ଡଭାର ଗ୍ରାମରେ ବାବା ଐଶାନେଶ୍ଵରଙ୍କ ଜନ୍ମବାର୍ଷିକ ଉତ୍ସବ

ଗୋପ ,୦୨.୧୧()- ପୁରୀ ଜିଲ୍ଲାର ଗୋପ ବ୍ଲକ ଅନ୍ତର୍ଗତ ଡଭାର ଗ୍ରାମରେ ଦିର୍ଘ ୧୦ ବର୍ଷ ଧରି ଆରାଧ୍ୟ ଦେବତା ବାବା ଐଶାନେଶ୍ଵର ଙ୍କ ଜନ୍ମ ବାର୍ଷିକ ପାଳନ କରାଯାଉ ଅଛି । ଚଳିତବର୍ଷ ଗ୍ରାମର ସଭାପତି ଜିତେନ୍ଦ୍ରିୟ ବେହେରାଙ୍କ ନେତୃତ୍ୱ ରେ ଉକ୍ତ ଜନ୍ମଉତ୍ସବ ମହାଆଡମ୍ଵରେ ପାଳନ କରାଯାଇଅଛି । ଗ୍ରାମର ଲୋକକଳା , ସଂସ୍କୃତି ଓ ଐତିହ୍ୟ କୁ ଗ୍ରାମବାସୀ ମାନଙ୍କ ତରଫରୁ ବିଭିନ୍ନ ସକିର୍ତ୍ତନ ମାଧ୍ୟମରେ ଉପସ୍ଥାପନା କରାଯାଇଥିଲା । ଦୁଇ ଦିନ ଧରି ଏହି ଜନ୍ମ ଉତ୍ସବ ରେ ବିଭିନ୍ନ ଅଞ୍ଚଳ ର ସକିର୍ତ୍ତନ ମଣ୍ଡଳୀ ସେମାନଙ୍କ କଳାନୈପୁଣ ପ୍ରଦର୍ଶନ କରିଥିଲେ । ଗ୍ରାମର ଭାଇଚାରା ଓ ଏକତା ତଥା ବିକାଶ ପାଇଁ ଗ୍ରାମବାସୀ ମାନେ ସମୁହ ସପଥ ନେଇଥିଲେ । ଏହି କାର୍ଯ୍ୟକ୍ରମକୁ ଗ୍ରାମର ସୁରଭୀ ଭାବରେ ନିରଞ୍ଜନ ବରାଳ, ଦାଶରଥୀ ସାହୁ, କୃଷ୍ଣଚନ୍ଦ୍ର ନାୟକ ପ୍ରମୁଖ ପରିଚାଳନା କରିଥିଲେ। ଶେଷରେ ବାହାରୁ ଆସିଥିବା କଳାକାର ମାନଙ୍କୁ ଗ୍ରାମର ସଭାପତି ଜିତେନ୍ଦ୍ରିୟ ଵେହେରା ଉତ୍ତରୀୟ ଦେଇ ସମ୍ବର୍ଦ୍ଧିତ କରିଥିଲେ।

Leave a Reply

Your email address will not be published. Required fields are marked *