ପୁରୀ ଗୁଣ୍ଡିଚା ମନ୍ଦିର ମୁକ୍ତାକାଶ ରଙ୍ଗମଞ୍ଚ ନିକଟରେ ହାଇଡ୍ରାମା।

ପୁରୀ ଗୁଣ୍ଡିଚା ମନ୍ଦିର ମୁକ୍ତାକାଶ ରଙ୍ଗମଞ୍ଚ ନିକଟରେ ହାଇଡ୍ରାମା। କାର ଡ୍ରାଇଭର ଟଙ୍କା ମାଗିବାରୁ ହାଇଡ୍ରାମା କଲେ ଜନୈକ ମହିଳା। ମହିଳା ଜଣକ ଏକ କାର୍ ଭଡା କରି ପୁରୀରୁ ଭୁବନେଶ୍ୱର ଓ ପୁର୍ନବାର ଭୁବନେଶ୍ୱରରୁ ପୁରୀ ପ୍ରତ୍ୟାବର୍ତ୍ତନ କରିଥିଲେ। ସମ୍ପୃକ୍ତ କାର୍ ଡ୍ରାଇଭର ଜନୈକ ମହିଳାଙ୍କୁ ଟଙ୍କା ମାଗିବାରୁ ମହିଳା ଜଣକ ଟଙ୍କା ନ ଦେଇ ଓଲଟି ଯୁକ୍ତି କରୁଥିଲେ। ଘଟଣାସ୍ଥଳରେ ମହିଳା ଜଣକ କାର୍ ଡ୍ରାଇଭରଙ୍କ ଉପରେ ଚିଲାଉଥିବା ବେଳେ ଖବର ପାଇ କୁମ୍ଭାରପଡା ଥାନା ପୋଲିସ ଆସି ଉତ୍ୟକ୍ତ ମହିଳାଙ୍କୁ ଜବରଦସ୍ତ ଥାନାକୁ ନେଇଥିବା ଜଣାପଡିଛି। ( ଭିଜୁଆଲ୍ ହ୍ୱଟସପରେ ଯାଇଛି )

Leave a Reply

Your email address will not be published. Required fields are marked *