ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନ କ୍ଷେତ୍ରରେ ପ୍ରଶାସନିକ ଅଚଳାବସ୍ଥା

ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନ କ୍ଷେତ୍ରରେ ପ୍ରଶାସନିକ ଅଚଳାବସ୍ଥା ପୁରୀ ଜିଲ୍ଲାର ବିଭିନ୍ନ ଜମିଜମା ସମସ୍ୟା ସମେତ ରଥଯାତ୍ରା ସମୟରେ ଗୁଣ୍ଡିଚା ମନ୍ଦିର ସମ୍ମୁଖ ଦଳାଚକଟା ମୃତ୍ୟୁ ରିପୋର୍ଟ,ପ୍ରଭୁ ଜଗନ୍ନାଥଙ୍କ ଦର୍ଶନ ବ୍ୟବସ୍ଥା ପ୍ରସଙ୍ଗରେ ବିଭିନ୍ନ ଗଣମାଧ୍ୟମରେ ଏବଂ ସାମାଜିକ ଗଣମାଧ୍ୟମରେ ଗତ ରଥଯାତ୍ରା ପରଠାରୁ ବାରମ୍ବାର ଆଲୋଚନା ପର୍ଯ୍ୟାଲୋଚନା କରାଯାଉଅଛି | କଂଗ୍ରେସ ଦଳ ପକ୍ଷରୁ ଏହି ସବୁ କାର୍ଯ୍ୟ ତୁରନ୍ତ ଏକ ମାସ ମଧ୍ୟରେ ସଂପୂର୍ଣ୍ଣ କରାଯିବା ପାଇଁ ଏକ ସାମ୍ବାଦିକ ସମ୍ମିଳନୀରେ ପୁରୀ ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ ଦାବି କରାଯାଇଛି l ଗତ ନିର୍ବାଚନ ସମୟରେ ସରକାର କେବଳ ଚାରିଦ୍ବାର ପ୍ରବେଶ ବ୍ୟତୀତ ଏହା ମଧ୍ୟରେ ଦର୍ଶନ ବ୍ୟବସ୍ଥାରେ କିଛି ଠୋସ ପଦକ୍ଷେପ ନେଇପାରି ନାହାଁନ୍ତି । ପ୍ରତିଦିନ ହଜାର ହଜାର ସଂଖ୍ୟାରେ ଶ୍ରଦ୍ଧାଳୁ ମହାପ୍ରଭୁଙ୍କ ଦର୍ଶନ ନେଇ ନିରାଶ ହୋଇ ଫେରୁଛନ୍ତି ଏବଂ ନାନା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ସେମାନଙ୍କ ସମସ୍ୟାକୁ ତୁରନ୍ତ ସମାଧାନ କରାଯାଉ ଏବଂ ପୁରୀବାସୀଙ୍କ ପାଇଁ ଦର୍ଶନ ପାଇଁ ସ୍ୱତ୍ରନ୍ତ୍ର ବ୍ୟବସ୍ଥା କରାଯାଉ l ଅନ୍ୟପକ୍ଷରେ ଗୁଣ୍ଡିଚା ମନ୍ଦିର ସମ୍ମୁଖରେ ଖୋଲା ଜାଗାରେ ଦଳାଚକଟା ହେବା ଏବଂ ଭକ୍ତଙ୍କ ଜୀବନ ବିପନ୍ନ ହେବା ସବୁଠାରୁ ଅଧିକ ବେଦନାଦାୟକ ଏବଂ ହୃଦୟ ବିଦାରକ ଥିଲା l ସରକାର ଏହାକୁ ସଂପୂର୍ଣ୍ଣ ହାଲୁକା ଭାବେ ଗ୍ରହଣ କରିଥିଲେ, ଏବଂ କେବଳ କିଛି ତଳିଆ ପୋଲିସ ଅଫିସରଙ୍କୁ ନିଲମ୍ବନ କରି ଉପରିସ୍ଥ ଅଫିସରଙ୍କୁ ବଦଳି କରି ତଦନ୍ତ ନିର୍ଦ୍ଦେଶ ଦେଇ ନିଜ କାମ ସାରି ଦେଇଥିଲେ । ଯୋଉ ତଦନ୍ତ ରିପୋର୍ଟ ରେ ଅନିମିୟତତା ଦେଖାଦେଇଛି କଂଗ୍ରେସ ଦଳ ଏହି ତଦନ୍ତ ରିପୋର୍ଟକୁ କେବେ ବି ଗ୍ରହଣ କରିବ ନାହିଁ | ଦାୟିତ୍ଵରେ ଚରମ ଅବହେଳା କରିଥିବା ସମସ୍ତ ଅଫିସର ଏବଂ କର୍ମଚାରୀ ମାନଙ୍କ ବିରୁଦ୍ଧରେ ଦୃଷ୍ଟାନ୍ତମୂଳକ ଦଣ୍ଡ ବିଧାନ କରାଯାଉ ବୋଲି ଜିଲ୍ଲା କଂଗ୍ରେସ ପକ୍ଷରୁ ଦାବି କରାଯାଇଛି l

Leave a Reply

Your email address will not be published. Required fields are marked *