ଦଣ୍ଡିବା ଶକ୍ତି ଯାର ଥାଇ

ଶୀର୍ଷକ _ଦଣ୍ଡିବା ଶକ୍ତି ଯାର ଥାଇ


ରୀତାରାଣୀ ଦାଶ

ନ୍ୟାୟର ଚାବୁକ ଧରିଛି ଶାସକ
କିଏ ଜଣା ପଡେ ନାହିଁ
ନିୟମ କାନୁନ କି ବିଚାରପତି
ଭାଗ୍ୟ ନିର୍ଣ୍ଣୟରେ ଦାୟୀ
କିମ୍ବା ସ୍ୱୟଂ ଭଗବାନ,
ଯାହା ନିର୍ଦ୍ଦେଶରେ ଦଣ୍ଡିବା ଶକତି
ବିଧି କରିଛି ଭିଆଣ |

ବିଚାରଳୟରେ ଡିଗ୍ରୀ ଲାଭ ବଳେ
ସମାଜ କରେ ଲଜ୍ଜିତ
ଅନ୍ଧକାର ପୂର୍ଣ୍ଣ ନିରାଶାରେ ମନ
ଅନୁଗ୍ରହରେ ସଜ୍ଜିତ
ଉଙ୍କିମାରି କହେ ଦୟା,
ଯତ୍ନର ସହିତ ଦୋଷୀ ନିର୍ଦ୍ଦୋଷକୁ
ଦଣ୍ଡଦିଅ ବିଶ୍ୱ ନାହା |

ଶ୍ରେଷ୍ଠ ଅପରାଧେ ହୃଦୟର ଶବ୍ଦେ
କିଏ ଦଣ୍ଡ ଦେଇପାରେ
ଅନୁତାପ ଭୂତ ସମୟରେ ବୋଧ
ନିଜେ ରାତ୍ରିର ଅନ୍ଧାରେ
ସ୍ପଷ୍ଟ ଦିବାଲୋକେ କ୍ଷମା,
ଆରୋଗ୍ୟ କରଇ କଳୁଷ କାଳିମା
ପ୍ରାୟଶ୍ଚିତରେ ମହିମା |

ପ୍ରଭୁ ନାରାୟଣ ଦିବ୍ୟ ସୁଦର୍ଶନ
ତୁମରି ଚକ୍ର ସହିତ
ତୁମ ପରାଭବ ଅବା ପାପୀ ପାପ
କର୍ମଫଳ ସ୍ଥିରୀକୃତ
ପରଂବ୍ରହ୍ମ ଅବତାର,
ଦୁନିଆଁ ଉଜ୍ଜ୍ୱଳ ପାପ ଦୂରୀଭୂତେ
ଧର୍ମ ସଂସ୍ଥାପନ କର |

ଦଣ୍ଡ ବିଧାନର କ୍ଷମତା କାହାର
କ୍ଷମା ପୁଣି କେ ଆଚରେ
ଆହେ ମହାପ୍ରଭୁ ତୁମର ନିର୍ଦ୍ଦେଶେ
ପ୍ରାୟଶ୍ଚିତେ ବା ଦଣ୍ଡରେ
ସତ୍ୟ ପଥର ଦେବେଶ,
କଠୋର ଦଣ୍ଡରେ ଦଣ୍ଡିତ କରାଅ
କେବେ କ୍ଷମା ଅବଶୋଷ |

Leave a Reply

Your email address will not be published. Required fields are marked *