ଉଦଳା ବ୍ଲକ ପରିସର ରେ ମତ୍ସ୍ଯ ଓ ପ୍ରାଣୀ ସମ୍ପଦ ମେଳା ଅନୁଷ୍ଠିତ

ଉଦଳା ୧୨/୧୧ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିଭାଗ ଓଡିଶା ସରକାର ଙ୍କ ଆନୁକୂଲ୍ୟରେ ତଥା ଉପଖଣ୍ଡ ପ୍ରାଣୀ ଚିକିତ୍ସା ଅଧୋକାରୀ ଙ୍କ ପୃଷ୍ଠ ପୋଷକତାରେ ଉଦଳା ବ୍ଲକ ପରିସର ମଧ୍ୟରେ ଆୟୋଜିତ ଏହି ମେଳାକୁ ଉଦଳା ର ମାନ୍ୟବର ବିଧାୟକ ଶ୍ରୀଯୁକ୍ତ ଭାସ୍କର ଚନ୍ଦ୍ର ମଢେଇ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ଆନୁଷ୍ଠାନିକ ଭାବରେ ମେଳକୁ ଫିତା କାଟି ଉଦଘାଟନ କରିଥିଲେ l ଅନ୍ୟ ନିମନ୍ତ୍ରିତ ଅତିଥି ଭାବରେ କପ୍ତିପଦା ଉପଖଣ୍ଡ ର ଉପ ଜିଲ୍ଲାପାଳ ଶ୍ରୀଯୁକ୍ତ ସୁଶାନ୍ତ କୁମାର ବାରିକ, ଉଦଳା ବ୍ଲକ ଅଧକ୍ଷ୍ୟା ଶ୍ରୀମତୀ ମଞ୍ଜୁଲତା ବିଶ୍ୱାଳ, ଉଦଳା ଏନ. ଏ.. ସି ଅଧକ୍ଷ୍ୟା ପ୍ରମିଳା ପଣ୍ଡା, ଉଦଳା ବ୍ଲକ ବି. ଡ଼. ଓ. ସମର୍ଜିତ କର, ସହକାରୀ ନିର୍ଦେଶକ ମତ୍ସ୍ୟ ଓ ପ୍ରାଣୀସମ୍ପଦ ବିଭାଗ, ଡା. ଗୀତାଞ୍ଜଳି ଦାସ, ଜିଲ୍ଲା ମତ୍ସ୍ୟ ଓ ପ୍ରାଣୀସମ୍ପଦ ଅଧିକାରୀଶ୍ରୀଯୁକ୍ତ ମାନସ ରଞ୍ଜନ ସାହୁ, ଉପଖଣ୍ଡ ପ୍ରାଣୀ ଚିକିତ୍ସା ଅଧିକାରୀ ଡା. କୁନ୍ଦନ କୁମାର ପଣ୍ଡା ପ୍ରମୁଖ ଯୋଗଦାନକରିଥିଲେ l ସଭା କାର୍ଯ୍ୟ ପରମ୍ଭରେ ଉପସ୍ଥିତ ସମସ୍ତ ଅତିଥି ମାନଙ୍କୁ ପୁଷ୍ପ ଗୁଚ୍ଛ, ଉତ୍ତରୀୟ ଓ ବ୍ୟାଚ ସମ୍ମାନ ର ସହ ପ୍ରଦାନ କରାଯାଇଥିଲା l ଏହାପରେ ପରେ ସମସ୍ତ ଅତିଥି ପ୍ରଦୀପ ପ୍ରଜ୍ୱଳନ ପୂର୍ବକ ଓଡିଶା ଆରାଧ୍ୟ ପ୍ରଭୁ ଜଗତରନାଥ ଶ୍ରୀ ଜଗନ୍ନାଥ ଙ୍କ ନିକଟରେ ଧୂପ, ଦୀପ, ପୁଷ୍ପ ଅର୍ପଣ କରିବା ପରେ ବନ୍ଦେ ଉତ୍କଳ ଜନନୀ ସଂଗୀତ ପରିବେଷଣ କରାଯାଇଥିଲା l ପାରେପରେ ଓଡିଶା ର ମାନ୍ୟବର ଲୋକପ୍ରିୟ ମନ୍ତ୍ରୀ ଙ୍କ ଭିଡିଓ ବାର୍ତା ପ୍ରଦର୍ଶିତ କରାଯାଇଥିଲା l

