ଉଦଳା ରେ ସର୍ଦାର ବଲ୍ଲଭଭାଇ ପଟେଲ ଙ୍କ ଜନ୍ମ ବାର୍ଷିକ ପାଳିତ
ଉଦଳା ତା ୧୮/୧୧ ଉଦଳା ଠାରେ ସର୍ଦାର ବଲ୍ଲଭଭାଇ ପଟେଲ ଙ୍କ ୧୫୦ତମ ଜନ୍ମ ଜୟନ୍ତୀ ପରିପ୍ରେକ୍ଷୀ ରେ ରାଷ୍ଟ୍ରୀୟ ଏକତା ଦିବସ ଅତି ଆଡମ୍ବର ସହକାରେ ପାଳିତ ହୋଇଯାଇଛି l ମୟୁରଭଞ୍ଜ ଜିଲ୍ଲା ପ୍ରଶାସନ ତରଫରୁ ଉକ୍ତ ଉତ୍ସବ ରେ ଓଡିଶା ର ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଡ଼. କୃଷ୍ଣ ଚନ୍ଦ୍ର ମହାପାତ୍ର ମୁଖ୍ୟ ଅତିଥି ଭାବରେ ଯୋଗ ଦାନ କରିଥିଲେ l ଅନ୍ୟମାନ୍ୟ ଗଣ୍ୟ ଅତିଥି ଭାବରେ ବର୍ତ୍ତମାନର ଲୋକପ୍ରିୟ ବିଧାୟକ ଶ୍ରୀଯୁକ୍ତ ଭାସ୍କର ଚନ୍ଦ୍ର ମଢେଇ, ପୂର୍ବତନ ବିଧାୟକ ଶ୍ରୀନାଥ ସୋରେନ, ଏନ. ଏ. ସି ଅଧକ୍ଷ୍ୟା କରିତ କର୍ମା ପ୍ରମିଳା ପଣ୍ଡା , ବ୍ଲକ ଅଧକ୍ଷ୍ୟା ମଞ୍ଜୁଲତା ବିଶ୍ୱାଳ , କାନ୍ଦରରୁ ସୋରେନ, ଉପଖଣ୍ଡ ର ଉପଜିଲ୍ଲାପାଳ ଶ୍ରୀଯୁକ୍ତ ସୁଶାନ୍ତ କୁମାର ବାରିକ , ଆରକ୍ଷୀ ଅଧିକ୍ଷ୍ୟକ ଶ୍ରୀଯୁକ୍ତ ହୃଷିକେଶ ନାୟକ ଯୋଗଦାନ କରିଥିଲେ l ପ୍ରାରମ୍ଭରେ ପ୍ରଦୀପ ପ୍ରଜ୍ୱଳନ କରି କୋଟି ଓଡ଼ିଆ ଙ୍କ ମଉଡମଣୀ ପରମ ଆରାଧ୍ୟ ଦେବତା ଜଗତର ନାଥ ଶ୍ରୀ ଜଗନ୍ନାଥ ଓ ସର୍ଦାର ବଲ୍ଲଭ ଭାଇ ପଟେଲ ଙ୍କ ଫୋଟୋ ଚିତ୍ର ରେ ଧୂପ ଦୀପ ଓ ମାଲ୍ୟର୍ପଣ କରିଥିଲେ l ପରେ ଉପସ୍ଥିତ ସମସ୍ତ ଅତିଥି ରାଷ୍ଟ୍ରିୟ ଏକତା ଲାଗି ଶପଥ ନେଇଥିଲେ l ଏହା ପରେ ଉଦଳା ହାଇସ୍କୁଲ ପଡିଆ ରୁ ତିନି ହଜାର ପଦ ଯାତ୍ରୀ ଦେଶାତ୍ମକ ସଂଗୀତ ଗାଁ ନ କରି ଉଦଳା ବଜାର ପରିକ୍ରମା