22ରୁ 24 ତିନିଦିନ ପର୍ଯ୍ୟନ୍ତ ଜାତୀୟ ଆମେଚର ଗୋ କ୍ରୀଡା ଉତ୍ସବ ପୁରୀଠାରେ ଅନୁଷ୍ଠିତ ହେବ

22ରୁ 24 ତିନିଦିନ ପର୍ଯ୍ୟନ୍ତ ଜାତୀୟ ଆମେଚର ଗୋ କ୍ରୀଡା ଉତ୍ସବ ପୁରୀଠାରେ ଅନୁଷ୍ଠିତ ହେବ* ପୁରୀ, ୨୦/୧୧ : ଆସନ୍ତା 22ରୁ 24 ତିନିଦିନ ପର୍ଯ୍ୟନ୍ତ ଜାତୀୟ ଆମେଚର ଗୋ କ୍ରୀଡା ଉତ୍ସବ ଅନୁଷ୍ଠିତ ହେବ l ଏନେଇ ଆଜି ୟୁଥ ହଷ୍ଟେଲ ପରିସରରେ ଆୟୋଜକଙ୍କ ପକ୍ଷରୁ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି l ଏହି ସମ୍ମିଳନୀରେ ଆୟୋଜକ ମାନେ ସୂଚନା ଦେଇଥିଲେ ଯେ ତିନି ଦିନ ବ୍ୟାପି ଅନୁଷ୍ଠିତ ହେଵାକୁ ଥିବା କ୍ରୀଡା ପ୍ରତିଯୋଗିତାରେ ପ୍ରାୟତଃ 19ଟି ରାଜ୍ୟର କ୍ରୀଡ଼ାବିତ ଓ ତାଙ୍କର ପରିଚାଳନା ସଦସ୍ୟ ମାନେ ଯୋଗଦେବେ l ପ୍ରାୟତଃ 350ରୁ ଅଧିକ ସଂଖ୍ୟାରେ ଯୋଗଦେବେ l ଏହା ପୁରୁଷ ଓ ମହିଳା ଗ୍ରୁପରେ ଜୁନିୟର ସବ ଜୁନିୟର ଓ ସିନିୟର ବିଭାଗରେ କ୍ରୀଡା ପ୍ରତିଯୋଗିତା ହେବ l ଏହା ତୃତୀୟ ଜାତୀୟ କ୍ରୀଡା ଭାବେ ପ୍ରଥମ କରି ଓଡିଶା ପୁରୀ ଠାରେ ଆୟୋଜନ ହେବା ପାଇଁ ଯାଉଛି ବୋଲି ଆମେଚର ଗୋ ଓଡ଼ିଶାର ରାଜ୍ୟ ସଭାପତି ବିନୟ ନୃସିଂହ ମହାପାତ୍ର କହିଛନ୍ତି l 2010 ମସିହାରୁ ଏସିଆଡ଼ ଗେମରେ ସାମିଲ ହୋଇ ପାଖାପାଖି 76ଟି ଦେଶରେ ଏହି ଖେଳ କ୍ରୀଡା ଭାବେ ଖେଳାଯାଉଛି l ପ୍ରଧାନମନ୍ତ୍ରୀଙ୍କ ଖେଲୋ ଇଣ୍ଡିଆ ସହ ସାମିଲ ହୋଇ ଭାରତ ବର୍ଷରେ ସୁଦୂର ପ୍ରସାର କରିବା ପାଇଁ ଇଣ୍ଡୋ ଆମେଚର ଗୋ ଆସୋସିଏସନ ପ୍ରୟାସ ଜାରି ରଖିଛି l ବିଶେଷ କରି ଚାଇନା, ଆମେରିକା, ଜାପାନ, ଦକ୍ଷିଣ ଓ ଉତ୍ତର କୋରିଆ ଆଦି ବିଭିନ୍ନ ୟୁରୋପ ଦେଶ ମାନଙ୍କରେ ଏହାର ଚାହିଦା ବୃଦ୍ଧି ପାଇବାରେ ଲାଗିଛି l ଏହା ୟୁଥ ହଷ୍ଟେଲ ପରିସରରେ ଅନୁଷ୍ଠିତ ହେବ l ଏହି ଜାତୀୟ କ୍ରୀଡାର ଉଦଘାଟନୀ ଓ ଉଦଯାପନୀ ଉତ୍ସବ ସଂସ୍କୃତି ଭବନ ପରିସରରେ ଅନୁଷ୍ଠିତ ହେବ l ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ସମ୍ପାଦକ ରାଜକିଶୋର ମହାନ୍ତି, ଉପାଧ୍ୟକ୍ଷ ରବିନାରାୟଣ ଦାଶ, କୋଷାଧ୍ୟକ୍ଷ ଦେବଦତ୍ତ ମହାପାତ୍ର, ଅଭ୍ୟର୍ଥନା କମିଟି ଅଧ୍ୟକ୍ଷ ହରିହର ମହାପାତ୍ର, ରାଜ୍ୟ ଉପସଭାପତି ଡାକ୍ତର ଦେବସ୍ମିତା ରାୟ, ପ୍ରସନ୍ନ ମିଶ୍ର, ସୁଶ୍ରୀ ପାଣି ପ୍ରମୁଖ ଉପସ୍ଥିତି ଥିଲେ l

Leave a Reply

Your email address will not be published. Required fields are marked *