ଭାଷା ତୋଳିଦିଏ ନୂଆ ଜୀବନ
ଶୀର୍ଷକ _ଭାଷା ତୋଳିଦିଏ ନୂଆ ଜୀବନ
ରୀତାରାଣୀ ଦାଶ
ବାଲେଶ୍ୱର
ସୁମଧୁର ଭାଷା ଜାଗ୍ରତର ଆଶା
ସକାଳ କାକର ତୁଲ୍ୟ
ନୂତନ ଶବଦେ ଚିତ୍ତ ପ୍ରଜ୍ଜ୍ୱଳିତେ
ଚିନ୍ତାଧାରାରେ ଅମୂଲ୍ୟ
ସଂସ୍କୃତି ସହ ଜଡିତ,
ଶବ୍ଦର ଅଂଶରେ କାହାଣୀ ଖୋଲେରେ
ଗୋପନ ତଥ୍ୟ ମହତ୍ତ୍ୱ |
ଭାଷାର ଗାଢ଼ତା ଅର୍ଥରେ ମିଶ୍ରିତ
ନଦୀ ସଙ୍ଗମ ସାଗରେ
ମୁକ୍ତ ହୃଦୟର ସ୍ବପ୍ନ ବହନରେ
ଜୀବନ ସରଳତାରେ
ପ୍ରତ୍ୟେକର ଜିଭ ସହ,
ଜନ୍ମନିଏ ଏକ ନୂତନ ଜଗତ
ସମ୍ପର୍କ ଯେ ମଧୁମୟ |
ଭାଷା ଅଭିବ୍ୟକ୍ତି ନିଜ ପର ସ୍ଥିତି
ସଭିଁଙ୍କ ପାଇଁ ସମାନ
ଆତ୍ମ ପୋଷଣରେ ସଂଯୋଗ ଯେ କରେ
କୋମଳ ଶବ୍ଦ ବିଧାନ
ମାତୃଭାଷା ମାତୃସମ,
ହତାଦର କଲେ ଅର୍ଥରେ ଅନର୍ଥ
ଭାଷା ପ୍ରତି ଅପମାନ |
ମଧୁ ଝରେ ଯେବେ ଭାଷା ସମ୍ଭାରରେ
ଅନୁବାଦ କରେ ନୃତ୍ୟ
ଅର୍ଥ ଯାଏ ଉଡି ହୃଦୟ କୁ ଯୋଡି
ଭାଷା ବୁଣେ ଜ୍ଞାନ ନିତ୍ୟ
ମାନବ ମଧୁର ସ୍ଵରେ,
ଶତ୍ରୁକୁ ଜିଣଇ ଭାବ ପ୍ରଦାନରେ
ନବ ଜୀବନ ପ୍ରାପ୍ତିରେ |
ଶବ୍ଦର ଦୁନିଆଁ ସମ ଭାବେ ଥୁଆ
ସଂସ୍କୃତି ହୃଦୟ ସେତୁ
ଯେପରି ଗ୍ରହଣ ସେପରି ଉତ୍ଥାନ
ଜୀବନ ହୁଏ ପୂର୍ଣ୍ଣ୍ନେନ୍ଦୁ
ଭାଷା ହିଁ ଆମ ଜୀବନ,
ପଠନେ, କଥନେ ଲିଖନେ, ଚିନ୍ତନେ
ସିଦ୍ଧି ହୁଏ ମନସ୍କାମ |
