ଏବିଭିପିର ୫୦ତମ ରାଜ୍ୟ ଅଧିବେଶନ ଉପଲକ୍ଷେ ପ୍ରଥମ ପ୍ରସ୍ତୁତି ବୈଠକ

କଳା, ସଂସ୍କୃତି, ସାହିତ୍ୟ, ଐତିହ୍ୟ ଏବଂ ସ୍ଵାଧୀନତା ସଂଗ୍ରାମର ମାଟି ଭଦ୍ରକରେ ଅନୁଷ୍ଠିତ ହେବ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ, ଓଡ଼ିଶା (ପୂର୍ବ) ପ୍ରାନ୍ତର ୫୦ତମ ରାଜ୍ୟ ଅଧିବେଶନ। ଏହାର ସୁବ୍ୟବସ୍ଥିତ ଓ ସୁପରିଚାଳନା ପାଇଁ ଜିଲ୍ଲାର ପ୍ରମୁଖ ପ୍ରମୁଖ କାର୍ଯ୍ୟକର୍ତ୍ତାଙ୍କୁ ନେଇ ପ୍ରଥମ ବ୍ୟବସ୍ଥା ଓ ପ୍ରସ୍ତୁତି ବୈଠକ ସହରର ନୂଆବଜାର ସ୍ଥିତ ଭାଗବତ କଲ୍ୟାଣ ମଣ୍ଡପ ଠାରେ ଅନୁଷ୍ଠିତ ହୋଇଯାଇଅଛି। ପ୍ରସ୍ତୁତି ବୈଠକରେ ଏବିଭିପିର ପୂର୍ବ କ୍ଷେତ୍ର ସହ ସଙ୍ଗଠନ ସମ୍ପାଦକ ବୈଲୋଚନ ସାହୁ, ପ୍ରାନ୍ତ ସଙ୍ଗଠନ ସମ୍ପାଦକ ବୁଦ୍ଧଦେବ ବାଘ ଏବଂ ବିଭାଗ ସଙ୍ଗଠନ ସମ୍ପାଦକ ସମ୍ବିତ ପ୍ରସାଦ ରାଉତ ଉପସ୍ଥିତ ରହି ବିଭିନ୍ନ ବିଷୟରେ ଆଲୋଚନା କରିବା ସହ ଅଧିବେଶନ ସ୍ଥଳିର ସ୍ଥାନ ନିରୂପଣ କରିଛନ୍ତି।

ଅନ୍ୟମାନଙ୍କ ମଧ୍ୟରେ ପୂର୍ବତନ ରାଜ୍ୟ ଉପ ସଭାପତି ଅବସରପ୍ରାପ୍ତ ପ୍ରାଧ୍ୟାପକ ସଂଗ୍ରାମ କିଶୋର ମହାନ୍ତି, ଜିଲ୍ଲା ପ୍ରମୁଖ ସ୍ଵାଧୀନ ସୁନ୍ଦର ଦାସ ଜିଲ୍ଲା ସହ ପ୍ରମୁଖ ଡକ୍ଟର ବସନ୍ତ କୁମାର ଦୀକ୍ଷିତ, ଜ୍ୟୋତି ପ୍ରକାଶ ସାହୁ, ପ୍ରାନ୍ତ ସବିସ୍କାର ସହ ସଂଯୋଜକ ଦେବୀ ପ୍ରସାଦ ଦାସ, ଜିଲ୍ଲା ସଂଯୋଜକ ଓଁକାର ମହାନ୍ତି, ସହ ସଂଯୋଜକ ଅଭିଳାଷ ତ୍ରିପାଠୀଙ୍କ ସମେତ ପ୍ରମୁଖ କାର୍ଯ୍ୟକର୍ତ୍ତାମାନେ ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *