ପୁରୀ ଫଟୋ ଓ ଭିଡ଼ିଓ ଟ୍ରେଡର୍ସ ସଂଘର ୧୨ତମ ବାର୍ଷିକ ଉତ୍ସବ
ପୁରୀ ଫଟୋ ଓ ଭିଡ଼ିଓ ଟ୍ରେଡର୍ସ ସଂଘର ୧୨ତମ ବାର୍ଷିକ ଉତ୍ସବ ଉପଲକ୍ଷେ ପ୍ରତି ବର୍ଷ ପରି ମଧ୍ୟ ସଂଘର ମହତ୍ କର୍ମ ରକ୍ତଦାନ ଶିବିର ଆୟୋଜନ କରାଯାଇଥିଲା। ଉକ୍ତ ଶିବିର କୁ ସଂଘର ଉପସଭାପତି ଶ୍ରୀ ସୁଦୀପ୍ତ କୁମାର ମିଶ୍ର, ସଂପାଦକ ଶ୍ରୀ ଦେବେନ୍ଦ୍ର କୁମାର ନନ୍ଦ, ସହ ସଂପାଦକ ଶ୍ରୀ କୃଷ୍ଣଚନ୍ଦ୍ର ଷଡ଼ଙ୍ଗୀ, ଯୁଗ୍ମ ସମ୍ପାଦକ ଶ୍ରୀ ବିଶ୍ବରଂଜନ ମହାନ୍ତି, କୋଷାଧ୍ୟକ୍ଷ ଶ୍ରୀ ରଞ୍ଜନ କୁମାର ସୁବୁଦ୍ଧି ପରିଚାଳନା କରିଥିଲେ ଓ ପରାମର୍ଶଦାତା ଶ୍ରୀ ରଞ୍ଜନ କୁମାର ଦାସ, ଶ୍ରୀ ରଞ୍ଜିତ କୁମାର ପଟ୍ଟନାୟକ, ଶ୍ରୀ ଅମୀୟ ରଞ୍ଜନ ପଣ୍ଡା, ଶ୍ରୀ ନୀଳକଣ୍ଠ ସାହୁ, ଶ୍ରୀ ଉମେଶାଙ୍କ ଲେଙ୍କା, ଶ୍ରୀ ରଞ୍ଜନ କୁମାର ଦାସ, ଶ୍ରୀ ବିଷ୍ଣୁ ପ୍ରସାଦ ପ୍ରଧାନ ଆଦି ଶିବିର କୁ ସଫଳ କରିବା ରେ ସାହାଯ୍ୟ ଓ ସହଯୋଗର କରିଥିଲେ। ସଂଘର ସମସ୍ତ ସଭ୍ୟ ଏହି ମହତ୍ କର୍ମ କୁ ସମର୍ଥନ କରିବା ସହ ନିଜ ନିଜ ର ଏକ ୟୁନିଟ୍ ରକ୍ତ ପ୍ରଦାନ କରିଥିଲେ। ସଂଘ ଦ୍ବାରା ଆୟୋଜିତ ହୋଇଥିବା ରକ୍ତଦାନ ଶିବିର ରେ ସମୁଦାୟ ୪୦ ୟୁନିଟ୍ ରକ୍ତ ସଂଗ୍ରହ ହୋଇଥିଲା। ସର୍ବ ଶେଷରେ ସଂଘର ସଭାପତି ଶ୍ରୀ ରବି ନାରାୟଣ ମହାନ୍ତି କାର୍ଯ୍ୟକ୍ରମ ର ସଫଳତା ପାଇଁ ସଂଘର ସମସ୍ତ ସଭ୍ୟମାନଙ୍କୁ ଧନ୍ୟବାଦ ଅର୍ପଣ କରିବା ସହ ସମସ୍ତଙ୍କ ର ନିରୋଗ କାମନା କରିଥିଲେ।
