ପୁରୀ ଜିଲ୍ଲା ସ୍ତରୀୟ ୭୨ ତମ ନିଖିଳ ଭାରତ ସମବାୟ ସପ୍ତାହ ପାଳିତ

ପୁରୀ ଜିଲ୍ଲା ସ୍ତରୀୟ ୭୨ ତମ ନିଖିଳ ଭାରତ ସମବାୟ ସପ୍ତାହ ପାଳିତ
ପୁରୀ ୧୮/୧୧ ଆଜି ପୂର୍ବାହ୍ନରେ ଟାଉନ ହଲ ପରିସରରେ ସମବାୟ କାର୍ଯ୍ୟାଳୟ ପକ୍ଷରୁ ପୁରୀ ଜିଲ୍ଲା ସ୍ତରୀୟ ୭୨ ତମ ନିଖିଳ ଭାରତ ସମବାୟ ସପ୍ତାହ ପାଳିତ ହୋଇଥିଲା।ଏଥିରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଅତିରିକ୍ତ ଜିଲ୍ଲାପାଳ ପ୍ରଶାସନ ଶରତ ଚନ୍ଦ୍ର ବେହେରା ଅର୍ଥନୀତି ସୁଦୃଢୀକରଣ ରେ ସମବାୟର ଭୂମିକା ଗୁରୁତ୍ୱପୂର୍ଣ୍ଣ ବୋଲି କହିଥିଲେ।ଗ୍ରାମ୍ୟ ଅର୍ଥନୀତି କୁ ସୁଦୃଢ ଓ ସଶକ୍ତ କରିବାରେ ସମବାୟ ସମିତିର ଭୂମିକା ସର୍ବଦା ଗୁରୁତ୍ୱ ବହନ କରି ଆସିଛି।କୃଷକ ମାନଙ୍କୁ ବିବିଧ ସରକାରୀ ଯୋଜନା ରେ ସାମିଲ କରିବା, ସେମାନଙ୍କ ଆବଶ୍ୟକତା ଅନୁସାରେ କମ ସୁଧରେ ଋଣ ପ୍ରଦାନ, ସେମାନଙ୍କ ଉତ୍ପାଦ ର ସଠିକ ବିକ୍ରି ବ୍ୟବସ୍ଥା ଉପରେ ଅତିରିକ୍ତ ଜିଲ୍ଲାପାଳ ପରାମର୍ଶ ଦେଇଥିଲେ।ପୂର୍ବରୁ ବ୍ୟବସାୟୀ ମାନେ କମ ଦାମରେ ଚାଷୀ ମାନଙ୍କ ଠାରୁ ସେମାନଙ୍କ ଉତ୍ପାଦକ ନେଇ ଯାଉଥିଲେ, କିନ୍ତୁ ବର୍ତ୍ତମାନ ସମୟରେ ଚାଷୀ ମାନଙ୍କୁ ସେମାନଙ୍କ ଉତ୍ପାଦକ ର ସଠିକ ମୂଲ୍ୟ ବ୍ୟାଙ୍କ ଆକାଉଣ୍ଟ ମାଧ୍ୟମରେ ପ୍ରଦାନ କରାଯାଉଛି ଯାହା ସେମାନଙ୍କ ହକ ବୋଲି ଶ୍ରୀ ବେହେରା କହିଥିଲେ।
ଉପ ଜିଲ୍ଲାପାଳ ରାଜ କିଶୋର ଜେନା ସମବାୟ ଆନ୍ଦୋଳନ ର ଇତିହାସ ସମ୍ପର୍କରେ ଆଲୋଚନା କରିବା ସହ ଧାନ ସଂଗ୍ରହ ସମୟରେ ନିରପେକ୍ଷତା ବଜାୟ ରଖିବା, ମଣ୍ଡି ଗୁଡିକର ଭିତ୍ତିଭୂମି କୁ ସୁଦୃଢ଼ କରିବା,ପାକ୍ସ କୃଷକ ମାନଙ୍କୁ ସହଯୋଗ କରିବା ପାଇଁ ମତ ବ୍ୟକ୍ତ କରିଥିଲେ।
ପୁରୀ ନିମାପଡା ସମ୍ମିଳିତ ବ୍ୟାଙ୍କ ର ସଭାପତି କିଶୋର କୁମାର ଛୋଟରାୟ
ସମବାୟ ସମିତି କୁ ଅଧିକ କ୍ରିୟାଶୀଳ କରିବା, ସମସ୍ତଙ୍କ ସହଯୋଗ ନେବା, ନିର୍ବାଚିତ ସମବାୟ ପ୍ରତିନିଧି ମାନଙ୍କୁ ଉପଯୁକ୍ତ ସମ୍ମାନ ଓ ପରାମର୍ଶ ନେବା ସମ୍ପର୍କରେ ସେ ଆଲୋକପାତ କରିଥିଲେ।
ଡିଆରସିଏସ ସୁନୀତା ପତି ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମ ରେ ନାବାର୍ଡର ଡିଡିଏମ ସସ୍ମିତା ପୃଷ୍ଟି, ବ୍ୟାଙ୍କ ସମୂହର ସିଇଓ ବନଶ୍ରୀ ମଲ୍ଲିକ
ସୂଚନା ଓ ଲୋକ ସମ୍ପର୍କ ଉପ ନିର୍ଦ୍ଦେଶକ ସନ୍ତୋଷ କୁମାର ସେଠୀ,ହସ୍ତଶିଳ୍ପ ର ଉପ ନିର୍ଦ୍ଦେଶକ ବିଷ୍ଣୁ ପଦ ମାରାଣ୍ଡି, ଅତିରିକ୍ତ ମତ୍ସ୍ୟ ଅଧିକାରୀ ରମେଶ ଚନ୍ଦ୍ର ରାଉଳ ପ୍ରମୁଖ ଯୋଗ ଦେଇ ସମବାୟ ଆନ୍ଦୋଳନର ଆବଶ୍ୟକତା, ଆତ୍ମନିର୍ଭର ଭାରତ ପାଇଁ ସମବାୟ ର ଯୋଗଦାନ, କୃଷକ, ପାକ୍ସ ମାନଙ୍କ ର ସମସ୍ୟା, ସହାୟତା ସମ୍ପର୍କରେ ଆଲୋଚନା କରିଥିଲେ।ପୂର୍ବରୁ ଅନୁଷ୍ଠିତ ବିଭିନ୍ନ ପ୍ରତିଯୋଗିତାର କୃତି ପ୍ରତିଯୋଗୀ ଙ୍କୁ ଓ ଉଲ୍ଲେଖଯୋଗ୍ୟ ଅବଦାନ ପାଇଁ ବିଭିନ୍ନ ସମବାୟ ସମିତିର କର୍ମକର୍ତ୍ତା ମାନଙ୍କୁ ଅତିଥି ମାନେ ପୁରସ୍କୃତ କରିଥିଲେ।ପ୍ରାରମ୍ଭରେ ଅତିଥି ମାନେ ମହାପ୍ରଭୁଙ୍କ ପ୍ରତିମୂର୍ତ୍ତି ରେ ମାଲ୍ୟାର୍ପଣ ସହ ପ୍ରଦୀପ ପ୍ରଜ୍ଜ୍ବଳନ କରି କାର୍ଯ୍ୟକ୍ରମ ର ଶୁଭାରମ୍ଭ କରିଥିଲେ।ସଂଚାଳକ ଶ୍ୟାମ ପ୍ରକାଶ ସେନାପତି ମଞ୍ଚ ପରିଚାଳନା କରିଥିଲେ।

Leave a Reply

Your email address will not be published. Required fields are marked *