ମାଲକାନଗିରି ଜିଲ୍ଲା ରେ ବିର୍ଷା ମୁଣ୍ଡା ଙ୍କ ୧୫୦ ତମ ଜୟନ୍ତୀ ସମାରୋହ ରେ ପାଳିତ
ମାଲକାନଗିରି,୧୫/୧୧ଜିଲ୍ଲାର ସଦର ମହକୁମାଠାରେ କାର୍ଯ୍ୟରତ ଜନଜାତି କୋଶଳ କେନ୍ଦ୍ର ଆନୁକୂଲ୍ୟରେ , ବିର୍ଷା ମୁଣ୍ଡା ଙ୍କ ୧୫୦ ତମ ଜୟନ୍ତୀ କୁ ଜନଜାତି ଗୌରବ ଦିବସ ମର୍ଯ୍ୟାଦା ପୂର୍ଣ୍ଣ ଭାବରେ ପାଳନ କରା ଯାଇଥିବା କଥା ,ଏହାର ନିର୍ଦ୍ଦେଶକ ସୁଶାନ୍ତ ସାହୁସୂଚନା ଦେଇଛନ୍ତି। ଉକ୍ତ ଉତ୍ସବରେ ଜିଲ୍ଲା ପରିଷଦ ଅଧ୍ୟକ୍ଷ। ଶ୍ରୀମତୀ ସମାରୁ ତାଙ୍ଗୁଲୁ ମୂଖ୍ୟ ଅତିଥି ଓ ପ୍ରଫେସର ଡକ୍ଟର ସରୋଜ କୁମାର ଦାଶ ମୁଖ୍ୟ ବକ୍ତା ଭାବେ ଯୋଗଦେଇ ପରାଧୀନ ଭାରତବର୍ଷରେ ବିର୍ଷ। ମୁଣ୍ଡା ଙ୍କ ସ୍ୱଳ୍ପ ଅବଧି ର ଜୀବନ ମଧ୍ୟରେ ପ୍ରଦର୍ଶିତ କରିଥିବା ତତ୍କାଳୀନ ଇଂରେଜ ଶାସନର ଅନ୍ୟାୟ ବିରୁଦ୍ଧରେ ସଂକଳ୍ପ ବଦ୍ଧ ସଂଗ୍ରାମ , ନିର୍ଭୀକ ଦେଶପ୍ରୀତି,ଅମର ବଳିଦାନ ,ରାଷ୍ଟ୍ରୀୟ ଏକତା ଓ ଅଖଣ୍ଡତା ପ୍ରତି ଅତୁଳନୀୟ ଅବଦାନ ଏବଂ ଏକନିଷ୍ଠ ସାଂଗଠାନିକ ଶକ୍ତି ଉପରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରିସମବେତ ଜନତାଙ୍କୁ ଭାବ ବିହ୍ଵଳିତ କରିଦେଇଥିଲେ।ପରେ ପରେ ଅନୁଷ୍ଠାନର ଶିକ୍ଷାର୍ଥୀ ମାନଂକ ମଧ୍ୟରେ ରାଷ୍ଟ୍ରୀୟ ଜନନାୟକ ଙ୍କ ଆଦର୍ଶ ଓ ଚେତନା ଉପରେ ଆଧାରିତ ପ୍ରସଙ୍ଗ ସଂମ୍ପର୍କରେ ବିଭିନ୍ନପ୍ରତିଯୋଗୀତା

କରା ଯାଇ କୃତି ପ୍ରତିଯୋଗୀ ମାନଙ୍କୁ ଅତିଥି ମାନଂକ ଦ୍ୱାରା ପୁରସ୍କୃତ କର।ଯିବା ସହ ଏକପ ରୁଚିପୂର୍ଣ୍ଣ ଦେଶାତ୍ମବୋଧକ ରଙ୍ଗାରଙ୍ଗ ନୃତ୍ୟ ଓ ସଂଗୀତ କାର୍ଯ୍ୟ କ୍ରମ ଆୟୋଜନ କରା ଯାଇଥିଲା।ଏହି କାର୍ଯ୍ୟକ୍ରମ ରେ ଶ୍ରୀଯୁକ୍ତ ଶିବରାମ ସ୍ବାଇଁ ଅଧ୍ୟକ୍ଷତା କରି ଥିଲାବେଳେ , ଅନୁଷ୍ଠାନର ଜ୍ୟୋତିର୍ମୟୀ ପାଣିଗ୍ରାହୀ ,ରଶ୍ମିତା ତାଣ୍ଡି, ଅକ୍ଷୟ ପ।ଟଲ। ଓ ଅମିତ୍ ରାୟ ସହଯୋଗ କରିଥିଲେ।”ବିର୍ଷା ମୁଣ୍ଡା ଅମର ରହେ ,”ର ଧ୍ୱନି ରେସଭାଗୃହ ଗୁଞ୍ଜରି ଉଠିଥିଲା ଓ ଅମର ସହିଦ ଙ୍କ ଉଦ୍ଦେଶ୍ୟରେ ନୀରବ ପ୍ରାର୍ଥନା କରାଯାଇଥିଲାପରିଶେଷରେ ଅତିଥି ଓ ସମବେତ ଜନତା ଙ୍କୁ ଧନ୍ୟବାଦ୍ ଅର୍ପଣ କରାଯାଇ ସଭା ସାଙ୍ଗ କରା ଯାଇଥିଲା। ଅନୁଷ୍ଠାନ ର ଏହି ଭଳି କାର୍ଯ୍ୟକ୍ରମ କୁ ଜିଲ୍ଳାର ବୁଦ୍ଧିଜୀବୀ ମହଲରେ ଭୂୟସୀ ପ୍ରଶଂସା ଯାଇଛି।
