ଛତୁ ଫୁଟିଲା ଭଳି ଖୋଲିଛି ଔଷଧ ଦୋକାନ

:-ଛତୁ ଫୁଟିଲା ଭଳି ଖୋଲିଛି ଔଷଧ ଦୋକାନ, ନିମ୍ନ ଧରଣ ଔଷଧ ଚାଲାଣ କରୁଥିବା ବେଳେ ଘେରିଲେ ଶତାଧିକ ଲୋକ ।Anchor :-ପୁରୀ ଜିଲ୍ଲା ଅସ୍ତରଙ୍ଗ ବ୍ଲକ ଅଂଚଳରେ ଛତୁ ଫୁଟିଲା ଭଳି ଖୋଲିଛି ଔଷଧ ଦୋକାନ। ନା ଅଛି ଫାର୍ମାସିଷ୍ଟ ସାର୍ଟିଫିକେଟ ନା ମାନୁଛନ୍ତି ଭେଷଜ ବିଭାଗ ଗାଇଡି ଲାଇନି ।ଡାକ୍ତରଖାନା ନ ଯାଇ ଡକ୍ଟର ପରାମର୍ଶ ନ କରି ବିନା ପ୍ରେସକ୍ରିପସନ ରେ ରୋଗୀ ଙ୍କୁ ଔଷଧ ବିକ୍ରି କରୁଛନ୍ତି । ଯାହାକି ଏମିତି ଘଟଣା ଆଜି ଅସ୍ତରଙ୍ଗ ଥାନା ଅନ୍ତର୍ଗତ ପୋଟଳ ଛକ ରେ କିଛି ଔଷଧ ଦୋକାନୀ ନିମ୍ନ ମାନର ଔଷଧ ବିକ୍ରି କରୁଥିବା ବେଳେ ଅଣଭିଜ୍ଞ ଫାର୍ମାସିଷ୍ଟ ଙ୍କ ଦ୍ୱାରା ମନ ଇଚ୍ଛା ଔଷଧ ବିକ୍ରି କରାଯାଉଛି । କିନ୍ତୁ ବିନା ଲାଇସେନ୍ସ ରେ ଔଷଧ ବିକ୍ରି କରୁଛନ୍ତି।ଦୋକାନ ରେ ଫାର୍ମାସିଷ୍ଟ ଲାଇସେନ୍ସ ଥିବା ବ୍ୟକ୍ତି ଦୋକାନ ରେ ବସି ଔଷଧ ବିକ୍ରି କରିବା କଥା। ଯାହାକି ନିମ୍ନ ଧରଣର ଔଷଧ ବିକ୍ରି କରୁଥିବା ଅଭିଯୋଗ ହେବାରୁ ଅସ୍ତରଙ୍ଗ ଥାନା କୁ ପୋଟଳ ଛକ ର ସ୍ଥାନୀୟ ଲୋକ ଫୋନ କରିବାପରେ ମେଡ଼ିସିନ ଲଗାଉଥିବା ବ୍ୟକ୍ତି ଅଟକାଇ ଥିଲେ କିନ୍ତୁ କ୍ଷଣିକ ମଧ୍ୟରେ ଔଷଧ ଦୋକାନୀ ଚମ୍ପଟ ମାରିଥିଲେ। ଘଟଣା ସ୍ଥଳରେ ଅସ୍ତରଙ୍ଗ ପୋଲିସ ପହଂଚି ମେଡ଼ିସିନ ଲଗାଉଥିବା ବ୍ୟକ୍ତି କୁ ଥାନାକୁ ନେଇଛି।ଏ ଘଟଣା ସମ୍ପର୍କ ରେ ଡ୍ରଗ୍ସ ବିଭାଗ ସହ ଯୋଗାଯୋଗ କରିଥିଲେ ମଧ୍ୟ ଫୋନ ଉଠାଇ ନଥିଲେ ।

Leave a Reply

Your email address will not be published. Required fields are marked *