କୃଷି ଯନ୍ତ୍ରପାତି ମେଳା ଆୟୋଜନ ନିମନ୍ତେ ପ୍ରସ୍ତୁତି ବୈଠକ

କୃଷି ଯନ୍ତ୍ରପାତି ମେଳା ଆୟୋଜନ ନିମନ୍ତେ ପ୍ରସ୍ତୁତି ବୈଠକ ରାୟଗଡା-୨୨/୧୧-ଜିଲ୍ଲାରେ କୃଷି ଯନ୍ତ୍ରପାତି ମେଳାର ଆୟୋଜନ ନିମନ୍ତେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ନବୀନ ଚନ୍ଦ୍ର ନାୟକଙ୍କ ଅଧ୍ୟକ୍ଷତlରେ ଅନୁଷ୍ଠିତ ପ୍ରସ୍ତୁତି ବୈଠକରେ ମାନ୍ୟବର ରାୟଗଡ଼ ବିଧାୟକ ଶ୍ରୀଯୁକ୍ତ କାଡ୍ରାକl ଆପାଲାସ୍ୱାମୀ ଓ ମାନ୍ୟବର ଵିଷମ କଟକ ବିଧାୟକ ଶ୍ରୀଯୁକ୍ତ ନୀଳମାଧଵ ହିକକା ଯୋଗଦାନ କରି ମେଳା ଆୟୋଜନ ସମ୍ପର୍କରେ ଆଲୋଚନା କରିଥିଲେ l ମାନ୍ୟବର ରାୟଗଡ଼ ବିଧାୟକ ଶ୍ରୀଯୁକ୍ତ ଆପାଲାସ୍ୱାମୀ କହିଲେ ଯେ ପ୍ରକୃତ ଚାଷୀ ମନେ ଯେପରି ସୁବିଧା ପାଇବେ ସେଥିପ୍ରତି ଧ୍ୟାନ ଦେବାକୁ କୃଷି ବିଭାଗ ଅଧିକାରୀଙ୍କୁ କହିଥିଲେ l ମାନ୍ୟବର ଵିଷମ କଟକ ବିଧାୟକ ଦୃଷ୍ଟି ଆକର୍ଷଣ କରିଥିଲେ ଯେ ଗରିବ ଚାଷୀମାନଙ୍କୁ ହାତଗୁଞ୍ଜl ଦେଇ ସେମାନଙ୍କ ନାମରେ ଲୋକେ ରିହାତି ଉଠାଉଛନ୍ତି ଏବଂ ଯନ୍ତ୍ରପlତି ନେଇଯାଉଛନ୍ତି l କୃଷି ଅଧିକାରୀ ଏଥି ପ୍ରତି ଧ୍ୟାନ ଦିଅନ୍ତୁ l ବୈଠକରେ ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ, ଶ୍ରୀ ଏହେସନ ଶେଖ କୃଷି ଓ ଯନ୍ତ୍ରପlତି ଆୟୋଜନ ଓ ଏହାର ଉଦେଶ୍ୟ ସମ୍ପର୍କରେ ବିସ୍ତୃତ ଭାବରେ ଉପସ୍ଥାପନା କରିଥିଲେ l ମେଳା ଆୟୋଜନ ର ମୁଖ୍ୟ ଉଦେଶ୍ୟ ହେଲା କୃଷି ଯନ୍ତ୍ରପତି ପ୍ରଦର୍ଶିତ କରିବା ଓ ସହଜରେ ଅଧିକ ଅମଳ ପlଇଁ ଏହାକୁ କିପରି କୃଷିକାର୍ଯ୍ୟରେ ଉପଯୋଗ କରିପାରିବl l କୃଷି ଯାନ୍ତ୍ରିକକରଣ ବିଭିନ୍ନ ସୁବିଧା ଉପଲବ୍ଧ ବିଷୟରେ ଚାଷୀ ମାନଙ୍କୁ ସଚେତନତା କରିବା l ରିହାତି ସୁବିଧା ପ୍ରଦାନ କରିବା ଓ ବିଭିନ୍ନ ଯୋଜନା ଯଥା ମାଣ୍ଡିଆ ମିଶନ, ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟାଗୀ ଯୋଜନା, ଆଇଏଫଏସ, ଜଳନିଧି, ସୌର ଜଳନିଧି ଆଦି ଯୋଜନା ବିଷୟରେ ଚାଷୀ ମାନଙ୍କୁ ଅବଗତ କରାଯିବ l ବିଗତ ୨୦୨୩-୨୪ଆର୍ଥିକ ବର୍ଷରେ ୬କୋଟି ୫୨ହଜାର ୪୮୯ ଟଙ୍କlର ଯନ୍ତ୍ରପାତିରେ ଚାଷୀଙ୍କୁ ରିହାତି ଦିଆଯାଇଥିବା ବେଳେ ୨୦୨୪-୨୫ ଆର୍ଥିକ ବର୍ଷରେ ୫କୋଟି ୪୧ଲକ୍ଷ ୬୧ହଜାର ୬୪୦ଟଙ୍କା ରିହାତି ପ୍ରଦାନ କରାଯାଇଥିବା ବୈଠକରେ ପ୍ରକାଶ କରିଥିଲେ l ଚଳିତ ବର୍ଷ ନଭେମ୍ବର ମାସ ସୁଦ୍ଧl ୪କୋଟି ୫୭ଲକ୍ଷ ୧୯ହଜାର ୩୮୦ଟଙ୍କାର ରିହାତି ଚାଷୀମାନଙ୍କୁ ପ୍ରଦାନ କରାଯାଇଛି ଏବଂ ଚଳିତ ବର୍ଷ ମେଳରେ ୪କୋଟି ଟଙ୍କାର ଲକ୍ଷ ଧର୍ଯ୍ୟ ସହ ସର୍ବମୋଟ ୮କୋଟି ୫୭ଲକ୍ଷ ୧୯ହଜାର ୩୮୦ଟଙ୍କାର ରିହାତି ପ୍ରଦାନର ଲକ୍ଷ ରଖାଯାଇଛି l ରିହାତି ଚାଷୀ ଓ ସ୍ୱୟଂ ସହାୟକ ଗୋଷ୍ଠୀକୁ ଦିଆଯିବ lଏହି ମେଳା ଜିଲ୍ଲାର ଦୁଇ ଗୋଟି ସ୍ଥାନ ଯଥା ଉପଖଣ୍ଡ ସ୍ଥରୀୟ ମେଳା ତିନିଦିନ ଧରି ଗୁଣୁପୁର ଉପଖଣ୍ଡ ରେ ଅନୁଷ୍ଠିତ ହେବ ଏବଂ ଜିଲ୍ଲାସ୍ତରୀୟ ମେଳା ଜିଲ୍ଲା ସଦର ମହକୁମା ରାୟଗଡ଼ ଠାରେ ଆସନ୍ତା ଜାନୁୟାରୀ ମାସ ପ୍ରଥମ ସପ୍ତାହରେ କରାଯିବା ନିମନ୍ତେ ନିଷ୍ପତି ନିଆଯାଇଛି l ଏହି ମେଳରେ କୃଷି ବିଭାଗ ସହିତ ଉଦ୍ୟାନ ବିଭାଗ, ଏପିକଲ, ଓଡିଶା କୃଷି ଶିଳ୍ପ ନିଗମ, ମତ୍ସ୍ଯ ଓ ପ୍ରାଣୀ ସମ୍ପଦ ବିଭାଗ, ମିଶନ ଶକ୍ତି ଓ ଓଡିଶା ଜୀବିକା ମିଶନ, ସ୍ୱୟଂ ସହାୟକ ଗୋଷ୍ଠୀ, ବ୍ୟାଙ୍କ, କୃଷି ବିଜ୍ଞାନ କେନ୍ଦ୍ର, ପଂଚାୟତ ରାଜ ସଂସ୍ଥା ଅଂଶଗ୍ରହଣ କରିବେ l ପାଞ୍ଚ ଦିନ ଧରି ଚାଷୀ ମାନଙ୍କୁ ତାଲିମ ପ୍ରଦାନ କରି ସଚେତନତା କରାଯିବ l ଏହାସହିତ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ କରାଯିବ l ରାୟଗଡ଼ାରୁ ନୃସିଂହ ଚରଣ ବାରିକଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *