ଶିଶୁ ଦିବସରେ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ନୀଳକଣ୍ଠ ନଗର ରାଧାଗୋବିନ୍ଦ ଲେନ ମାର୍କଣ୍ଡେଶ୍ୱର ସାହି ପୁରୀର ଅଷ୍ଟମ ବାର୍ଷିକ ପୁରସ୍କାର ବିତରଣ
ଶୁକ୍ରବାର ଦିନ ଶିଶୁ ଦିବସରେ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ନୀଳକଣ୍ଠ ନଗର ରାଧାଗୋବିନ୍ଦ ଲେନ ମାର୍କଣ୍ଡେଶ୍ୱର ସାହି ପୁରୀର ଅଷ୍ଟମ ବାର୍ଷିକ ପୁରସ୍କାର ବିତରଣ ଉତ୍ସଵ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ବୌଧିକ ମଣ୍ଡପରେ ମହା ଆଡମ୍ବରରେ ଦୁଇଟି ପର୍ଯ୍ୟାୟରେ ପାଳିତ ହୋଇଯାଇଛି।ପ୍ରଥମ ପର୍ଯ୍ୟାୟରେ ଅରୁଣ ଉଦୟ ଓ ପ୍ରଭାତ ଶିଶୁ ଭାଇଭଉଣୀ ମାନଙ୍କ ସହିତ ଶିଶୁ ଦିବସ ପାଳିତ ହୋଇଯାଇଛି।ମଧ୍ୟାହ୍ନ ୧୨ଟାରେ ଅଷ୍ଟମ ବାର୍ଷିକ ପୁରସ୍କାର ଉତ୍ସଵ ଅନୁଷ୍ଠିତ ହୋଇଥିଲା।ମୁଖ୍ୟ ଅତିଥିରୂପେ ସମାଜସେବୀ ଶ୍ରୀଯୁକ୍ତ ଗିରିସ ଚନ୍ଦ୍ର ନାୟକ ସମ୍ମାନିତ ଅତିଥିରୂପେ ଜ୍ୟୋତିର୍ମୟୀ ପ୍ରଧାନ ମୁଖ୍ୟ ବକ୍ତା ରୂପେ ଡ଼ଃ ସୁନୀଲ ଚକ୍ରବର୍ତ୍ତୀ ଏବଂ ସଭାର ଅଧକ୍ଷ ସମାଜ ସେବୀ ଭକ୍ତ ଚରଣ ଦାସ ସମସ୍ତଙ୍କୁ ସ୍ୱାଗତ କରିଥିଲେ।ବିଦ୍ୟାଳୟର ପ୍ରଧାନ ଆଚାର୍ଯ୍ୟ ଶ୍ରୀଯୁକ୍ତ ବିଜୟ କୁମାର ସାହୁ ପରିଚୟ ପ୍ରଦାନ କରିଥିଲେ।ବିଭିନ୍ନ ଶ୍ରେଣୀରେ ଶିଶୁ ଭଉଣୀ ମାନେ ଚିତାକର୍ଷକ ଓଡିଶୀ ଓ ଭଜନ ନୃତ୍ୟ କରି ପ୍ରଶଂସା ଭାଜନ ହୋଇଥିଲେ। ମଞ୍ଚାସିନ ଅତିଥିଗଣ କ୍ରୀଡା ପ୍ରତିଯୋଗୀତା ଏବଂ ବିଦ୍ୟାଳୟ ବିବିଧ ପ୍ରତିଯୋଗୀତା ଦ୍ୱାରା ଶିଶୁ ପ୍ରତିଭା ବିକଶିତ ହେବା ସହିତ ଭବିଷ୍ୟତ ନିର୍ମାଣରେ କିପରି ସହାୟକ ହୋଇଥାଏ ସେହି ବିଷୟକୁ ଆଧାର କରି ବିବିଧ ଆଦର୍ଶ ଉଦାହରଣର ବକ୍ତବ୍ୟ ରଖି ପ୍ରେରଣା ପ୍ରଦାନ କରିଥିଲେ। ବିବିଧକ୍ଷେତ୍ରରେ କୃତିତ୍ବ ଅର୍ଜନ କରିଥିବା ଶିଶୁ ଭାଇ ଭଉଣୀ ମାନଙ୍କୁ ମଞ୍ଚାସିନ ଅତିଥିଗଣ ପ୍ରତିଭା ପ୍ରମାଣପତ୍ର ସହିତ ପୁରସ୍କାରପ୍ରଦାନ କରାଯାଇଥିଲା।ଏହି ଉତ୍ସଵରେ ପରିଚାଳନା ସମିତିର ଉପଦେଷ୍ଟା ସମେତ ସମସ୍ତ ଅଧିକାରୀ ସଦସ୍ୟ ଓ ସଦସ୍ୟା ଓ ଅତିଥି ଉପସ୍ଥିତରହି କାର୍ଯ୍ୟକ୍ରମକୁ ଦିଗଦର୍ଶନ ଦେଇ ସଫଳ କରିଥିଲେ।ଶିଶୁ ବିଦ୍ୟାମନ୍ଦିରର ଆଚାର୍ଯ୍ୟ ଓ ଆଚାର୍ଯ୍ୟ। ସମସ୍ତେ ସହଯୋଗ କରିଥିଲେ।ସଭା ଶେଷରେ ଆଚାର୍ଯ୍ୟ। ଶ୍ରୀମତି ଲକ୍ଷ୍ମୀପ୍ରିୟା ତ୍ରିପାଠୀ ଧନ୍ୟବାଦ ଅର୍ପଣ କରିଥିଲେ।
