ଭଦ୍ରକ ଜିଲ୍ଲା ପ୍ରଶାସନ ପକ୍ଷରୁ ସର୍ଦ୍ଦାର ବଲ୍ଲଭଭାଇ ପଟେଲ ଙ୍କ ଶହେ ପଚାଶ ତମ ଜୟନ୍ତୀ ରେ ଏକତା ପଦଯାତ୍ରା
ରାଜ୍ୟ ଓଡ଼ିଆ ଭାଷା ସାହିତ୍ୟ ସଂସ୍କୃତି କ୍ରୀଡା ଯୁବ ବିଭାଗ ଏବଂ ଭଦ୍ରକ ଜିଲ୍ଲା ପ୍ରଶାସନ ପକ୍ଷରୁ ସର୍ଦ୍ଦାର ବଲ୍ଲଭଭାଇ ପଟେଲ ଙ୍କ ଶହେ ପଚାଶ ତମ ଜୟନ୍ତୀ ରେ ଏକତା ପଦଯାତ୍ରା ଏବଂ ଏକ ଭାରତ ଆତ୍ମ ନିର୍ଭର ଭାରତ କାର୍ଯ୍ୟକ୍ରମ ଭଦ୍ରକ ଠାରେ ଜିଲ୍ଲା ପ୍ରଶାସନ ଅ।ନୁକୁଲ୍ୟେ ଅନୁଷ୍ଠିତ ହୋଇ ଯାଇଛି। ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଆୟୋଜିତ ସଭାରେ ସାଂସଦ ଅଭିମନ୍ୟୁ ସେଠୀ, ବିଧାୟକ ସିତାଂଶୁ ସେଖର ମହାପାତ୍ର, ଭାରତୀୟ ଜନତା ପାର୍ଟିର ରାଜ୍ୟ ସଭାପତି ମନମୋହନ ସାମଲ, ଜିଲ୍ଲାପାଳ ଦିଲ୍ଲୀପ ରାଉତରାଏ, ଅତିରିକ୍ତ ଜିଲ୍ଲାପାଳ ରବି ନାରାୟଣ ସାହୁ,ସରୋଜ ଦତ୍ତ,ଡେପୁଟୀ କଲେକ୍ଟର କାର୍ତ୍ତିକ ନାଥ ମଣ୍ଡଲ, ଜିଲ୍ଲା ବିଜେପି ସଭାପତି ଭଗବାନ ପଣ୍ଡା ପ୍ରମୁଖ ଯୋଗ ଦେଇ ସର୍ଦ୍ଦାର ବଲ୍ଲଭଭାଇ ପଟେଲ ଙ୍କ ପ୍ରତିମୂର୍ତ୍ତୀ ରେ ପ୍ରଦୀପ ପ୍ରଜ୍ୱଳନ କରି ମାଲ୍ୟାର୍ପଣ କରିଥିଲେ। ସମସ୍ତ ଅତିଥି ମାନେ ପତାକା ଦେଖାଇ ଏକତା ପଦଯାତ୍ରା କୁ ଶୁଭାରମ୍ଭ କରିବା ପରେ ଉତ୍କଳ କେଶରୀ ଡକ୍ଟର ହରେକୃଷ୍ଣ ମହତାବଙ୍କ ଛକରୁ ଏକତା ପଦଯାତ୍ରା ବାହାରି ନଗର ପରିକ୍ରମା କରି ପୁରୁଣା ବଜାର

ସ୍ଥିତ ମଲିକ ମଇଦାନ ପର୍ଯ୍ୟନ୍ତ ଯାଇଥିଲା। ସେଠାରେ ଭଦ୍ରକ ମୁସଲିମ ଜମାତ୍ ତରଫରୁ ଭବ୍ୟ ସ୍ଵାଗତ କରାଯାଇଥିଲା। ଏହି ପଦଯାତ୍ରା ରେ ଅନ୍ୟୁନ ୨୦୦୦ ରୁ ଉର୍ଦ୍ଧ ଲୋକ ଯୋଗ ଦେଇଥିଲେ।ବିଭିନ୍ନ ଶିକ୍ଷାନୁଷ୍ଠାନ ର ଛାତ୍ର ଛାତ୍ରୀ, ଏନସିସି ଏବଂ ବିଭିନ୍ନ ବର୍ଗର ଜନସାଧାରଣ/ ଯୁବ ଗୋଷ୍ଟି ସାମିଲ ହୋଇ ଥିଲେ। ତିନୋଟି ସ୍ଥାନରେ ଯଥା ଦ୍ରୌପଦୀ ସିନେମା ଛକ, ଗୋଶାଳା ଛକ ଓ ହରିହାଟ ଛକ ରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଟିତ ହୋଇଥିଲା।ଦେଶକୁ ଏକତା ଅଖଣ୍ଡତା ସାର୍ବ ଭୌମତ ରଖିବା ଦିଗରେ ସର୍ଦ୍ଦାର ବଲ୍ଲଭଭାଇ ପଟେଲ ଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ ଥୂବା ବେଳେ ଏକ ଭାରତ ଆତ୍ମ ନିର୍ଭର ଭାରତ ର ପରି କଳ୍ପନା ର ମତ ଅତିଥି ମାନେ ରଖିଥିଲେ।
