ବହୁ ଦାବି ପରେ ପୂରଣ ହେବ ମୂଳପାଳ ପଂଚାୟତ ବାସୀଙ୍କ ସ୍ବପ୍ନ

ବହୁ ଦାବି ପରେ ପୂରଣ ହେବ ମୂଳପାଳ ପଂଚାୟତ ବାସୀଙ୍କ ସ୍ବପ୍ନ, ଲିଙ୍ଗେଶ୍ୱର ବନ୍ଧ ଠାରୁ ସରସଦ ଗଡ଼ ପର୍ଯ୍ୟନ୍ତ ରାସ୍ତା ନିର୍ମାଣ ପାଇଁ ଶିଳାନ୍ୟାସ କଲେ ବିଧାୟକ l ଆଜ କୁ ଅନେକ ବର୍ଷ ହେବ ମୂଳପାଳ ବାସୀ ଲିଙ୍ଗେଶ୍ୱର ବନ୍ଧ ଠାରୁ ସରସଦା ଗଡ଼ ରାସ୍ତା ନିର୍ମାଣ ପାଇଁ ବିଭାଗ୍ୟ ଅଧିକାରୀଙ୍କ ଠାରୁ ଆରମ୍ଭ କରି ବିଧାୟକଙ୍କ ନିକଟରେ ଦାବି କରୁଥିଲେ l ଏହି ଦାବିକୁ ଦୃଷ୍ଟିରେ ରଖି ବିଧାୟକ ଆକାଶ ଦାସନାୟକ ରାଜ୍ୟ ସରକାରଙ୍କ ପୂର୍ତ୍ତ ବିଭାଗ ସହିତ ଆଲୋଚନା କରିଥିଲେ l ତେବେ ଆଲୋଚନା ପରେ ଏହି ରାସ୍ତାର ନିର୍ମାଣ ପାଇଁ ପୂର୍ତ୍ତ ବିଭାଗ ପକ୍ଷରୁ ୩୭ କୋଟି ଟଙ୍କା ବ୍ୟୟବରାଦ ହେଇଛି l ସେପଟେ ଆଜି ପୂର୍ତ୍ତ ବିଭାଗ ପକ୍ଷରୁ ଏହି ନୂତନ ରାସ୍ତାର ନିର୍ମାଣ ପାଇଁ ଆୟୋଜିତ ଶିଳାନ୍ୟାସ କାର୍ଯ୍ୟକ୍ରମରେ ବିଧାୟକ ଶ୍ରୀ ଦାସନାୟକ ଯୋଗଦେଇ ନଡ଼ିଆ ବାଡେଇ ଶିଳାନ୍ୟାସ କରିଛନ୍ତି l ତେବେ ଏହି ରାସ୍ତା ନିର୍ମାଣ ହେଇଗଲେ କରଦା, ମୂଳପାଳ,ବନ୍ଦାଳ ଓ ଅମୃତିଆ ପଂଚାୟତ ର ଅନେକ ଗାଁ ନଦୀ ବନ୍ୟାରୁ ମୁକ୍ତି ପାଇବେ ବୋଲି ବିଧାୟକ କହିଛନ୍ତି l ଆଜିର ଏହି କାର୍ଯ୍ୟକ୍ରମରେ ଶତାଧିକ ଗ୍ରାମବାସୀ ଓ ଦଳୀୟ କର୍ମୀ ଉପସ୍ଥିତ ଥିଲେ l

Leave a Reply

Your email address will not be published. Required fields are marked *