ଶ୍ରୀମନ୍ଦିରରେ ପୋଢୁଆଁ ହେବେ ମହାପ୍ରଭୁ ଶ୍ରୀଜଗନ୍ନାଥ
ଶ୍ରୀମନ୍ଦିରରେ ପୋଢୁଆଁ ହେବେ ମହାପ୍ରଭୁ ଶ୍ରୀଜଗନ୍ନାଥ। ଏଥିପାଇଁ ମହାପ୍ରଭୁଙ୍କ ମାମୁଁ ଘର କଟକ ନିଆଳି ଶ୍ରୀମାଧବନନ୍ଦଜୀଉ ମନ୍ଦିରରୁ ଆସିଛି ପୋଢୁଆଁ ଭାର। ଏହି ଭାରରେ ଅରୁଆ ଚାଉଳ, ବିରି, ନଡିଆ, ଗୁଡ, ଡାଲି, ପାଚିଲା କଦଳୀ, ଘିଅ, ଚନ୍ଦନ କାଠ, ପାନ, ଗୁଆ, ଅଳେଇଚ, ଲବଙ୍ଗ ଆଦି ଆସିଥିବା ବେଳେ ମହାପ୍ରଭୁଙ୍କ ଗୋପାଳବଲ୍ଲଭ ପାଇଁ ଫଳମୂଳ, ତୁଳସୀ ଓ ପଦ୍ମଫୁଲ ମାଳ ମଧ୍ୟ ଆସିଛି। ନିଆଳିରୁ ପ୍ରଭୁ ମାଧବାନନ୍ଦଜୀଉଙ୍କ ସେବାୟତ ଓ ସ୍ଥାନୀୟ ଲୋକମାନେ ଏକ ବିରାଟ ଶୋଭାଯାତ୍ରାରେ ପତାକା, ପାରମ୍ପରିକ ବାଦ୍ୟ ନୃତ୍ୟରେ ପାଇକ ଆଖଡା, ରାମତାଳି, ଲଉଡି, ଘୋଡ଼ା ନାଚ ସାଙ୍ଗକୁ ସଂକୀର୍ତ୍ତନ ମଣ୍ଡଳୀଙ୍କ ସଂକୀର୍ତ୍ତନରେ ଆସିବା ପରେ ଶ୍ରୀକ୍ଷେତ୍ରରେ ଏକ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଥିଲା। ଏହି ପୋଢୁଆଁ ଭାର ଆଣି ଶ୍ରୀମନ୍ଦିର କାର୍ଯ୍ୟାଳୟରେ ଦିଆଯାଇଥିଲା। ମଙ୍ଗଳା ପୁରାଣରେ ମହାପ୍ରଭୁଙ୍କ ମାମୁଁ ଘର ନିଆଳିର ମାଧବାନନ୍ଦଜୀଉ ବୋଲି ଉଲ୍ଳେଖ ରହିଛି। ବହୁ ପୂର୍ବରୁ ଏହି ପୋଢ଼ୁଆଁ ଭାର ଆସୁଥିଲା। କିନ୍ତୁ କେତେକ ସମସ୍ୟା ଯୋଗୁଁ ଏହା କିଛି ବର୍ଷ ଧରି ଆସିପାରୁନଥିଲା। ଗତ ୨୦୧୯ ମସିହାରେ ସ୍ଥାନୀୟ ଲୋକମାନେ ପ୍ରୟାସ କରି ପୁନର୍ବାର ଏକାଠି ହୋଇ ପୁଣି ଏହି ପରମ୍ପରା ଆରମ୍ଭ କରିଛ l
