ଉଧନା–ବ୍ରହ୍ମପୁର–ଉଧନା ଅମୃତ ଭାରତ ଏକ୍ସପ୍ରେସ୍‌ ଏବେ ସପ୍ତାହରେ ତିନି ଦିନ ଚାଲିବ ।

ଜନସାଧାରଣଙ୍କ ଚାହିଦାକୁ ଦୃଷ୍ଟିରେ ରଖି ଏବଂ ଯାତ୍ରୀ ସୁବିଧା ବୃଦ୍ଧି କରିବା ପାଇଁ ରେଳ ମନ୍ତ୍ରଣାଳୟର ନିରନ୍ତର ପ୍ରୟାସର ଅଂଶ ସ୍ୱରୂପ, ଭାରତୀୟ ରେଳବାଇ ଟ୍ରେନ୍ ନମ୍ବର ୧୯୦୨୧/୧୯୦୨୨ ଉଧନା–ବ୍ରହ୍ମପୁର–ଉଧନା ଅମୃତ ଭାରତ ଏକ୍ସପ୍ରେସର ଚଳାଚଳ ସଂଖ୍ୟା ବୃଦ୍ଧି କରିବାକୁ ନିଷ୍ପତ୍ତି ନେଇଛି।ଏହାଫଳରେ, ଉକ୍ତ ଟ୍ରେନ୍‌ଟି ସପ୍ତାହକୁ ଗୋଟିଏ ଦିନ ପରିବର୍ତ୍ତେ ତିନି ଦିନ ଚଳାଚଳ କରିବ। ଏହି ପଦକ୍ଷେପ ଯୋଗାଯୋଗ ବ୍ୟବସ୍ଥାକୁ ଆହୁରି ସୁଦୃଢ କରିବା ସହିତ ଯାତ୍ରୀମାନଙ୍କୁ ଉନ୍ନତ ଯାତ୍ରା ସୁବିଧା ପ୍ରଦାନ କରିବା ପାଇଁ ମାନ୍ୟବର ରେଳମନ୍ତ୍ରୀଙ୍କ ପ୍ରତିବଦ୍ଧତାକୁ ପ୍ରକାଶ କରୁଛି।ଟ୍ରେନ୍ ନମ୍ବର ୧୯୦୨୧ ଉଧନା-ବ୍ରହ୍ମପୁର ଅମୃତ ଭାରତ ଏକ୍ସପ୍ରେସ୍, ଯାହା ପୂର୍ବରୁ କେବଳ ରବିବାର ଚାଲୁଥିଲା, ଏବେ ୧୯ ନଭେମ୍ବର ୨୦୨୫ ଠାରୁ ସପ୍ତାହରେ ତିନି ଦିନ – ରବିବାର, ବୁଧବାର ଏବଂ ଶୁକ୍ରବାର ଚାଲିବ।ସେହିପରି, ଟ୍ରେନ୍ ନମ୍ବର ୧୯୦୨୨ ବ୍ରହ୍ମପୁର-ଉଧନା ଅମୃତ ଭାରତ ଏକ୍ସପ୍ରେସ୍, ଯାହା ପୂର୍ବରୁ କେବଳ ସୋମବାରରେ ଚଳାଚଳ କରୁଥିଲା, ଏବେ ୨୦ ନଭେମ୍ବର ୨୦୨୫ ଠାରୁ ସପ୍ତାହରେ ତିନି ଦିନ – ସୋମବାର, ଗୁରୁବାର ଏବଂ ଶନିବାର – ଚଳାଚଳ କରିବ।ବର୍ତ୍ତମାନର ଅମୃତ ଭାରତ ଏକ୍ସପ୍ରେସର ସମୟ, ରହଣି ସ୍ଥାନ କିମ୍ବା କୋଚ୍ ଗଠନରେ କୌଣସି ପରିବର୍ତ୍ତନ ହୋଇନାହିଁ। ଏହି ସମ୍ପର୍କରେ ଜାରି କରାଯାଇଥିବା ସମସ୍ତ ପୂର୍ବ ନିର୍ଦ୍ଦେଶ ଅପରିବର୍ତ୍ତିତ ରହିଛି।ଯାତ୍ରୀମାନଙ୍କୁ ଅନୁରୋଧ କରାଯାଇଛି ଯେ ସେମାନେ ସଂଶୋଧିତ ଚଳାଚଳ ଉପରେ ଧ୍ୟାନ ଦିଅନ୍ତୁ ଏବଂ ସେହି ଅନୁସାରେ ସେମାନଙ୍କର ଯାତ୍ରା ଯୋଜନା କରନ୍ତୁ।

Leave a Reply

Your email address will not be published. Required fields are marked *