ନିଖିଳ ଉତ୍କଳ ଶିଶୁ ମେଳା ସମିତି ପକ୍ଷରୁ ୪୬ତମ ବର୍ଷିକ ଉତ୍ସବ

ଧର୍ମଶାଳା–ଯାଜପୁର ଜିଲ୍ଲା ଚଣ୍ଡିଖୋଲ ମିଲତନଗର ସ୍ଥିତ ସେଣ୍ଟ ଜାଭିୟର୍ସ ପବ୍ଲିକ ସ୍କୁଲ ପରିସରରେ ନିଖିଳ ଉତ୍କଳ ଶିଶୁ ମେଳା ସମିତି ପକ୍ଷରୁ ୪୬ତମ ବାର୍ଷିକ ଉତ୍ସବ ଓ ଶିଶୁ ମେଳା ସମିତିର ସଭାପତି ଡ. ପ୍ରିୟନାଥ ମହାପାତ୍ରଙ୍କ ସଭାପତିତ୍ୱରେ ଦୁଇଦିନ ଧରି ଅନୁଷ୍ଠିତ ହୋଇଯାଇଛି। ଉଦଘାଟନୀ ଉତ୍ସବରେ ସଙ୍ଗିତ ପ୍ରତିଯୋଗୀତା,ହସକଥା ପ୍ରତିଯୋଗିତା, ନୃତ୍ୟଧାରା ପ୍ରତିଯୋଗିତା ଓ ନୃତ୍ୟଧାରାର କୃତି ପ୍ରତିଯୋଗୀ ମାନଙ୍କୁ ପୁରସ୍କାର ବିତରଣ କରାଯାଇଥିଲା।ଏହି କାର୍ଯ୍ୟକ୍ରମଗୁଡିକୁ ଶ୍ରୀମତି ଦେବସ୍ମିତା ପହୀ,ବିପିନି ବିହାରୀ ସ୍ୱାଇଁ,ଶ୍ରୀମତୀ ଦିପ୍ତୀଶ୍ରୀ ମହାପାତ୍ର ପରିଚାଳନା କରିଥିଲେ।ଏହି କାର୍ଯ୍ୟକ୍ରମର ଦ୍ୱିତୀୟ ଦିବସରେ ଶିଶୁ ମେଳା ସମିତି ପକ୍ଷରୁ ଚକୋଲେଟ୍ କୁଇଜ୍ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା ବେଳେ ଏହି ପ୍ରତିଯୋଗିତାକୁ ଅଧ୍ୟାପକ ଅରୁଣ କୁମାର ନାୟକ ପରିଚାଳନା କରିଥିଲେ ଓ ପରେପରେ କୃତି ଛାତ୍ରଛାତ୍ରୀ ମାନଙ୍କୁ ପୁରସ୍କାର ବିତରଣ ଓ କିଛି ବରିଷ୍ଠ ବ୍ୟକ୍ତିତ୍ୱଙ୍କୁ ସମ୍ବୋର୍ଦ୍ଧିତ କରାଯାଇଥିଲା।ଏହି ଉତ୍ସବରେ ଉଦଘାଟକ ଭାବେ ବିଶିଷ୍ଟ ସାହିତିକ ଶ୍ରୀଯୁକ୍ତ ଧନଞୟ ସ୍ୱାଇଁ, ସମ୍ମାନିତ ଅତିଥି ଭାବେ କବି ଦ. ତୁହିନାଂଶୁ ରଥ ଓ ମୂଖ୍ୟ ବକ୍ତା ଭାବେ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପ୍ରାପ୍ତ ବିଶିଷ୍ଟ ଶିଶୁ ସାହିତିକ ଶ୍ରୀଯୁକ୍ତ ମାନସ ରଞନ ସାମଲ,ସେଣ୍ଟ ଜାଭିୟର ସ୍କୁଲର ଅଧକ୍ଷ ଶ୍ରୀଯୁକ୍ତ ଦୁଷ୍ମନ୍ତ କୁମାର ପଣ୍ଡା ଓ ଶିଶୁ ମେଳା ସମିତିର ସମ୍ପାଦକ ଶରତ କୁମାର ନାୟକ ଯୋଗଦେଇ ବହୁମୂଲ୍ୟ ବକ୍ତବ୍ୟ ଦେବାସହ ଛାତ୍ରଛାତ୍ରୀ ମନଙ୍କୁ ପୁରସ୍କାର ବିତରଣ କରିଥିଲେ।ଏହି କାର୍ଯ୍ୟକ୍ରମରେ ନିଖିଳ ଉତ୍କଳ ଶିଶୁ ମେଳା ସମିତିର ସମସ୍ତ ସଦସ୍ୟ ଯୋଗ ଦେଇଥିଲା ବେଳେ ୧୭ଜଣ ପ୍ରତିଭାଧାରୀ ବ୍ୟକ୍ତି ବିଶେଷଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା।

Leave a Reply

Your email address will not be published. Required fields are marked *