ରାଜ୍ୟ ସରକାରଙ୍କ କ୍ରୀଡା ଓ ଯୁବ ସେବା ପକ୍ଷରୁ ବିଶାଳ “ଏକତା ପଦଯାତ୍ରା “।

କାମାକ୍ଷାନଗରDate-18/11/2025Anchor -ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗରରେ ଏକତା ଦିବସ ଅନୁଷ୍ଠିତ ହୋଇଯାଇଛି।ଭାରତର ପ୍ରଥମ ଉପ ପ୍ରଧାନମନ୍ତ୍ରୀ ତଥା ଗୃହମନ୍ତ୍ରୀ ସର୍ଦ୍ଦାର ବଲ୍ଲଭଭାଇ ପଟେଲ ଙ୍କ ୧୫୦ ତମ ଜନ୍ମଜୟନ୍ତୀ ପାଳିତ l ଭାରତର ଏକତା ଓ ସଂହତି ଦିଗରେ କାର୍ଯ୍ୟ କରିଥିଲେ l ଭାରତର ସ୍ୱାଧୀନତା ସଂଗ୍ରାମରେ ମଧ୍ୟ ସେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ l ସର୍ଦ୍ଦାର ପଟେଲଙ୍କ ୧୫୦ ତମ ଜନ୍ମ ବାର୍ଷିକୀ ଅବସରରେ ଓଡିଶା ସରକାରଙ୍କ କ୍ରୀଡା ଓ ଯୁବ ସେବା ବିଭାଗ ପକ୍ଷରୁ “ଏକତା ପଦଯାତ୍ରା ” ଆୟୋଜନ କରାଯାଉଛି l ମାଳପୁରା ଠାରୁ ଏକ ବିଶାଳ ରାଲି କାମାକ୍ଷାନଗର ସାରଙ୍ଗଧର ଷ୍ଟାଡିୟମ ପର୍ଯ୍ୟନ୍ତ ଯାଇଥିଲା। ସମାଜର ସବୁ ବର୍ଗର ଲୋକମାନଙ୍କୁ “ଏକ ଭାରତ ଆତ୍ମନିର୍ଭର ଭାରତ “ର ବାର୍ତ୍ତା ଦେବା ଏହି ପଦଯାତ୍ରାର ମୂଳ ଲକ୍ଷ୍ୟ । ଏହି କାର୍ଯ୍ୟକ୍ରମରେ ଢେଙ୍କାନାଳ ସାଂସଦ ରୁଦ୍ର ନାରାୟଣ ପାଣି, କାମାକ୍ଷାନଗର ବିଧାୟକ ଶତୃଘନ ଜେନା, ପରଜଙ୍ଗ ବିଧାୟକ ବିଭୂତି ଭୂଷଣ ପ୍ରଧାନ ଏବଂ ସ୍ଥାନୀୟ ବ୍ଲକ ଅଧ୍ୟକ୍ଷଙ୍କ ସହିତ ବହୁ ଲୋକପ୍ରତିନିଧି ଅଂଶଗ୍ରହଣ କରିଥିଲେ।

Leave a Reply

Your email address will not be published. Required fields are marked *