀୟ ସରପଞ୍ଚ ସସ୍ମିତା ସାହୁ,ବିଭାଗୀୟ ଏସଡିଓ ଅମ୍ଳାନ ବିଶ୍ଵାଳ , ଜେଇ ମଙ୍ଗୁଳୁ ପ୍ରଧାନ କନ୍ତୋର ପର୍ଯ୍ୟନ୍ତ ୪ କୋଟି ୪୨ ଲକ୍ଷ ଟଙ୍କା ବ୍ୟୟ ଅଟକଳ ରହିଛି ବୋଲି ବିଭାଗୀୟ ଯନ୍ତ୍ରୀ କହିଛନ୍ତି ।ତତ୍ ସହିତ ୨୩ ମସିହା ସେପ୍ଟେମ୍ବର ମାସ ଶେଷ ସୁଦ୍ଧା କାର୍ଯ୍ୟ ସମ୍ପନ୍ନ ହେବାକୁ ଧାର୍ଯ୍ୟ ରଖାଯାଇଛି ।
ରିପୋର୍ଟ- ପ୍ରକାଶ କୁମାର ପାତ୍ର କାମାକ୍ଷାନଗର।
