ତିର୍ତ୍ତୋଲ ସାମ୍ବାଦିକ ସଂଘ ପକ୍ଷରୁ ପ୍ରେସ ଦିବସ ପାଳିତ।

ତିର୍ତ୍ତୋଲ :ତିର୍ତ୍ତୋଲ ଅଞ୍ଚଳର ସର୍ବପୁରାତନ ସାମ୍ବାଦିକ ସଙ୍ଗଠନ ତିର୍ତ୍ତୋଲ ସାମ୍ବାଦିକ ସଙ୍ଘ ପକ୍ଷରୁ ବ୍ଲକ ସ୍ତରୀୟ ଜାତୀୟ ପ୍ରେସ ଦିବସ ୨୦୨୫ ସ୍ଥାନୀୟ ବୀଣାପାଣି ମଣ୍ଡପ ପରିସରରେ ପାଳିତ ହୋଇଯାଇଅଛି। ଏହି ଅବସରରେ ଆୟୋଜିତ ଏହି ସଭାରେ ସଙ୍ଘର ସଭାପତି ଟୁକନ ଚରଣ ସେଠି ସଭାପତିତ୍ୱ କରିଥିବାବେଳେ ମୁଖ୍ୟଅତିଥି ଭାବେ ତିର୍ତ୍ତୋଲ ଥାନା ଅଧିକାରୀ ପ୍ରଦିପ୍ତ କୁମାର ସେଠୀ।ସମ୍ମାନିତ ଅତିଥିଭାବେ ଥାନା ଏସ୍ ଆଇ ବିଭୁତି ବିଶ୍ଵାଳ ଯୋଗ ଦେଇ ଜାତୀୟ ପ୍ରେସ ଦିବସ ସମ୍ପର୍କରେ ଆଲୋକପାତ କରିଥିଲେ। ଉପଦେଷ୍ଟା ଅମର ଜ୍ୟୋତି ସାହୁ ଅତିଥି ପରିଚୟ ପ୍ରଦାନ ସହିତ ସଭା ପରିଚାଳନା କରିଥିଲେ। ସମ୍ପାଦକ ସୌରାଜିତ ପଢିଆରି ସମ୍ପାଦକୀୟ ବିବରଣୀ ପାଠ କରିଥିବା ବେଳେ ବରିଷ୍ଠ ସଭ୍ୟ ମାନସ କୁମାର ସୂତାର ଚନ୍ଦ୍ରକାନ୍ତ ବାରିକ, ସୁଧାଂଶୁ ଶେଖର ପୁଷ୍ଟି ,ଶିବସ ଲାଞନ ପାଢ଼ୀ ପ୍ରମୁଖ ଜାତୀୟ ପ୍ରେସ୍ ଦିବସ ପାଳନ ସମ୍ପର୍କ ରେ ଅଭିଭାଷଣ ରଖିଥିଲେ। ଏହି ସଭାରେ କୋଷାଧ୍ୟକ୍ଷ ଭାନୁ ଶଙ୍କର ରାଉତରାୟ, ଜଗନ୍ନାଥ ପ୍ରସାଦ ସାହୁ, ଏମ୍ ଏସ ରାଜନ୍, ରଞ୍ଜନ ଖୁଣ୍ଟିଆ,ଜୟନ୍ତ ପରିଜା, ଶୁଶିଲ ମହାପାତ୍ର, ନିଶାକର ଦାସ, ଲଗନ ମହାନ୍ତି, ସୁବାଶିଷ ସ୍ୱାଇଁ, ସତ୍ୟ ପ୍ରକାଶ ମହାନ୍ତି, ଗୋପାଳ କୃଷ୍ଣ ଦାସ, ଦିଲୀପ ସାହୁ, ପ୍ରମୁଖ ଉପସ୍ଥିତ ଥିଲେ।ସଭା ପରିଶେଷରେ ସଂଘର କାର୍ଯ୍ୟକାରୀ ସଭାପତି ପ୍ରଭାତ କୁମାର ପରିଡ଼ା_ ଧନ୍ୟବାଦ ଅର୍ପଣ କରିଥିଲେ।

Leave a Reply

Your email address will not be published. Required fields are marked *