ପୁରୀ ଲୋକନାଥ ରୋଡ ସ୍ଥିତ ସାରସ୍ୱତ ବିଦ୍ୟାନିକେତନ ଓ ସାରସ୍ୱତ ସେକେଣ୍ଡାରୀ ସ୍କୁଲ ରେ ଶିଶୁଦିବଶ ମହା ସମାରୋହରେ ପାଳିତ
ଶୁକ୍ରବାରଦିନ ପୁରୀ ଲୋକନାଥ ରୋଡ ସ୍ଥିତ ସାରସ୍ୱତ ବିଦ୍ୟାନିକେତନ ଓ ସାରସ୍ୱତ ସେକେଣ୍ଡାରୀ ସ୍କୁଲ ରେ ଶିଶୁଦିବଶ ମହା ସମାରୋହରେ ପାଳିତ ହୋଇଯାଇଛି।ଏହି ସଭାରେ ବିଦ୍ୟାଳୟ ପରିଚାଳନା କମିଟି ସଭାପତି ତଥା ଶ୍ରୀ ନିଗମାନନ୍ଦ ଆଶ୍ରମ ଅଧ୍ୟକ୍ଷ ଡ଼ଃ ଶ୍ରୀମଦ ସ୍ୱାମୀ ସକରାନନ୍ଦ ସରସ୍ୱତୀ ମହାରାଜ ଓ ବିଦ୍ୟାଳୟ ପ୍ରଧାନ ଶିକ୍ଷୟିତ୍ରୀ ଶ୍ରୀମତି ସୁଜାତା ମହାପାତ୍ର ଙ୍କ କର କମଳରେ ପ୍ରଦୀପ ପ୍ରଜ୍ୱଳନ ସହ ସଭାକାର୍ଯ୍ୟ ଆରମ୍ଭ ହୋଇଥିଲା ।ପ୍ରମୁଖ ବକ୍ତାମାନେ ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ପଣ୍ଡିତ ଜବାହରଲାଲ ନେହେରୁଙ୍କ ସ୍ମୃତି ଚାରଣ କରିବା ସହ ଶିଶୁ ମାନଙ୍କ ପ୍ରତି ତାଙ୍କ ଅବଦାନ ସମ୍ପର୍କରେ ଆଲୋକପାତ କରିଥିଲେ।ବିଦ୍ୟାଳୟର ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ଚିତ୍ରାଙ୍କନ,କୁଇଜ ,ସାଧାରଣ ଜ୍ଞାନ,କୌତୁକ ପୋଷାକ ପ୍ରତିଯୋଗୀତାର ଆୟୋଜନ କରାଯାଇଥିଲା।ଏଥିରେ ବିଚାରକ ଭାବେ ଶ୍ରୀଯୁକ୍ତ ଗୋବିନ୍ଦ ଚନ୍ଦ୍ର ମହାନ୍ତି ଓ ଶ୍ରୀଯୁକ୍ତ ମଧୁସୂଦନ ପୂଜାପଣ୍ଡା ଯୋଗଦେଇ କୃତି ଛାତ୍ରଛାତ୍ରୀ ଙ୍କ ଚୟନ କରିଥିଲେ।ବିଦ୍ୟାଳୟର ସହ ପ୍ରଧାନଶିକ୍ଷକ ଶ୍ରୀଯୁକ୍ତ ମିଲନ କୁମାର ବିଷୋୟୀ ,ପ୍ରାତଃ ପର୍ଯ୍ୟାୟ ତତ୍ୱାବଧାରୀକା ଶ୍ରୀମତି ଅର୍ପିତା ମିଶ୍ର,ବରିଷ୍ଠ ଶିକ୍ଷୟିତ୍ରୀ ଶ୍ରୀମତି କଳ୍ପନା ପଟନାୟକ ତଥା ସମସ୍ତ ଶିକ୍ଷା ଓ ଅଣଶିକ୍ଷା କର୍ମଚାରୀଙ୍କ ସହଯୋଗରେ ପବିତ୍ର ଶିଶୁ ଦିବସ ମହାସମାରୋହରେ ସମାହିତ ହୋଇଥିଲା।
