ହରଚଣ୍ଡୀ ସାହି ସ୍ଥିତ ସରସତୀ ଶିଶୁ ବିଦ୍ୟାମନ୍ଦିର ପରିସରରେ “ ଜବାହାରଲାଲ ନେହେରୁ” ଙ୍କ ଜନ୍ମ ଜୟନ୍ତୀ ତଥା “ଶିଶୁଦିବସ” ଉତ୍ସବ ପାଳିତ
ଅଦ୍ୟ ତା ୧୪.୧୧.୨୫ ରିଖ ଶୁକ୍ରବାର ପ୍ରାତଃ ୯ ଘଟିକା ସମୟରେ ସ୍ଥାନୀୟ ହରଚଣ୍ଡୀ ସାହି ସ୍ଥିତ ସରସତୀ ଶିଶୁ ବିଦ୍ୟାମନ୍ଦିର ପରିସରରେ “ ଜବାହାରଲାଲ ନେହେରୁ” ଙ୍କ ଜନ୍ମ ଜୟନ୍ତୀ ତଥା “ଶିଶୁଦିବସ” ଉତ୍ସବ ପାଳିତ ହୋଇଯାଇଛି । ଏହି ଉତ୍ସବରେ ଶିକ୍ଷା ବିକାଶ ସମିତିଙ୍କ ପୁରୀ ଜିଲ୍ଲା ସହ ପ୍ରମୁଖ ଶ୍ରୀଯୁକ୍ତ ଦୀନବନ୍ଧୁ ତ୍ରୀପାଠୀ ପ୍ରଦୀପ ପ୍ରଜ୍ଜଳନ ପୂର୍ବକ ଉତ୍ସବକୁ ଆଗେଇ ନେଇଥିଲେ । ବିଦ୍ୟାଳୟର ପ୍ରଧାନ ଆଚାର୍ଯ୍ୟ ଶ୍ରୀଯୁକ୍ତ ରବୀନ୍ଦ୍ର କୁମାର ନନ୍ଦ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ବିଦ୍ୟାଳୟର ଉପସଭାପତି ଶ୍ରୀମତୀ ସ୍ୱର୍ଣ୍ଣଲତା ଦାସ ପ୍ରମୁଖ ଉପସ୍ଥିତ ରହିଥିଲେ । ଚାଚା ନେହେରୁଙ୍କ ଆଦର୍ଶରେ ଅନୁପ୍ରାଣିତ ହେବା ଓ ତାଙ୍କର ଦେଶଭକ୍ତି , ଶିଶୁବାତ୍ସଲ୍ୟରେ ନିଜକୁ ଗଢି ତୋଳିବା ନିମନ୍ତେ ଶିଶୁମାନଙ୍କୁ ଶ୍ରୀଯୁକ୍ତ ତ୍ରିପାଠୀ ଉଦ୍ବୋଧନ ପ୍ରଦାନ କରିଥଲେ । ଏହି ଅବସରରେ ଚାଚାଜୀଙ୍କ ଫଟୋଚିତ୍ରରେ ପୁଷ୍ପାଞ୍ଜଳୀ ଓ ପୁଷ୍ପମାଲ୍ୟ ଅର୍ପଣ କରାଯାଇଥିଲା । କୁନି କୁନି ଶିଶୁମାନଙ୍କ ଦ୍ୱାରା ସ୍ୱାଗତ ସଙ୍ଗୀତ ଦେଶ ଭକ୍ତି ଗୀତ ଓ ନୃତ୍ୟ ପରିବେଷଣ କରାଯାଇଥିଲା । ଏହି ଅବସରରେ ପ୍ରତିଯୋଗୀତାରେ କୃତୀ ଛାତ୍ରଛାତ୍ରୀ ମାନଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିବା ବେଳେ ଶିଶୁ ରଭଉଣୀ ମାନେ ଚାଚାନେହେରୁଙ୍କ ଜନ୍ମ ବୃତାନ୍ତ ଉପରେ ବକ୍ତୃତା ପ୍ରଦାନ କରିଥିଲେ । ଶେଷରେ ଶ୍ରୀମତୀ ଦାସ ଧନ୍ୟବାଦ ଅର୍ପଣ କାର୍ଯ୍ୟକୁ ଆଗେଇ ନେଇଥିଲେ ।ପରିଶେଷରେ ଶିଶୁମାନେ ମିଷ୍ଠାନ୍ ସେବନ କରି ଗୃହକୁ ପତ୍ୟାବର୍ତନ କରିଥିଲେ ।
