ସ୍ବାମୀଅରୂପାନନ୍ଦ ଡିଗ୍ରୀ କଲେଜ ର ପ୍ରତିଷ୍ଠା ଦିବସ ଅନୁଷ୍ଠିତ।
ରଘୁନାଥପୁର ତା ୧୯/୧୧:-ଜଗତସିଂହପୁର ଜିଲ୍ଲା ରଘୁନାଥପୁର ବ୍ଲକ କୁର୍ତ୍ତାଙ୍ଗଠାରେ ଥିବା ସ୍ଵାମୀଅରୂପାନନ୍ଦ ଡିଗ୍ରୀ କଲେଜର ପ୍ରତିଷ୍ଠା ଦିବସ ମହାସମାରୋହ ଅନୁଷ୍ଠିତ ହୋଇଯାଇଛି।କଲେଜ ଅଧ୍ୟକ୍ଷ ଦୟାନିଧି ରାଉତରାୟ ଙ୍କ ସଭାପତିତ୍ୱ ରେ ମୁଖ୍ୟଅତିଥି ଭାବେ ପ୍ରାକ୍ତନ +୨କଲେଜର ଅଧ୍ୟକ୍ଷ ସୁକାନ୍ତ କୁମାର ମହାନ୍ତି ଯୋଗଦେଇ କଲେଜ ପ୍ରତିଷ୍ଠା ସମ୍ପର୍କ ରେ ଆଲୋକ ପାତ କରିଥିଲେ।ଏଥିରେ ମୁଖ୍ୟ ବକ୍ତା ଭାବେ ପଣ୍ଡିତ ସରୋଜ କୁମାର ତ୍ରିପାଠୀ

ଯୋଗଦେଇ କଲେଜ ଶିକ୍ଷା ପଦ୍ଧତି ରେ ଛାତ୍ରଛାତ୍ରୀ ଙ୍କ ଭୂମିକା ସମ୍ପର୍କ ରେ ମତରଖିଥିଲେ।ସମ୍ମାନିତ ଅତିଥି ବୣନ୍ଦାବନଚନ୍ଦ୍ର କଲେଜ ର ପ୍ରାକ୍ତନ ଓଡିଆ ଅଧ୍ୟାପକ ଗଦାଧର ପାଣି,ପ୍ରାକ୍ତନ ଅଧ୍ୟକ୍ଷ ଦିଲିପ କୁମାର ମହାନ୍ତି,+୨କଲେଜ ପୂର୍ବତନ ଅଧ୍ୟକ୍ଷ ସୁମନ୍ତ ଚନ୍ଦ୍ର ଦାସ,ଅଧ୍ୟକ୍ଷ ମୋହନ ଚରଣ ରାଉତରାୟ ଯୋଗଦେଇ ନିଜନିଜ ର ମତ ରଖିଥିଲେ।ଏହି କାର୍ଯ୍ୟକ୍ରମ ଟି ଅଧ୍ୟକ୍ଷ ଶ୍ରୀ ରାଉତରାୟ ଙ୍କ ତତ୍ବାବଧାନରେ ଅନୁଷ୍ଠିତ ହୋଇଥିଲା।
