ସତ୍ୟବାଦୀ ଉଚ୍ଚବିଦ୍ୟାଳୟ ଶ୍ରୀମଦ୍ଭଗବଦ୍ ଗୀତା ଆବୃତ୍ତି କାର୍ଯ୍ୟକ୍ରମ

ଗୁରୁକୁଳମ୍, ପୁରୀ ପକ୍ଷରୁ ୧୬ ତାରିଖ ରବିବାର ବ୍ଲକସ୍ତରୀୟ ଗୀତା ଆବୃତ୍ତି ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ସତ୍ୟବାଦୀ ବ୍ଲକ୍ ରେ ଥିବା ବିଦ୍ୟାଳୟ ର ଛାତ୍ରଛାତ୍ରୀ ଅଂଶ ଗ୍ରହଣ କରିଥିଲେ। ଏହି କାର୍ଯ୍ୟକ୍ରମର ପ୍ରାରମ୍ଭରେ ହରିହରାନନ୍ଦ ଗୁରୁକୁଳମ୍ ର ସନ୍ୟାସୀ, ବିଦ୍ୟାଳୟର ଶିକ୍ଷକ ଶିକ୍ଷୟିତ୍ରୀ ଏବଂ ଅତିଥିମାନଙ୍କଦ୍ୱାରା ଭଗବାନ୍ ଶ୍ରୀ ଗଣେଶ ନିକଟରେ ପୁଷ୍ପ ପ୍ରଦାନ ପୂର୍ବକ ଶୁଭାରମ୍ଭ କରାଯାଇଥିଲା। ଏହି ମହନୀୟ କାର୍ଯ୍ୟକ୍ରମକୁ ସତ୍ୟବାଦୀ ବିଦ୍ୟାଳୟ ର ସଂସ୍କୃତ ଶିକ୍ଷୟିତ୍ରୀ କୃଷ୍ଣପ୍ରିୟା ଦାଶ ଉଦ୍ଘାଟନ କରିଥିଲେ। ଓଡ଼ିଶାରେ ଶ୍ରୀମଦ୍ଭଗବଦ୍ ଗୀତାର ମହତ୍ତ୍ୱକୁ ବୁଝାଇବା ପାଇଁ ପ୍ରଜ୍ଞାନ ମିଶନ ତରଫରୁ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ଗୀତା ଅଧ୍ୟୟନ ପାଇଁ ଏହି କାର୍ଯ୍ୟକ୍ରମ ଆୟୋଜନ କରାଯାଉଥିବା ହେତୁ ବିଚାରକ ମାନେ ପ୍ରଜ୍ଞାନ ମିଶନକୁ ସାଧୁବାଦ ଜଣାଇବା ସହିତ ଓଡ଼ିଶାର ସମସ୍ତ ଛାତ୍ରଛାତ୍ରୀମାନେ ଗୀତା ଅଧ୍ୟୟନ କରିବାକୁ ଉପଦେଶ ଦେଇଥିଲେ। କାର୍ଯ୍ୟକ୍ରମ ଶେଷରେ ପ୍ରଥମ, ଦ୍ବିତୀୟ ତୃତୀୟ ସ୍ଥାନ ଅଧିକାର କରିଥିବା ଛାତ୍ରଛାତ୍ରୀମାନଙ୍କୁ ପୁରସ୍କୃତ କରାଯାଇଛି। ଏହି ଛାତ୍ରଛାତ୍ରୀମାନେ ଜିଲ୍ଲାସ୍ତରକୁ ଯିବେ ସେଥିରେ କୃତକାର୍ଯ୍ୟ ହୋଇ ରାଜ୍ୟ ସ୍ତରରେ କୃତକାର୍ଯ୍ୟ ହୋଇଥିବା ଛାତ୍ରଛାତ୍ରୀମାନଙ୍କୁ ଏକ ବର୍ଷ ପର୍ଯ୍ୟନ୍ତ ପ୍ରଜ୍ଞାନ ମିଶନ ପକ୍ଷରୁ ଛାତ୍ରବୃତ୍ତି ପ୍ରଦାନ କରାଯିବ। ଏହି କାର୍ଯ୍ୟକ୍ରମ ଶ୍ରୀ ସଦାଶିବ ପରିସରର ବ୍ୟାକରଣ ବିଭାଗର ଅଧ୍ୟାପକ ଡ. ଅଜୟାନନ୍ଦ ସାହୁ ତଥା ସତ୍ୟବାଦୀ ଉଚ୍ଚବିଦ୍ୟାଳୟ ର ସଂସ୍କୃତ ଶିକ୍ଷୟିତ୍ରୀ କୃଷ୍ଣପ୍ରିୟା ଦାଶ ଙ୍କ ତତ୍ତ୍ବାବଧାନରେ ଅନୁଷ୍ଠିତ ହୋଇଥିଲା। କାର୍ଯ୍ୟକ୍ରମକୁ ସଦାଶିବ ପରିସରର ଶିକ୍ଷାଶାସ୍ତ୍ର ବିଭାଗର ଅଧ୍ୟାପକ ଡ. ମହେଶ କୁମାର ପାଣିଗ୍ରାହୀ ସଞ୍ଚାଳନ କରିଥିଲେ। କାର୍ଯ୍ୟକ୍ରମ ଶେଷରେ ତିନୋଟି ବିଭାଗରେ ୮ ଜଣ ପ୍ରତିଯୋଗୀ ପୁରସ୍କାର ଓ ପ୍ରମାଣ ପତ୍ର ଦିଆଯାଇଥିଲା।ସେମାନେ ହେଲେ କ ବିଭାଗ – ପ୍ରଥମ – ସ୍ନେହାମୟୀ ମହାନ୍ତି , ଗୋପାଳପୁରପାଟଣା ପ୍ରାଥମିକ ବିଦ୍ୟାଳୟ ଦ୍ବିତୀୟ – ସ୍ୱୟଂ ପ୍ରକାଶ ରଥ,ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ଖ ବିଭାଗ – ପ୍ରଥମ – ଅଭିପ୍ସା ପ୍ରଧାନ, ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ଦ୍ବିତୀୟ – ଶୁଭଶ୍ରୀ ,ସତ୍ୟବାଦୀ ଉଚ୍ଚବିଦ୍ୟାଳୟତୃତୀୟ – ସାଇସ୍ମରିକା ନାୟକ, ସତ୍ୟବାଦୀ ଉଚ୍ଚବିଦ୍ୟାଳୟ ଗ ବିଭାଗ – ପ୍ରଥମ -ଓମ୍ ପ୍ରକାଶ ଦାଶ , ସତ୍ୟବାଦୀ ଉଚ୍ଚବିଦ୍ୟାଳୟ ଦ୍ବିତୀୟ -ଅଭିଜିତ୍ ଦାଶ, ସତ୍ୟବାଦୀ ଉଚ୍ଚବିଦ୍ୟାଳୟ ମହାରଣା, ସତ୍ୟବାଦୀ ଉଚ୍ଚବିଦ୍ୟାଳୟତୃତୀୟ – ଅମଳ ଦାଶ, ସତ୍ୟବାଦୀ ଉଚ୍ଚବିଦ୍ୟାଳୟ ।ପରିଶେଷରେ ପ୍ରଜ୍ଞାନ ମିଶନ ତରଫରୁ ପ୍ରଫେସର ସୁଜାତା ମିଶ୍ର ଆଗାମୀ ୨୦୨୬ ଫେବୃୟାରୀ ମାସ ରେ ହେବାକୁ ଥିବା ଗୀତା ଜ୍ଞାନ ପରୀକ୍ଷା ପ୍ରତିଯୋଗିତା ବିଷୟରେ ସୂଚନା ପ୍ରଦାନ କରିଥିଲେ । ଶେଷରେ ପ୍ରଫେସର ଡ. ମହେଶ କୁ . ପାଣିଗ୍ରାହୀ ସମସ୍ତକୁ ଗୀତା ପଠନ ପାଠନ କରିବା ନିମନ୍ତେ ପ୍ରେରିତ କରିବା ସହିତ ଉପସ୍ଥିତ ଥିବା ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ଓ ଅଭିଭାବକମାନଙ୍କୁ କୃତଜ୍ଞତା ଜ୍ଞାପନ ପୂର୍ବକ ଧନ୍ୟବାଦ ଅର୍ପଣ କରି ଶାନ୍ତିମନ୍ତ୍ର ଦ୍ଵାରା କାର୍ଯ୍ୟକ୍ରମର ସମାପନ କରାଇଥିଲେ।

Leave a Reply

Your email address will not be published. Required fields are marked *