କରି ପରି ଶେଷ ରେ ଉଦଳା ରେ ସିପ୍ରନ ଇନ ଠାରେ ପ୍ରାକ ଅନୁଷ୍ଠିତ ହୋଇଥିବା ମଞ୍ଚ ଠାରେ ପହଂଚି ଥିଲେ l ସେଠାରେ ଅନୁଷ୍ଠିତ କାର୍ଯ୍ୟକ୍ରମ ରେ ଯୋଗଦାନ କରି ସାରିବାପରେ ପୁଣି ଉଦଳା ହାଇସ୍କୁଲ ପଡିଆ କୁ ଫେରିଥିଲେ l

ଉକ୍ତ ଦିବସ ରେ ବିଭିର୍ନ କ୍ଷେତ୍ର ରେ ପାରଦର୍ଶିତା ଅର୍ଜନ କରି ଥିବା ୨୫ଜଣ ବ୍ୟକ୍ତି ଙ୍କୁ ସମ୍ମାନର ସହ ଉତ୍ତରୀୟ ଓ ମାନପତ୍ର ପ୍ରଦାନ କରାଯାଇଥିଲା l ଆଜିର ଏହି ରାଷ୍ଟ୍ରିୟ କାର୍ଯ୍ୟ କ୍ରମ ରେ ପ୍ରୋକଳ୍ପ ପ୍ରଶାସନ ଅଧିକାରୀ ଆଇ. ଟି. ଡ଼. ଏ ଶ୍ରୀଯୁକ୍ତ ନରେନ୍ଦ୍ର ନାଥ ଖମାରୀ, ଉପଖଣ୍ଡ ଚିକିତ୍ସା ଅଧିକାରୀ ଲକ୍ଷ୍ମୀକାନ୍ତ ପତି, ଉପ ଖଣ୍ଡ ର ସମସ୍ତ ବି. ଡ଼. ଓ, ତହସିଲଦାର, ସି. ଡ଼. ପି. ଓ ଅଂଶ ଗ୍ରହଣ କରିଥିଲେ l ଉଦଳା ତହସିଲଦାର ସୁପ୍ରଭା ଦାସ, ଉପଖଣ୍ଡ ର ଡେପୁଟି କଲେକଟର ପ୍ରତୀକ ପଣ୍ଡା, ସମସ୍ତ କାର୍ଯ୍ୟ ପରିଚାଳନା କରିଥିଲେ l ସେମାନଙ୍କୁ କାର୍ଯ୍ୟାଳୟ ର କର୍ମଚାରୀ ରମେଶ ଚନ୍ଦ୍ର ପୃଷ୍ଟି ଓ ଅନ୍ୟ କର୍ମଚାରୀ ବୃନ୍ଦ ସହାୟତା କରିଥିଲେ l ଉଦଳା କୃଷି ଜିଲ୍ଲା କାର୍ଯ୍ୟାଳୟ ର କର୍ମଚାରୀ ଶ୍ରୀୟାସ୍ମିତା ଦାସ କାର୍ଯ୍ୟ କ୍ରମ ର ଉଦ ଘୋଷିକା ଭାବେ ଦାୟିତ୍ୱ ସୁଚାରୁ ରୂପେ ସମ୍ପାଦନା କରି ଉପସ୍ଥିତ ସମସ୍ତ ପଦଯାତ୍ରୀ ଓ ଜନସାଧାରଣ ଙ୍କ ହୃଦୟ କୁ ଜିଣି ଯାଇଥିଲେ l ତେବେ ସମସ୍ତ କାର୍ଯ୍ୟକ୍ରମ କୁ ଉଦଳା ଏନ. ଏ. ସି. ର କାର୍ଯ୍ୟ ନିର୍ବାହୀ ଅଧିକାରୀ ପ୍ରିୟ ରଞ୍ଜନ ଜେନା ପରିଚାଳନା କରିଥିଲେ l
