ଗଣେଶ ମୂର୍ତ୍ତି ବିସର୍ଜନ ବେଳେ ନଦୀରେ ବୁଡି ୨ଛାତ୍ର ମୃତ୍ୟୁ
ଗଣେଶ ମୂର୍ତ୍ତି ବିସର୍ଜନ ବେଳେ ନଦୀରେ ବୁଡି ୨ଛାତ୍ର ମୃତ୍ୟୁ , ବିରୋଧୀଦଳର ନେତା ନବୀନ ପଟ୍ଟନାୟକଙ୍କ ଶୋକବାର୍ତ୍ତା ହିଞ୍ଜିଳିକାଟୁ ୧୬/୦୯/୨୬ ଗଞ୍ଜାମ ଜିଲ୍ଲା ହିଞ୍ଜିଳିକାଟୁରେ ବୁଧବାର ଦିନ ଗଣେଶ ମୂର୍ତ୍ତି ବିସର୍ଜନ ବେଳେ ନଦୀର ବୁଡି ୨ ନାବଳକ ଛାତ୍ରଙ୍କ ମୃତ୍ୟୁ ଘଟିଛି । ଖବରମୁତାବକ ଘୋଡାହାଡ ନଦୀ କୁ ଗଣେଶ ମୂର୍ତ୍ତିକୁ ବିସର୍ଜନ ନେଇ ହିଞ୍ଜିଳିକାଟୁ ପୌରାଞ୍ଚଳ ଅନ୍ତର୍ଗତ ଏକ ଘରୋଇ କୋଚିଂ ସେଣ୍ଟର ପକ୍ଷରୁ ଛାତ୍ର ମାନେ ଯାଇଥିଲେ । ବିସର୍ଜନ କରିବା ନେଇ ନଦୀ ପାହାଚର ଶେଷ ମୁଣ୍ଡରେ ପହଞ୍ଚିବା ସମୟରେ ୪ଛାତ୍ର ବୁଡି ଯାଇଥିଲେ । ୨ଛାତ୍ରକୁ ସ୍ଥାନୀୟ ଲୋକେ ଉଦ୍ଧାର କରିବା ବେଳେ ମୃତ ୨ଛାତ୍ରଙ୍କୁ ଅଗ୍ନିଶମ ବିଭାଗ ପକ୍ଷରୁ ଉଦ୍ଧାର କରାଯାଇଛି । ୨ମୃତକ ନାବାଳକ ଛାତ୍ର ହେଲେ ବଇଞ୍ଚବଣିଆ ନେତାଜୀ ମାର୍ଗର ଆଦର୍ଶ ସାହୁ (୧୪) ଓ ଗାୟତ୍ରୀନଗରର ପ୍ରିତମ ସମେଲୀ (୧୪)। ଘଟଣାରେ ଉଦ୍ଧାର ହୋଇଥିବା ୨ଛାତ୍ର ହେଲେ ଓମ୍ ପ୍ରଧାନ ଓ ଅଂଶୁମାନ ପାଣିଗ୍ରାହୀ। ଉକ୍ତ ସଂବେଦନଶୀଳ ଘଟଣା ପରେ ହିଞ୍ଜିଳି ପୋଲିସ ଡାକ୍ତରଖାନାରେ ପହଞ୍ଚି ୨ ମୃତଦେହ ଜବତ କରିଛି । ଏ ନେଇ ହିଞ୍ଜିଳି ଥାନାରେ ୨୧/୨୬ ଓ ୨୨/୨୬ରେ ଦୁଇଟି ଅପମୃତ୍ୟୁ ମାମଲା ରୁଜୁ ହୋଇଛି । ମୃତଦେହ ବ୍ୟବଚ୍ଛେଦ ପାଇଁ ବ୍ରହ୍ମପୁର ବଡ଼ ଡାକ୍ତରଖାନାକୁ ପଠାଯାଇଛି। ପୌର ପ୍ରଶାସନ ପକ୍ଷରୁ ବିସର୍ଜନ ପାଇଁ କୁତ୍ରିମ ପୋଖରୀ ବ୍ୟବସ୍ଥା କରାଯାଇନାହି । ସୁରକ୍ଷିତ ବିସର୍ଜନ ବ୍ୟବସ୍ଥା ନେଇ ରାଜ୍ୟ ସରକାରଙ୍କ ତରଫରୁ ଆଦେଶ ଜାରୀକୁ ନିୟମନୁଯାୟୀ ସ୍ଥାନୀୟ ପ୍ରଶାସନ ପକ୍ଷରୁ କୌଣସି ଗୁରୁତ୍ତ୍ୱପୂର୍ଣ୍ଣ ପଦକ୍ଷେପ କରାଯାଇନାହିଁ । ଅନ୍ୟ ପଟରୁ ବିରୋଧୀ ଦଳର ନେତା ନବୀନ ପଟ୍ଟନାୟକ ମୂର୍ତ୍ତି ବିସର୍ଜନ ବେଳେ ଗଞ୍ଜାମ ଜିଲ୍ଲା ହିଞ୍ଜିଳିକାଟୁ ଘୋଡ଼ାହାଡ଼ ନଦୀରେ ବୁଡ଼ି ଦୁଇ ନାବାଳକଙ୍କ ପ୍ରାଣହାନୀ ଓ ଆହତ ହୋଇଥିବା ବିଷୟରେ ଜାଣି ଦୁଖଃ ପ୍ରକାଶ କରିଛନ୍ତି । ମୃତ ଛାତ୍ରଙ୍କ ଅମର ଆତ୍ମାର ସଦଗତି ସହ ଆହତଙ୍କ ଆଶୁଆରୋଗ୍ୟ କାମନା କରୁଛନ୍ତି । ଏପରି ଦୁଃଖଦ ସମୟରେ ଶୋକସନୃପ୍ତ ପରିବାର ସଦସ୍ୟଙ୍କ ପ୍ରତି ମୋର ଗଭୀର ସମବେଦନା ରହିଛି ନେଇ ଏକ୍ସରେ ଜଣାଇଛନ୍ତି ।ଏହି ଅତି ସମ୍ବେଦନଶୀଳ ଘଟଣା ପରେ ଅଞ୍ଚଳରେ ପୌରପରିଷଦ ହିଞ୍ଜିଳିକାଟୁ ପକ୍ଷରୁ ଡାକ ବାଜି ଯନ୍ତ୍ରରେ ସଚେତନତା ସୃଷ୍ଟି କରାଯାଇଛି । ଏହି ଘଟଣା ପରେ ଅଞ୍ଚଳରେ ଗଭୀର ଶୋକ ସୃଷ୍ଟି ହୋଇଛି।
