ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ୭୬ତମ ଜନ୍ମଦିନ ଅବସରରେ ପୁରୀ ବେଳାଭୂମିରେ ଏକ ସୁନ୍ଦର ବାଲୁକା କଳା ନିର୍ମାଣ

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ୭୬ତମ ଜନ୍ମଦିନ ଅବସରରେ ପୁରୀ ବେଳାଭୂମିରେ ଏକ ସୁନ୍ଦର ବାଲୁକା କଳା ନିର୍ମାଣ କରାଯାଇଛି । ଆନ୍ତର୍ଜାତୀୟ ଖ୍ୟାତିସମ୍ପନ୍ନ ବାଲୁକା ଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ ପୁରୀ ବେଳାଭୂମିରେ ୨୫ ଫୁଟ ଲମ୍ବର ଏକ ବିଶାଳ ବାଲୁକା କଳାକୃତି ନିର୍ମାଣ କରିଛନ୍ତି। ଏହି କଳାକୃତିରେ ଆଶୀର୍ବାଦ କା ଦିୟା – ୨୫ ବର୍ଷର ସେବା – ଜନ୍ମଦିନର ଶୁଭେଚ୍ଛା ମୋଦୀ ଜୀ” ବାର୍ତା ସ୍ଥାନ ପାଇଛି। କଳାକୃତିକୁ ଆକର୍ଷଣୀୟ କରିବା ପାଇଁ ୨୫୦୦ ଦୀପ ବ୍ୟବହାର କରାଯାଇଛି, ଯାହା ଆଲୋକ, ଆଶୀର୍ବାଦ ଏବଂ ଶୁଭକାମନାର ପ୍ରତୀକ ଭାବେ ସଜାଯାଇଛି। ୨୫ ଫୁଟ ଲମ୍ବର ଏହି କଳାକୃତି ୨୫ ବର୍ଷର ଜନସେବାକୁ ପ୍ରତିନିଧିତ୍ୱ କରୁଥିବା ବେଳେ ୨୫୦୦ ଦୀପ ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିନରେ ଦେଶବାସୀଙ୍କ ପ୍ରାର୍ଥନା ଓ ଶୁଭେଚ୍ଛାର ପ୍ରତୀକ। ବାଲୁକା କଳାରେ ତ୍ରିରଙ୍ଗା ପୃଷ୍ଠଭୂମିରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଏକ ସୁନ୍ଦର ପ୍ରତିକୃତି ନିର୍ମାଣ କରାଯାଇଛି। ହଜାର ହଜାର ଦୀପର ଆଲୋକରେ ଏହି କଳାକୃତି ବେଳାଭୂମିରେ ଏକ ମନୋହର ଦୃଶ୍ୟ ସୃଷ୍ଟି କରିଥିଲା।ଏହି ଅବସରରେ ସୁଦର୍ଶନ ପଟ୍ଟନାୟକ କହିଛନ୍ତି ଯେ, ସେ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ନିକଟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଉତ୍ତମ ସ୍ୱାସ୍ଥ୍ୟ, ସୁଖ ଓ ଦୀର୍ଘାୟୁ ପାଇଁ ପ୍ରାର୍ଥନା କରିଛନ୍ତି ଏବଂ ସେ ଏହିପରି ଦେଶ ସେବା ଜାରି ରଖନ୍ତୁ ବୋଲି କାମନା କରିଛନ୍ତି।

Leave a Reply

Your email address will not be published. Required fields are marked *