ରାଜ୍ୟ ସ୍ତରୀୟ ଚଷା ସମାବେଶ ନିମନ୍ତେ ଉପଖଣ୍ଡ ଚଷା ସମାଜ ଆଠମଲ୍ଲିକ ର ପ୍ରସ୍ତୁତି ଓ ଦାୟିତ୍ବ ବଣ୍ଟନ ବୈଠକ ଅନୁଷ୍ଠିତ

ଆଠମଲ୍ଲିକ,୧୬/୧୧ ଅନୁଗୋଳ ଜିଲ୍ଲା ଆଠମଲ୍ଲିକ ବ୍ଳକ ଠାକୁରଗଡ଼ ଉ:ପ୍ରା ବିଦ୍ୟାଳୟ ଠାରେ ରାଜ୍ୟ ସ୍ତରୀୟ ଚଷା ସମାବେଶ ନିମନ୍ତେ ଉପଖଣ୍ଡ ଚଷା ସମାଜ ଆଠମଲ୍ଲିକ ର ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଅଛି। ସମାବେଶ ର ସଭାପତି ଉପେନ୍ଦ୍ର ପ୍ରଧାନ ଙ୍କ ପୌରହିତ ରେ ଅନୁଷ୍ଟିତ ହୋଇଥିଲା। ଉକ୍ତ ସଭାରେ ଆଠମଲ୍ଲିକ ଉପଖଣ୍ଡ ର ୪ ଗୋଟି ପ୍ରଗଣା ର ସଭାପତି ସମ୍ପାଦକ ଓ କ୍ରମକର୍ତ୍ତା ଯୋଗ ଦେଇ ଆଗାମୀ ଡିସେମ୍ବର ୨୮ ତାରିଖ ରେ ହେବାକୁ ଥିବା ରାଜ୍ୟ ସ୍ତରୀୟ ଚଷା ମହା ସମାବେଶ । ଏହି ମହା ସମାବେଶ ରେ ପଚିଶ ହଜାର ଚଷା ସମାଗମ ହେବାର ଆକଳନ କରାଯାଉଅଛି। ଏହି ସମାଗମ ସଫଳତା ନିମନ୍ତେ ଆଲୋଚନା ହୋଇଥିଲା। ଏଥିରେ ବିଭିନ୍ନ ପ୍ରଗଣା କୁ ଭିନ୍ନଭିନ୍ନ ଦାୟିତ୍ଵ ବଣ୍ଟନ କରାଯାଇଥିଲା। ସଭା କୁ ଅଧ୍ୟାପକ ଜୟକୃଷ୍ଣ ପ୍ରଧାନ ସଂଯୋଜନା କରୁଥିବା ବେଳେ ଆବାହକ ସୁରେନ୍ଦ୍ର ନାରାୟଣ ପ୍ରଧାନ ସଭାର ଉଦ୍ଦେଶ୍ୟ ସମ୍ଵନ୍ଧରେ ଆଲୋକପାତ କରିଥିଲେ।

ବାମୁର ପୁଞ୍ଜ ର ସଭାପତି ସଚ୍ଚିଦାନନ୍ଦ ପ୍ରଧାନ। ବିଭିନ୍ନ କମିଟି ବଣ୍ଟନ ବିବରଣୀ ପ୍ରଦାନ କରିଥିଲେ । ଉକ୍ତ ସଭାରେ ଷୋଳପଦା ପ୍ରଗଣା, ପଇଁଚିକୂଳ ପ୍ରଗଣା,ଚଉରାଶି ପ୍ରଗଣା, ବାଇଶିପାଲି ପ୍ରଗଣା ର ଭାଗିରଥି ସାହୁ, କପିଳେଶ୍ୱର ପ୍ରଧାନ, ଘାସିନାଥ ବିଶ୍ଵାଳ, ଉପେନ୍ଦ୍ର ପ୍ରଧାନ ଙ୍କ ସହ ଶତାଧିକ ଚଷା ସମାଜ ର କ୍ରମକର୍ତ୍ତା ଯୋଗ ଦେଇଥିଲେ।ପରିଶେଷରେ ଉପଖଣ୍ଡ ସମ୍ପାଦକ କୃପାସିନ୍ଧୁ ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ।।

Leave a Reply

Your email address will not be published. Required fields are marked *