ସଞ୍ଚୟ ପକ୍ଷ ୨୦୨୫ ପାଳନ ଅବସର ରେ ସୁକନ୍ୟା ସମୃଦ୍ଧି ସଚେତନତା ଓ ଖାତା ଖୋଲା ଶିବିର
ଭଦ୍ରକ, ୧୪/୧୧: ଭଦ୍ରକ ଜିଲ୍ଲା ପ୍ରଶାସନ ତରଫରୁ ସଞ୍ଚୟ ପକ୍ଷ ପାଳନ ଅବସରରେ ଏକ ସୁକନ୍ୟା ସମୃଦ୍ଧି ସଚେତନତା ଓ ଖାତା ଖୋଲା ଶିବିର ଆୟୋଜିତ ହୋଇଯାଇଛ ବାସୁଦେବପୁର ବ୍ଳକ ର ଚୂଡ଼ାମଣି ଆଡିଆ ପ୍ରାଥମିକ ବିଦ୍ୟାଳୟ ଓ କେ ସି ନୋଡାଲ ଉଚ୍ଚ ବିଦ୍ୟାଳୟ ଠାରେ। ଏହି ଶିବିର ରେ ମୁଖ୍ୟ ଅତିଥି ଭାବେ ଭଦ୍ରକ ଡାକ ମୁଖ୍ୟ ଅଧିକାରୀ, ଜିଲ୍ଲା ଆର୍ଥିକ ସେବା ଓ ସଞ୍ଚୟ ଅଧିକାରୀ, ପୂର୍ବତନ ଜିଲ୍ଲା ଆର୍ଥିକ ସେବା ଓ ସଞ୍ଚୟ ଅଧିକାରୀ ପଦ୍ମନ୍ କୁମାର ରାୟ ଓ କେ ସି ନୋଡାଲ ଉଚ୍ଚ ବିଦ୍ୟାଳୟ ର ପ୍ରଧାନ ଶିକ୍ଷୟିତ୍ରୀ ଯୋଗ ଦେଇଥିଲେ। ସୁକନ୍ୟା ଆକାଉଣ୍ଟ ଖୋଲା ଯିବା ସହ ଏଠାରେ ଆଧାର ଶିବିର ମଧ୍ୟ ଆୟୋଜିତ ହୋଇଥିଲା ଓ ନୂଆ ଆଧାର ଆବେଦନ ଓ ସୁଧାର କରିଥିଲେ। ଏହି ଶିବିରରେ ଚୂଡ଼ାମଣି କ୍ଲଷ୍ଟରର ସମସ୍ତ ବିଦ୍ୟାଳୟର ଅଭିଭାବକ, ଅଙ୍ଗନୱାଡ଼ି କେନ୍ଦ୍ର ଗୁଡ଼ିକର ଅଭିଭାବକ ଓ ଅଙ୍ଗନୱାଡ଼ି କର୍ମକର୍ତ୍ତା ଯୋଗଦେଇ ଥିଲେ।ମୁଖ୍ୟ ଅତିଥି ମାନେ ସୁକନ୍ୟା ସମୃଦ୍ଧି ଯୋଜନାର ଉପକାରିତା ସଂପର୍କରେ ଅଭିଭାବକ ମାନଙ୍କୁ ଅବଗତ କରାଇବା ସହ ଅଧିକରୁ ଅଧିକ ବ୍ୟକ୍ତି ନିଜ ଶିଶୁ କନ୍ୟା ପାଇଁ ସୁକନ୍ୟା ଖାତା ଖୋଲିବା ପାଇଁ ଅନୁପ୍ରାଣିତ କରିଥିଲେ।
