ଦକ୍ଷିଣ ଆଫ୍ରିକା ଗସ୍ତ ପୂର୍ବରୁ ପ୍ରଧାନମନ୍ତ୍ରୀଙ୍କ ବକ୍ତବ୍ୟ

ଦକ୍ଷିଣ ଆଫ୍ରିକା ଗସ୍ତ ପୂର୍ବରୁ ପ୍ରଧାନମନ୍ତ୍ରୀଙ୍କ ବକ୍ତବ୍ୟମୁଁ ଦକ୍ଷିଣ ଆଫ୍ରିକାର ଅଧ୍ୟକ୍ଷତାରେ ଜୋହାନ୍ସବର୍ଗରେ ଅନୁଷ୍ଠିତ ହେବାକୁ ଥିବା ବିଂଶତମ ଜି-20 ନେତାଙ୍କ ଶିଖର ସମ୍ମିଳନୀରେ ଯୋଗଦେବା ପାଇଁ ମହାମହିମ ଶ୍ରୀ ସିରିଲ୍ ରାମାଫୋସାଙ୍କ ନିମନ୍ତ୍ରଣ କ୍ରମେ 21-23 ନଭେମ୍ବର, 2025 ପର୍ଯ୍ୟନ୍ତ ଦକ୍ଷିଣ ଆଫ୍ରିକା ଗସ୍ତ କରୁଛି।ଏହା ଏକ ସ୍ୱତନ୍ତ୍ର ଶିଖର ସମ୍ମିଳନୀ ହେବ କାରଣ ଏହା ଆଫ୍ରିକାରେ ଅନୁଷ୍ଠିତ ହେଉଥିବା ପ୍ରଥମ ଜି20 ସମ୍ମିଳନୀ। 2023ରେ ଭାରତ ଜି20ର ଅଧ୍ୟକ୍ଷତା ସମୟରେ, ଆଫ୍ରିକୀୟ ସଂଘ ଜି20 ର ସଦସ୍ୟ ହୋଇଥିଲା।ଏହି ସମ୍ମିଳନୀ ପ୍ରମୁଖ ବିଶ୍ୱ ପ୍ରସଙ୍ଗ ଉପରେ ଆଲୋଚନା କରିବା ଲାଗି ଏକ ସୁଯୋଗ ଆଣିବ। ଚଳିତ ବର୍ଷର ଜି20 ବିଷୟବସ୍ତୁ ‘ସଂହତି, ସମାନତା ଏବଂ ଦୀର୍ଘସ୍ଥାୟିତ୍ୱ’ ରଖାଯାଇଛି, ଯାହା ଦ୍ୱାରା ଦକ୍ଷିଣ ଆଫ୍ରିକା ନୂଆଦିଲ୍ଲୀ ଏବଂ ରିଓ ଡି ଜେନେରିଓ, ବ୍ରାଜିଲରେ ଅନୁଷ୍ଠିତ ପୂର୍ବ ଶିଖର ସମ୍ମିଳନୀର ପରିଣାମକୁ ଆଗକୁ ବଢ଼ାଇଛି। ‘ବସୁଧୈବ କୁଟୁମ୍ବକମ୍’ ଏବଂ ‘ଏକ ପୃଥିବୀ, ଏକ ପରିବାର ଏବଂ ଏକ ଭବିଷ୍ୟତ’ ପାଇଁ ଆମର ଦୃଷ୍ଟିକୋଣ ସହିତ ମୁଁ ଶିଖର ସମ୍ମିଳନୀରେ ଭାରତର ବିଚାର ଉପସ୍ଥାପନ କରିବି।ମୁଁ ସହଭାଗୀ ଦେଶଗୁଡ଼ିକର ନେତାମାନଙ୍କ ସହିତ ମୋର ଆଲୋଚନା ଏବଂ ଶିଖର ସମ୍ମିଳନୀ ଅବସରରେ ନିର୍ଦ୍ଧାରିତ ଷଷ୍ଠ ଆଇବିଏସଏ ଶିଖର ସମ୍ମିଳନୀରେ ଅଂଶଗ୍ରହଣ ପାଇଁ ଅପେକ୍ଷା କରିଛି।ଏହି ଗସ୍ତ ସମୟରେ, ମୁଁ ଦକ୍ଷିଣ ଆଫ୍ରିକାରେ ଥିବା ଭାରତୀୟ ପ୍ରବାସୀମାନଙ୍କ ସହିତ ମୋର ଆଲୋଚନା ପାଇଁ ମଧ୍ୟ ଉତ୍କଣ୍ଠାର ସହ ଅପେକ୍ଷାରେ ରହିଛି। ଭାରତ ବାହାରେ ରହୁଥିବା ସବୁଠାରୁ ବଡ଼ ପ୍ରବାସୀ ସମାଜ ମଧ୍ୟରୁ ଏହା ଅନ୍ୟତମ।

Leave a Reply

Your email address will not be published. Required fields are marked *