ବ୍ଯାସନଗର ସ୍ବୟଂ ଶାସିତ ମହାବିଦ୍ୟାଳୟ ରେ ରାଷ୍ଟ୍ରୀୟ ଏକତା ଦିବସ ପାଳିତ।
ବ୍ଯାସନଗର ସ୍ବୟଂ ଶାସିତ ମହାବିଦ୍ୟାଳୟ ରେ ରାଷ୍ଟ୍ରୀୟ ଏକତା ଦିବସ – ୨୦୨୫ ପାଳିତ ହୋଇଯାଇଛି। ସର୍ଦ୍ଦାର ବଲ୍ଲଭଭାଇ ପଟେଲ ଙ୍କ ଜନ୍ମ ତିଥି କୁ ରାଷ୍ଟ୍ରୀୟ ଏକତା ଦିବସ ରୂପେ ପାଳନ କରାଯାଉଛି। ଏହି ଉପଲକ୍ଷେ ଆଜି ଏନ୍ ସି ସି ଅଫିସର କ୍ଯାପ୍ଟେନ୍ ପୂର୍ଣ ଚନ୍ଦ୍ର ସ୍ଵାଇଁ ଙ୍କ ଅଧ୍ୟକ୍ଷତାରେ ଆୟୋଜିତ ହୋଇଥିବା ସଭାରେ ମହାବିଦ୍ୟାଳୟ ର ଅଧ୍ୟକ୍ଷ ଶ୍ରୀଯୁକ୍ତ ଶରତ କୁମାର ମଲ୍ଲିକ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏନ୍ ସି ସି କ୍ୟାଡେଟ ମାନଙ୍କୁ ରାଷ୍ଟ୍ରୀୟ ଏକତା ର ମନ୍ତ୍ର ପ୍ରଦାନ କରିଥିଲେ। ଶେଷରେ ଏନ୍ ସି ସି ସିଟିଓ ଡଃ ଶଶିକାନ୍ତ ଲେଙ୍କା ସମସ୍ତ ଙ୍କୁ ରାଷ୍ଟ୍ରୀୟ ଏକତା ର ଶପଥ ପାଠ କରାଇଥିଲେ।
