ମାଲଗୋଦାମ ବଜାରର ୮୮ତମ କାର୍ତ୍ତିକେଶ୍ୱର ପୂଜା ବାର୍ଷିକ ଉତ୍ସବ
ବ୍ୟାସନଗର: ଯାଜପୁର ରୋଡ଼, ମାଲଗୋଦାମ ବଜାରର କାର୍ତ୍ତିକେଶ୍ୱର ପୂଜା ଡୋଲୀପୁରରେ ପ୍ରଥମେ ୧୯୩୮ ମସିହାରେ ସାହୁ ବଜାର ରେ ଆରମ୍ଭ ହୋଇଥିଲା l ଏହି ପୂଜା ଚଳିତ ବର୍ଷ ୮୮ ତମ ବାର୍ଷିକ ଉତ୍ସବ ତାରିଣୀ ମନ୍ଦିର ନିକଟ ମଣ୍ଡପରେ ପାଳନ ହେଉଛି l ମଙ୍ଗଳବାର ଯାଜପୁର ର ବାଣୀରତ୍ନ ମୁରଲୀ ମନୋହର ସାହୁ ପ୍ରବଚନ ଦେଇଥିଲେ l ବୁଧବାର ଗୁରୁ ରବୀନ୍ଦ୍ର କୁମାର ମିଶ୍ରଙ୍କ ଦ୍ୱାରା ଭଜନ ସନ୍ଧ୍ୟାରେ ଭଜନ ସଙ୍ଗୀତ ପରିବେଷଣ ହୋଇଥିଲା l ଏହି ମଞ୍ଚରେ ଯାଜପୁର କେନ୍ଦୁଝର ରୋଡ଼ ରେଳ ଷ୍ଟେସନର ଷ୍ଟେସନ ମ୍ୟାନେଜର ଶ୍ରୀଯୁକ୍ତ ସୁଧୀର ସୁଭଦର୍ଶି ମହାପାତ୍ର, ଓ କୋରାଇ ଥାନା ଭାରପ୍ରାପ୍ତ ଅଧିକାରୀ ଶ୍ରୀଯୁକ୍ତ ରାକେଶ କୁମାର ତ୍ରିପାଠୀଙ୍କୁ ସମ୍ବର୍ଦ୍ଧିତ କରାଗଲା l ପୂର୍ବତନ ସଭାପତି ସ୍ବର୍ଗତ କାହ୍ନୁ ଚରଣ ସାମଲଙ୍କ ଭାଇ ଶ୍ରୀଯୁକ୍ତ ବେଣୁଧର ସାମଲ, ପୂର୍ବତନ ସମ୍ପାଦକ ସ୍ବର୍ଗତ ନୀଳମଣି ସାମଲଙ୍କ ପୁତ୍ର ଶ୍ରୀଯୁକ୍ତ ନିତ୍ୟାନନ୍ଦ ସାମଲ, ପୂର୍ବତନ

ଯୁଗ୍ମ ସମ୍ପାଦକ, ପୂର୍ବତନ କୋଷାଧକ୍ଷ ଶ୍ରୀଯୁକ୍ତ ଭଗବାନ ରାଉତ, ପୂର୍ବତନ ସଭାପତି ଦେବେନ୍ଦ୍ର କୁମାର ପତି, ପୂର୍ବତନ ସଭାପତି ଶ୍ରୀଯୁକ୍ତ ଜ୍ଞାନେନ୍ଦ୍ର ପତି, ପୂର୍ବତନ ସଭାପତି ଶ୍ରୀଯୁକ୍ତ ଉମେଶ ଚନ୍ଦ୍ର ପୃଷ୍ଟି, ପୂର୍ବତନ ସମ୍ପାଦକ ସ୍ବର୍ଗତ ଲମ୍ବୋଦର ଦାଶ, ଓ ତାଙ୍କ ପୁତ୍ର ପୂର୍ବତନ ସମ୍ପାଦକ ତଥା ବର୍ତମାନର ସଭାପତି ଶ୍ରୀଯୁକ୍ତ ସଦାଶିବ ଦାଶ, ସମ୍ପାଦକ ଶ୍ରୀଯୁକ୍ତ ସନ୍ତୋଷ ସାହୁ, କୋଷାଧକ୍ଷ ଶ୍ରୀଯୁକ୍ତ ନିରଞ୍ଜନ ସାହୁ, ବରିଷ୍ଠ ସଭ୍ୟ ଶ୍ରୀଯୁକ୍ତ ରବୀନ୍ଦ୍ର ନାୟକ, ଶ୍ରୀଯୁକ୍ତ ନିରଞ୍ଜନ ଗୁଇଁଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା l ଏହି କାର୍ଯ୍ୟକ୍ରମ କୁ ବ୍ୟଙ୍ଗ କବି ଶ୍ରୀଯୁକ୍ତ ବାଇଧର ମାଝୀ ମଞ୍ଚ ପରିଚାଳନା କରିଥିଲେ l କାର୍ତ୍ତିକେଶ୍ୱର ପୂଜା କମିଟିର ସଭାପତି ସଦାଶିବ ଦାଶ, ସମ୍ପାଦକ ସନ୍ତୋଷ ସାହୁ କୋଷାଧକ୍ଷ ନିରଞ୍ଜନ ସାହୁ ଉପସଭାପତି ଉମେଶ ଚନ୍ଦ୍ର ପୃଷ୍ଟି, ଜ୍ଞାନେନ୍ଦ୍ର ପତି, ଘନଶ୍ୟାମ ସାହୁ, ଜିତେନ୍ଦ୍ର ସୁବୁଦ୍ଧି, ସହ ସମ୍ପାଦକ ନିରଞ୍ଜନ ଗୁଇଁ, ଅନିରୁଦ୍ଧ ମହାନ୍ତି, ଧନେଶ୍ୱର ସାହୁ, ଜୟକୃଷ୍ଣ ନାୟକ, ପ୍ରଫୁଲ୍ଲ ରାଉତ, ମହେଶ୍ୱର କର, ସୁଦର୍ଶନ ଦିବେଦୀ, ବିନୋଦ ପାତ୍ର, ରବୀନ୍ଦ୍ର କୁମାର ସାହୁ, ପ୍ରଦୀପ କୁମାର ମସ୍କରା, ପ୍ରମୁଖ ବହୁ ଯୁବ ବ୍ୟବସାୟୀ ଉପସ୍ଥିତ ଥିଲେ l ଆସନ୍ତା ୨୨ ତାରିଖ ଶନିବାର ଭଷାଣୀ ଉତ୍ସବ ଅନୁଷ୍ଠିତ ହେବ ବୋଲି ସୂଚନା ମିଳିଛି l
