ଆଦିକବି ଶାରଳା ଦାସ ଙ୍କ ଜୟନ୍ତୀ ସମାରୋହ ଅନୁଷ୍ଠିତ

Date-09/11/25*ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲ ବ୍ଲକ ତେନ୍ତୁଳିପଦା ମୁନିଗୋସାଇଁ ମଠ ଆଦିକବି ଭାଵନ ପରିସରରେ ଓଡ଼ିଆ ଭାଷା ସାହିତ୍ୟର ସ୍ରଷ୍ଟା ଆଦିକବି ଶାରଳା ଦାସ ଙ୍କ ଜୟନ୍ତୀ ପାଳିତ ହୋଇ ଯାଇଛି । ସାରଳା ଦାସ ସ୍ମୃତି କମିଟି ର ସଭାପତି ସୁରେଶ ଚନ୍ଦ୍ର ମହାନ୍ତି ଙ୍କ ସଭାପତିତ୍ୱ ରେ ଆୟୋଜିତ କାର୍ଯ୍ୟକ୍ରମ ରେ ଅଶୋକ କୁମାର ମହାପାତ୍ର, ରାଜେନ୍ଦ୍ର କୁମାର ଜେନା, ସୁକାନ୍ତ କୁମାର ପ୍ରଧାନ, ମହେନ୍ଦ୍ର କୁମାର ଆଚାର୍ଯ୍ୟ, ମୁଖ୍ୟ ବକ୍ତା ମନୋଜ କୁମାର ମହାପାତ୍ର, ବିରଜା ପ୍ରସନ୍ନ କୁମାର ପରିଜା ପ୍ରମୁଖ ବହୁ ବିଶିଷ୍ଟ ବ୍ୟକ୍ତି ମାନେ ଯୋଗ ଦେଇ ସାରଳା ଦାସଙ୍କ ସ୍ମୃତି ରକ୍ଷା କରିବା ପାଇଁ ଜିଲ୍ଲା ପ୍ରଶାସନ ଓ ରାଜ୍ୟ ସରକାରଙ୍କ ପକ୍ଷରୁ କୌଣସି ଉଦ୍ୟମ କରାଯାଉ ନାହିଁ । ଆଦିକବି ଶାରଳା ଦାସ ସଂସ୍କୃତ ମହାଭାରତ କୁ ଓଡ଼ିଆ ଜନମାନସର୍ ଭାଷାରେ ଅନୁବାଦ ଓ ରଚନା କରି ଲୋକ ସାହିତ୍ୟ ରେ ନୂତନ ଦିଗ ଆଣିଥିଲେ । ସେ ଓଡ଼ିଆ ଜନଜୀବନ, ଧର୍ମ, ଓ ନୀତିକୁ ତାଙ୍କ ରଚନାରେ ପ୍ରତିବିମ୍ବିତ କରିଥିଲେ, ଯାହା ଆଜି ମଧ୍ୟ ସଂସ୍କୃତିର ମୂଳ ଅଂଶ।ତେବେ ତାଙ୍କର ଶ୍ରଦ୍ଧା ଉତ୍ସବ ପାଳନ କରାଯାଉଥିବା ବେଳେ ଜୟନ୍ତୀ ପାଳନ କରିବାକୁ ରାଜ୍ୟ ତଥା ସର୍ବଭାରତୀୟ ସ୍ତରରେ ପାଲନ କରିବାକୁ କମିଟି ପକ୍ଷରୁ ଦାବି କରାଯାଇଛି ।

Leave a Reply

Your email address will not be published. Required fields are marked *