ପୁଣ୍ୟ କାର୍ତ୍ତିକ ମାସରେ ରଘୁନାଥପୁର ଅଞ୍ଚଳରେ ବିଭିନ୍ନ ଶୈବପୀଠ ମାନଙ୍କରେ ବିଧିବିଧାନ ଅନୁସାରେ ଗଜ ଓ ତରଣ ପ୍ରସିଦ୍ଧ ଭୋଗ ବିତରଣ
ରଘୁନାଥପୁର:୫-୧୧- ଜଗତସିଂହପୁର ଜିଲ୍ଲାର ରଘୁନାଥପୁର ବ୍ଲକ ଅଞ୍ଚଳ ର ବିଭିନ୍ନ ଶୈବପୀଠ ମାନଙ୍କରେ ବିଧିବଦ୍ଧ ଭାବରେ ଗଜ ଓ ତରଣ ବିତରଣ ଅନୁଷ୍ଠିତ ହୋଇଯାଇଅଛି। ଏଠାରେ ପ୍ରକାଶ ଥାଉ କି ଏହି ସବୁ ଶୈବପୀଠ ଯଥା – ଗୋଠିଣା ର ଶଙ୍କରେଶ୍ୱର ମନ୍ଦିର,ବରାଗୋଳର ଈଶାଣେଶ୍ୱର ମନ୍ଦିର, ବିରାଟ କଟକ ଶୈବ ମନ୍ଦିର,ତରିକୁନ୍ଦ ର ଉତ୍ତରରେ ଶ୍ୱର ମନ୍ଦିର, ଏବଂ ପଣ୍ଡୁଆ

ରୁଦ୍ରେଶ୍ୱର ମନ୍ଦିରରେ ଏଥିସହିତ ଅଞ୍ଚଳ ରେ ଥିବା ବିଭିନ୍ନ ଶୈବପୀଠ ମାନଙ୍କରେ ଭକ୍ତ ମାନେ ବ୍ରହ୍ମ ମୁହୂର୍ତ୍ତ ରୁ ଆସି ପବିତ୍ର ବୁଡ଼ ପକାଇ ପୁଷ୍କରିଣୀ, ନଦନଦୀ ତଥା ବିଭିନ୍ନ ଜଳାଶୟ ମାନଙ୍କରେ ଧର୍ମ ଡଙ୍ଗା ଭସାଣ କରିବା ସହିତ ଶୈବପୀଠ ମାନଙ୍କରେ ପୂଜା ଅର୍ଚ୍ଚନା କରିବା ପୂର୍ବକ ଗଜ ଓ ତରଣ ଭୋଗ ସେବନ କରିବା ର ଦେଖିବାକୁ ମିଳିଥିଲା।
