ପ୍ରତି ଶନିବାର କୋଣାର୍କ ସୂର୍ଯ୍ୟ ମନ୍ଦିର ପ୍ରବେଶ ଶୁଳ୍କ ଛାଡ଼ ସହ ଅନେକ ଦାବୀ ନେଇ ସୂର୍ଯ୍ୟ ମନ୍ଦିର ସାମ୍ନାରେ ଧାରଣା ।
-ପୁରୀ ଜିଲ୍ଲା କୋଣାର୍କ ରେ ଆରାଧ୍ୟ ଦେବତା ପ୍ରଭୁ ନବଗ୍ରହ ଙ୍କ ମନ୍ଦିର ରହିଛି । ରାଜ୍ୟ ର କୋଣ ଅନୁକୋଣ ରୁ ହଜାର ହଜାର ଶ୍ରଦ୍ଧାଳୁ ନବଗ୍ରହ ମନ୍ଦିର କୁ ଦର୍ଶନ କରିବାକୁ ଆସୁଛନ୍ତି। କିନ୍ତୁ ନବଗ୍ରହ ମନ୍ଦିର ନିକଟରେ କୋଣାର୍କ ସୂର୍ଯ୍ୟ ମନ୍ଦିର କୁ ପ୍ରତି ଶନିବାର ପ୍ରବେଶ ଶୁକ୍ଳ ଛାଡ଼ କରିବାକୁ କୋଣାର୍କ ସୁରକ୍ଷା ସମିତି ତରଫରୁ ଦୀର୍ଘ ୨୯ବର୍ଷ ହେବ ଦାବୀ ଉପସ୍ଥାପନା କରି ଆସୁଛନ୍ତି। ଆଜି ସ୍ଥାନୀୟ ଅଞ୍ଚଳ ର ଶତାଧିକ ଲୋକ ସହ କୋଣାର୍କ ସୁରକ୍ଷା ସମିତି ତରଫରୁ ସୂର୍ଯ୍ୟ ମନ୍ଦିର ସାମ୍ନାରେ ଧାରଣା ରେ ବସିଛନ୍ତି। ଦାବୀ ଗୁଡିକ ମଧ୍ୟରେ ପ୍ରତି ଶନିବାର ସୂର୍ଯ୍ୟ ମନ୍ଦିର ପ୍ରବେଶ ଶୁଳ୍କ ଛାଡ଼,ସହ ନବଗ୍ରହ ମନ୍ଦିର ର ଭବ୍ୟ ମନ୍ଦିର ନିର୍ମାଣ ସହ ସୂର୍ଯ୍ୟ ମନ୍ଦିର ସଂରକ୍ଷଣ ଓ ବ୍ୟବସାୟୀ ମାନଙ୍କୁ ଥଇଥାନ ପାଇଁ ଦାବୀ ରଖି କୋଣାର୍କ ସୁରକ୍ଷା ସମିତି ତରଫରୁ ଧାରଣା ଦିଆଯାଇଛି।