ଉଦଳା ଗୋଷ୍ଠୀଉନ୍ନୟନାଧିକାରୀ ସମର୍ ଜିତ କର ଙ୍କ ସଭାପତିତ୍ୱ ରେ ଆୟୋଜିତ ସଭାରେ ମଂଚାସୀନ ଅତିଥିଗଣ ତାଙ୍କର ବକ୍ତବ୍ୟ ରଖିବା ପରୋପ୍ରେକ୍ଷୀରେ ବ୍ଲକ ଉପାନ୍ତ ଅଞ୍ଚଳକୁ ଯାଇ ଜଣା ସଚେତନତା ମାଧ୍ୟମରେ ନୂତନ ଚାଷ ସୃଷ୍ଟି କରିବା ଲାଗି ପଦକ୍ଷେପ ନେବାକୁ ମୁଖ୍ୟ ଅତିଥି ମାନ୍ୟବର ଲୋକପ୍ରିୟ ଉଦଳା ବିଧାୟକ ସମସ୍ତ ଅଧିକାରୀ ମାନଙ୍କୁ ପରାମର୍ଶ ଦେଇଥିଲେ l ସାରା ରାଜ୍ୟରେ ଅକ୍ଟୋବର ୨୪ ତାରିଖ ରୁ ନଭେମ୍ବର ୧୫ ତାରିଖପର୍ଯ୍ୟନ୍ତ ଆୟୋଜିତ ହେବାକୁ ଥିବା ଏହି ମେଳା ର ମୁଖ୍ୟ ଆଭିମୁଖ୍ୟ ହେଉଛି ଆଧୁନିକ ଜ୍ଞାନ କୌଶଳ ପ୍ରୟୋଗ କରି ଚାଷୀ ମାନେ ବିଶେଷ ଭାବରେ ଲାଭବାନ ହେବା ସହ ସରକାରୀ ଯୋଜନା ବାବଦ ରେ ଅବଗତ ହୋଇ ବିଶେଷ ଲାଭବାନ ହେବା l ଯୋଜନା ର ସଫଳ ରୂପାୟନ ହେବା ଆଭିମୁଖ୍ୟ ନେଇ ବ୍ଲକ ସ୍ତର ରେ ଏଇମିତି ଚାଷୀ ମେଳା ଆୟୋଜନ କରାଯାଉଛି ଲାପରି ଶେଷରେ ଶ୍ରେଷ୍ଠ ପ୍ରାଣୀ ପଲକ ଭାବରେ ପ୍ରକାଶ ନାୟକ (ଭୀମତାଳି )ଜୟରାମ ହାଁସଦା, କୋଚିଲାଦିହା , ମଞ୍ଜୁଲତା ସାହୁ, ଛୋଟରାଇପୁର, ସିନ୍ଦୁରଗଉରା ସ୍ୱୟଂ ସହାୟକ ଗୋଷ୍ଠୀ, ଦୁଗ୍ଧା, ମତ୍ସ୍ୟ ଚାଷ ଲାଗି ମନୋରଞ୍ଜନ ଦାସ , ରାଢୋ, କସ୍ତୁରୀ ପୋଥାଳ, ଚୁଲିଆପୋଷି, ଶକୁନ୍ତଳା ସେଠି, ଖୁଣ୍ଟାପାଳ, ଜୀବନ ଦୀପ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ, ମଉଦା ଙ୍କୁ ପୁରସ୍କୃତ କରାଯିବାପରେ ମହିଷି ପାଳନ ଲାଗି ଚୁଲିଆପୋଷି ର ସସ୍ମିତା ପ୍ରଧାନ, ମୁଖ୍ୟମନ୍ତ୍ରୀ କାମଧେନୁ ଯୋଜନା ଲାଗି ଚୁଲିଆପୋଷି ର ସସ୍ମିତା ମହାକୁଡ଼, ଅଠାଣ ଗାଁ ସବିତା ପ୍ରଧାନ ଙ୍କୁ କାର୍ଯ୍ୟାଦେଶ ବଣ୍ଟନ ତଥା କୁକୁଡ଼ା ଚାଷ ଲାଗି ଦିଲ୍ଲୀପ ଦାସ କୋଚିଲାଦିହା, କାମଧେନୁ ଯୋଜନା ଲାଗି ଗୀତାଞ୍ଜଳି ମହାନ୍ତ ଶ୍ରୀଦାମ ଚନ୍ଦ୍ରପୁର ଙ୍କୁ ସାହାଯ୍ୟତକରଯାଇଥିଲା l ଉପରୋକ୍ତ ସମସ୍ତ କାର୍ଯ୍ୟକ୍ରମ ଉଦଳା ଗୋଷ୍ଟି ପ୍ରାଣୀ ଚିକିତ୍ସା ଅଧିକାରୀ ଡା ଶରତ କୁମାର ପତ୍ର ଙ୍କ ପ୍ରତାକ୍ଷ୍ୟ ତ୍ୱତ୍ୱାବୋଧନା ରେ ଆୟୋଜିତ ହେଉଥିବା ବେଳେ କାର୍ଯ୍ୟାଳୟ ର ସମସ୍ତ କର୍ମଚାରୀ କରିଥିଲେ ବୋଲି ଉପଖଣ୍ଡ ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ସରୋଜ କୁମାର ପ୍ରଧାନ ଙ୍କ ଠାରୁ ପ୍ରକାଶ l

Leave a Reply

Your email address will not be published. Required fields are marked *