ବିଦ୍ୟାଳୟ ସ୍ତରୀୟ ବିଜ୍ଞାନମେଳା

ବିଦ୍ୟାଳୟ ସ୍ତରୀୟ ବିଜ୍ଞାନମେଳା

ଅସ୍ତରଙ୍ଗ,୨୦.୧୧- ପୁରୀ ଜିଲ୍ଲା ଅସ୍ତରଙ୍ଗ ବ୍ଲକ ଅନ୍ତର୍ଗତ ଜିଉନ୍ତି ସ୍ଥିତ ପିଏମଶ୍ରୀ ଶ୍ରୀ ଜଗନ୍ନାଥ ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପକ୍ଷରୁ ବିଦ୍ୟାଳୟ ସ୍ତରୀୟ ବିଜ୍ଞାନମେଳା ଗୁରୁବାର ଆୟୋଜିତ ହୋଇଯାଇଛି। ବିଦ୍ୟାଳୟ ପ୍ରଧାନଶିକ୍ଷକ ଶ୍ରୀଯୁକ୍ତ ନାରାୟଣ ପରିଡାଙ୍କ ପ୍ରତ୍ୟେକ୍ଷ ତତ୍ତ୍ଵାବଧାନରେ ଆୟୋଜିତ ଏହି ବିଜ୍ଞାନ ମେଳାରେ ପ୍ରଥମ ଶ୍ରେଣୀରୁ ଅଷ୍ଟମ ଶ୍ରେଣୀରେ ପଢୁଥିବା ଛାତ୍ରଛାତ୍ରୀ ମାନେ ମିଶି ମୋଟ ୫୧ ଟି ଭିନ୍ନ ଭିନ୍ନ ଶ୍ରେଣୀର ବିଜ୍ଞାନ ପ୍ରକଳ୍ପ ମାନ ଆଣିଥିଲେ। ସେମାନଙ୍କ ମଧ୍ୟରୁ ୫ ଜଣଙ୍କୁ ବ୍ଲକ ସ୍ତରିୟ ବିଜ୍ଞାନ ମେଳା ପାଇଁ ମନୋନୀତ କରାଯାଇଛି । ଏହି କାର୍ଯ୍ୟକ୍ରମରେ ଅତିଥି ଭାବେ ବ୍ଳକ୍ ସହ ଶିକ୍ଷାଅଧିକାରୀ ମଙ୍ଗୁଳି ଚରଣ ଦାସ, ପୂର୍ବତନ ଶିକ୍ଷା ଅଧିକାରୀ ଶାନ୍ତନୁ କୁମାର ପରିଡ଼ା, ପୂର୍ବତନ ପ୍ରଧାନ ଶିକ୍ଷକ ଦ୍ଵିଜବର ବାଘ, ବିଦ୍ୟାଳୟ ପରିଚାଳନା କମିଟି ସଭାପତି ବୀଣାପାଣି ରାଉତ, ସିଆରସିସି ଦୁର୍ଯ୍ୟୋଧନ ନାୟକ, ବନ୍ତିଲୋ ଗ୍ରାମ ସଭାପତି ପ୍ରଫୁଲ୍ଲ ପରିଡ଼ା ପ୍ରମୁଖ ଉପସ୍ଥିତ ରହି ଛାତ୍ର ଛାତ୍ରୀ ମାନଙ୍କୁ ଉତ୍ସାହିତ କରିବା ସହିତ ଦୈନଦିନ ଜୀବନରେ ବିଜ୍ଞାନ ଓ ବିଜ୍ଞାନ ଯନ୍ତ୍ରର ଆବଶ୍ୟକତା ଅତ୍ୟନ୍ତ ଆବଶ୍ୟକ ହୋଇ ପଡ଼ିଛି। ବିଜ୍ଞାନ ଦ୍ବାରା ମନୁଷ୍ୟ ନୂତନ ସମାଜ ସହ ସୁସ୍ଥ ସମାଜ ଗଢି ତୋଳି ପାରିବେ। ପ୍ରତ୍ୟେକ ପିତାମାତା ଓ ଅଭିଭାବକ ପିଲାଙ୍କ ବିଜ୍ଞାନ ଉପରେ ଅଧିକ ଜ୍ଞାନ ଅହୋରଣ କରିବାକୁ ପ୍ରୟାସ କରିବା ଉଚିତ୍ ବୋଲି ଅତିଥି ମାନେ ଛାତ୍ର ଛାତ୍ରୀ ମାନଙ୍କୁ ସମ୍ବୋଧନ କରିଥିଲେ। ଏହି କାର୍ଯ୍ୟକ୍ରମ ପରିଚାଳନାରେ ଶିକ୍ଷୟତ୍ରି ପ୍ରତିଭା ଦେଇ, ସୁଜାତା ନାୟକ, ରିନା ରାଣୀ କାଣ୍ଡି, ଶିକ୍ଷକ ଲକ୍ଷ୍ମୀଧର ପ୍ରଧାନ, ସୂର୍ଯ୍ୟନାରାୟଣ ମହାରଣା, ଚିତ୍ତ ରଞ୍ଜନ ପରିଡା ପ୍ରମୁଖ ସହଯୋଗ କରିଥିଲେ।

Leave a Reply

Your email address will not be published. Required fields are marked *