ଯାତ୍ରୀ ଭିଡ଼କୁ ଦୂର କରିବା ପାଇଁ ଅତିରିକ୍ତ କୋଚ୍‌ ସଂଯୋଗ ।

ଭୁବନେଶ୍ୱର, ୨୧ ନଭେମ୍ବର ୨୦୨୫:ଯାତ୍ରୀଙ୍କ ଅତିରିକ୍ତ ଭିଡ଼କୁ ପରିଚାଳନା କରିବା ଏବଂ ଅଧିକ ଯାତ୍ରା ଆରାମ ସୁନିଶ୍ଚିତ କରିବା ପାଇଁ, ଭାରତୀୟ ରେଳବାଇ ତିନୋଟି ଗୁରୁତ୍ୱପୂର୍ଣ୍ଣ ଟ୍ରେନରେ ଅସ୍ଥାୟୀ ଭାବରେ କୋଚ୍‌ ସଂଖ୍ୟାରେ ବୃଦ୍ଧି କରିଛି ।ଟ୍ରେନ୍ ନମ୍ବର ୦୨୮୬୩ ସାନ୍ତରାଗାଛି-ଯଶବନ୍ତପୁର ସ୍ପେଶାଲ୍ ଟ୍ରେନ ରେ ୨୭ ନଭେମ୍ବର ୨୦୨୫ ଦିନ ଗୋଟିଏ ଅତିରିକ୍ତ ଏସି ୩-ଟାୟାର କୋଚ୍ ସଂଯୋଗ କରାଯିବ।ସେହିଭଳି, ଟ୍ରେନ୍ ନମ୍ବର ୧୨୮୩୭ ହାଓଡ଼ା-ପୁରୀ ଏକ୍ସପ୍ରେସ୍ ରେ, ୨୩ ନଭେମ୍ବରରୁ ୨୮ ନଭେମ୍ବର ୨୦୨୫ ପର୍ଯ୍ୟନ୍ତ ଗୋଟିଏ ଅତିରିକ୍ତ ସ୍ଲିପର୍ ଶ୍ରେଣୀ କୋଚ ସଂଯୋଗ କରାଯିବ, ଯାହା ଅଧିକ ଚାହିଦା ସମୟରେ ଅତିରିକ୍ତ ଆରାମ ପ୍ରଦାନ କରିବ।ଆହୁରିମଧ୍ୟ , ଟ୍ରେନ୍ ନମ୍ବର ୨୨୮୩୯ ରାଉରକେଲା-ଭୁବନେଶ୍ୱର ଇଣ୍ଟରସିଟିରେ ୨୨ ନଭେମ୍ବର ୨୦୨୫ରେଯାତ୍ରୀଙ୍କୁ ଅଧିକ ସୁବିଧା ଦେବା ପାଇଁ ଗୋଟିଏ ଅତିରିକ୍ତ ଜେନେରାଲ କୋଚ୍ ସଂଯୋଗ କରାଯିବ ।ପୂର୍ବ ତଟ ରେଳପଥ ଆବଶ୍ୟକ ସ୍ଥାନରେ ଅତିରିକ୍ତ କୋଚ୍ ସଂଯୋଗ କରି ଏବଂ ବ୍ୟସ୍ତବହୁଳ ଋତୁରେ ସୁଗମ ଯାତ୍ରା ସୁନିଶ୍ଚିତ କରି ଯାତ୍ରୀ ସୁବିଧା ବୃଦ୍ଧି କରିବାକୁ ପ୍ରତିବଦ୍ଧ। ଯାତ୍ରୀମାନେ ସେହି ଅନୁସାରେ ସେମାନଙ୍କର ଯାତ୍ରା ଯୋଜନା କରିପାରିବେ ଏବଂ ବର୍ଦ୍ଧିତ ସୁବିଧାର ଲାଭ ଉଠାଇପାରିବେ।

Leave a Reply

Your email address will not be published. Required fields are marked *