ପୁରୀ ପୋଲିସକୁ ମିଳିଲା ବଡ଼ ସଫଳତା

ପୁରୀ ପୋଲିସକୁ ମିଳିଲା ବଡ଼ ସଫଳତା ପୁରୀ ପୋଲିସକୁ ମିଳିଲା ବଡ଼ ସଫଳତା। ପୁରୀ ପୋଲିସ ପକ୍ଷରୁ ଅପରେସନ ଚକ୍ର ଅଭିଯାନ ଜାରି ରହିଥିବା ବେଳେ ଦୁଇଟି ଡକାୟତି ଗ୍ୟାଙ୍ଗ କୁ ଧରିବାରେ ସକ୍ଷମ ହୋଇଛି ପୁରୀ ପୋଲିସ। ଏହି ଡକାୟତି ଗ୍ୟାଙ୍ଗର ୧୦ ଜଣ ଦୁର୍ଦ୍ଦାନ୍ତ ଅପରାଧୀଙ୍କୁ ପୋଲିସ ଧରିବାରେ ସକ୍ଷମ ହୋଇଛି। ଅଭିଯୁକ୍ତଙ୍କ ଠାରୁ ପୋଲିସ ତିନୋଟି ବନ୍ଧୁକ, ଚାରୋଟି ଜୀବନ୍ତ ଗୁଳି, ତିନୋଟି ମାଗାଜିନ୍ ସହିତ ବିଭିନ୍ନ ମାରଣାସ୍ତ୍ର ଜବତ କରିଛି। ଅଭିଯୁକ୍ତ ମାନଙ୍କୁ ପୋଲିସ ଆଜି ଗିରଫ କରି କୋର୍ଟ ଚାଲାଣ କରିଛି। ପୁରୀ ଏସପି ପ୍ରତୀକ ସିଂ ସାମ୍ବାଦିକ ସମ୍ମିଳନୀରେ ଏହି ସୂଚନା ଦେଇଛନ୍ତି। ପୁରୀ ଏସପିଙ୍କ ସୂଚନା ଅନୁଯାୟୀ ଟାଉନ ଥାନା ଓ ତାଳବଣିଆ ଥାନା ପୋଲିସ ୧୦ ଜଣ ଦୁର୍ଦ୍ଦାନ୍ତ ଅପରାଧୀଙ୍କୁ ଗିରଫ କରିଛି। ଟାଉନ ଥାନା ପୋଲିସ ଗିରଫ କରିଥିବା ଅଭିଯୁକ୍ତ ମାନେ ହେଉଛନ୍ତି ଶିବ ନାୟକ, ବାପିନା ନାୟକ, ସତ୍ୟପ୍ରିୟ ପ୍ରତିହାରୀ, ପ୍ରଫୁଲ୍ଲ ସ୍ବାଇଁ ଏବଂ ସୁକାନ୍ତ ନାୟକ। ଏହି ଅଭିଯୁକ୍ତ ମାନେ ଲୋକନାଥ ରୋଡ କୁଶୁନି ଖୁଣ୍ଟିଆ ଜାଗାରେ ଏକତ୍ରିତ ହୋଇ ଏକ ବଡ ଡ଼କାୟତି କରିବା ପାଇଁ ଯୋଜନା କରୁଥିବା ବେଳେ ପୋଲିସ ଖବର ପାଇ ଏମାନଙ୍କୁ ଗିରଫ କରିବାରେ ସଫଳ ହୋଇଥିଲା। ସେହିପରି ପୁରୀ ତାଳବଣିଆ ଥାନା ପୋଲିସ ଗିରଫ କରିଥିବା ଅଭିଯୁକ୍ତ ହେଉଛନ୍ତି ଲୋକନାଥ ମିଶ୍ର, ସନ୍ତୋଷ କୁମାର ମିଶ୍ର, କାଳିଆ ପ୍ରଧାନ, ଦୁଃଶାସନ ସାହୁ ଏବଂ ମାନସ କୁମାର ଭୋଇ। ଏହି ଅଭିଯୁକ୍ତ ମାନେ ଭୁଦାନ ଜଙ୍ଗଲରେ ଏକତ୍ରିତ ହୋଇ ଡକାୟତି ଯୋଜନା କରୁଥିଲେ। ତେବେ ପୁରୀ ସହରରେ ଆଇନଶୃଙ୍ଖଳା ପରିସ୍ଥିତି ବଜାୟ ରଖିବା ସହିତ ଜନସାଧାରଣଙ୍କ ସୁରକ୍ଷାକୁ ପୁରୀ ପୋଲିସ ପ୍ରାଥମିକତା ଦେଉଥିବା କହିଛନ୍ତି ପୁରୀ ଏସପି ପ୍ରତୀକ ସିଂ।

ବାଇଟ୧- ପ୍ରତୀକ ସିଂ, ଏସପି, ପୁରୀ

ଇନଜେଷ୍ଟରେ ଭିଜୁଆଲ ବାଇଟ ଯାଇଛି

Leave a Reply

Your email address will not be published. Required fields are marked *