ଭବ୍ୟ ଆକାରରେ ପାଳିତ ହେଲା ମୁରିବାହାଲ ବ୍ଲକ ଜର୍ଣ୍ଣାଲିଷ୍ଟ ଆସୋସିଏସନ୍ ପକ୍ଷରୁ ଜାତୀୟ ପ୍ରେସ ଦିବସ

ମୁରିବାହାଲ ;(୧୬/୧୧/୨୫)ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ ଜର୍ଣ୍ଣାଲିଷ୍ଟ ଆସୋସିଏସନ୍ ତରଫରୁ ଜାତୀୟ ପ୍ରେସ ଦିବସ ସ୍ଥାନୀୟ ରାଧାକୃଷ୍ଣ ଓ ଶିବ ମନ୍ଦିର ସମ୍ମୁଖ ପଡିଆରେ ରବିବାର ଏକ ଭବ୍ୟ ସମାରୋହରେ ଅନୁଷ୍ଠିତ ହୋଇଯାଇଛି। ମୁରିବାହାଲ ବ୍ଲକ ଜର୍ଣ୍ଣାଲିଷ୍ଟ ଆସୋସିଏସନ୍ ସଭାପତି ଦୁର୍ଗାନନ୍ଦ ମହାକୁରଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ କଣ୍ଟାବାଞ୍ଜିର ପୂର୍ବତନ ବିଧାୟକ ସନ୍ତୋଷ ସିଂ ସାଲୁଜା ମୁଖ୍ୟ ଅତିଥି ରୂପେ ଯୋଗଦେଇ ଗଣତନ୍ତ୍ରରେ ସାମ୍ବାଦିକଙ୍କ ଭୂମିକା ଅତି ଗୁରୁତ୍ୱପୂର୍ଣ୍ଣ ବୋଲି ପ୍ରକାଶ କରିଥିଲେ।ଏଥିରେ ଜିଲ୍ଲା ପରିଷଦ ଉପାଧ୍ୟକ୍ଷା ମିଥିଳା ମାଝୀ,ଜିଲ୍ଲା ପରିଷଦ ସଦସ୍ୟ ତଥା ଆସୋସିଏସନ୍ ଉପଦେଷ୍ଟା ଗୋପୀନାଥ ପାଣିଗ୍ରାହୀ,ସାଂସଦ ପ୍ରତିନିଧି ତଥା ବିଜେପି ଜିଲ୍ଲା ସଭାପତି ଶ୍ରୀବତ୍ସ ବେହେରା,ବିଧାୟକ ପ୍ରତିନିଧି ପୁରନ୍ଦର ବାଗ,ସିଡିପିଓ ପୂର୍ଣ୍ଣିମା ବୈଠାରୁ,ଆଦର୍ଶ ବିଦ୍ୟାଳୟ ଅଧ୍ୟକ୍ଷ ତ୍ରିବ୍ରିକ୍ରମ ସାହୁ, ଜନମୁକ୍ତି ଅନୁଷ୍ଠାନ ସମ୍ପାଦକ ଭଜରାମ ସାହୁ ଓ ଆସୋସିଏସନ୍ ଉପଦେଷ୍ଟା ଡ ଭଗବାନ ମହାନ୍ତି ପ୍ରମୁଖ ସମ୍ମାନୀତ ଅତିଥି ରୂପେ ଯୋଗଦେଇ ନିଜ ନିଜର ମତବ୍ୟକ୍ତ କରିଥିଲେ।ମୁଖ୍ୟବକ୍ତା ରୂପେ ଡିଏଭି କଲେଜର ଅବସରପ୍ରାପ୍ତ ଅଧ୍ୟକ୍ଷ ପ୍ରଫେସର ଡ ଶିବପ୍ରସାଦ ବେହେରା ଯୋଗ ଦେଇ ପ୍ରତିକୂଳ ପରିସ୍ଥିତିରେ ମଧ୍ୟ ସାମ୍ବାଦିକମାନେ ଗ୍ରାଉଣ୍ଡ ଜିରୋକୁ ଯାଇ ସମ୍ପୁର୍ଣ୍ଣ ତଥ୍ୟ ସଂଗ୍ରହ କରୁଥିବାରୁ ସେମାନଙ୍କୁ ଯେତେ ଧନ୍ୟବାଦ୍ ଦେଲେ ମଧ୍ୟ କମ୍ ହେବ ବୋଲି ପ୍ରକାଶ କରିଥିଲେ।ଏହି କାର୍ଯ୍ୟକ୍ରମରେ ଓଏଏସ ପାଇଥିବା ହେମରାଜ କୁମ୍ଭାର,ବରିଷ୍ଠ ସାମ୍ବାଦିକ ଶରତ ମିଶ୍ର,ହୁଲେଶ୍ୱର ହଂସ,ଏମବିବିଏସ ଛାତ୍ର ବିଷ୍ଣୁଚରଣ ମାଝୀ,କିଡନୀ ଦାନ କରିଥିବା ଶିକ୍ଷୟିତ୍ରୀ ଶ୍ରଦ୍ଧାଞ୍ଜଳୀ ମହାନ୍ତି,ଦିବ୍ୟାଙ୍ଗ ପାରା କ୍ରିକେଟ ଖେଳାଳି ଯୁଧିଷ୍ଠିର ପଧାନ,ବରିଷ୍ଠ ଦଣ୍ଡ କଳାକାର ଲିଙ୍ଗରାଜ ବାଗ,ରାଜକିଶୋର କର୍ମୀ,ସଫଳ ମହିଳା ଚାଷୀ ବିଜୟିନୀ ପଧାନ,ବରିଷ୍ଠ କଣ୍ଠଶିଳ୍ପୀ ସୁଦର୍ଶନ ଦୀପ,ନୂଆଦିଲ୍ଲୀ ପ୍ୟାରେଡ ଅଂଶଗ୍ରହଣକାରୀ ଏନଏସଏସ ଛାତ୍ର ପ୍ରୀତମ ବଘାର,ବରିଷ୍ଠ ଘୁଡୁକା କଳାକାର ଉମାକାନ୍ତ ବେହେରା,ବରିଷ୍ଠ ଚାଷୀ ଦାମୋଦର ଖର୍ସେଲ, ଯୁବ ସମାଜସେବୀ ମକୁନ୍ଦ ବଗର୍ତ୍ତି,ଦିବ୍ୟାଙ୍ଗ କୋଶଲି କବି ମଧୁସୂଦନ ନାଗ, ଡିଭାଇନ୍ କିଡସ ପବ୍ଲିକ ସ୍କୁଲ ପ୍ରତିଷ୍ଠାତା ଗିରିଧାରୀ ବନଛୋର,ସିରୋଲର ମା ପାର୍ବତୀ ଏସଏଚଜି ଓ ମୁରିବାହାଲର ମା ସୁଭଦ୍ରା ଏସଏଚଜିଙ୍କୁ ଜର୍ଣ୍ଣାଲିଷ୍ଟ ଆସୋସିଏସନ୍ ପକ୍ଷରୁ ସ୍ୱତନ୍ତ୍ର ଭାବେ ସମ୍ୱର୍ଦ୍ଧିତ କରାଯାଇଥିଲା।କାର୍ଯ୍ୟକ୍ରମରେ ମୁରିବାହାଲ ୟୁପି ସ୍କୁଲ୍,କେଜିବିବି,ହାଇସ୍କୁଲ, ଓଏଭି ଓ ଯୁକ୍ତ ଦୁଇ କଲେଜର ଛାତ୍ରୀମାନେ ଚିତ୍ତାକର୍ଷକ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ।ଏଥିରେ ବ୍ଲକର ସମସ୍ତ ସରପଞ୍ଚ,ସମିତି ସଭ୍ୟ ଚକ୍ରଧର ହେର୍ଣ୍ଣା,ବ୍ଲକ ବିକାଶ ମଞ୍ଚ,ଡ୍ରାଇଭର ସଂଘ,ଓକିଲ ସଂଘ,ସ୍ଵାମୀ ବିବେକାନନ୍ଦ ଯୁବକ ସଂଘ,ମହିଳା ସ୍ଵଂୟ ସହାୟକ ଗୋଷ୍ଠୀଙ୍କ ସହ ବହୁ ଅନୁଷ୍ଠାନ ଯୋଗଦେବା ସହ ସମ୍ବର୍ଦ୍ଧିତ ହୋଇଥିଲେ।ମୁରିବାହାଲ ବ୍ଲକ ଜର୍ଣ୍ଣାଲିଷ୍ଟ ଆସୋସିଏନ ଉପଦେଷ୍ଟା ବନବିହାରୀ ଯୋଶୀ,କାର୍ଯ୍ୟକାରୀ ସଭାପତି ଖଗେଶ୍ବର ସାହୁ,ଉପସଭାପତି ପ୍ରେମାନନ୍ଦ ତାଣ୍ଡି,ଗିରିଧାରୀ ସାହୁ,ସହସମ୍ପାଦକ ମୋତିଲାଲ ତାଣ୍ଡି,ସୁବାସ ମାଝୀ,ପାର୍ଥବ ଲୁହା,ହୃଦାନନ୍ଦ ବାଗ,ମଦନ ମୋହନ ସାହୁ,ସୁଧୀର ତାଣ୍ଡି,ସୁମନ୍ତ ମହାଲିଙ୍ଗ, ଚୁଡ଼ାମଣି ମାହାକୁରଙ୍କ ସହ ମୁରିବାହାଲ ସାମ୍ବାଦିକ ସଂଘ,ପ୍ରେସ କ୍ଲବ, ଟିଟିଲାଗଡ,କଣ୍ଟାବାଞ୍ଜି ଓ ବଙ୍ଗୋମୁଣ୍ଡାର ସାମ୍ବାଦିକ ପ୍ରମୁଖ ଉପସ୍ଥିତ ରହି ସହଯୋଗ କରିଥିଲେ।ସାଧାରଣ ସମ୍ପାଦକ ଜୟନ୍ତ କୁମାର ସାହୁ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ଆସୋସିଏସନ୍ କୋଷାଧ୍ୟକ୍ଷ ନବୀନ କୁମାର ତାଣ୍ଡି ଧନ୍ୟବାଦ ଦେଇଥିଲେ।

Leave a Reply

Your email address will not be published. Required fields are marked *