ଖଜୁରୀପଡ଼ା ରେ ବିଜେପିର ବନ୍ଦେ ମାତରମ ୧୫୦ ବର୍ଷ ଉତ୍ସାବ ପାଳନ

ଖଜୁରୀପଡ଼ା ରେ ବିଜେପିର ବନ୍ଦେ ମାତରମ ୧୫୦ ବର୍ଷ ଉତ୍ସାବ ପାଳନ l
ଫୁଲବାଣୀ:-୨୨/୧୧ କନ୍ଧମାଳ ଜିଲ୍ଲା ଖଜୁରୀପଡ଼ା ବ୍ଲକ ଠାରେ ଆଜି ଭାରତୀୟ ଜନତା ଦଳ ପକ୍ଷରୁ ବନ୍ଦେ ମାତରମ ୧୫୦ ବର୍ଷ ଉତ୍ସବ ପାଳନ ହୋଇଯାଇଛି l ଜିଲ୍ଲା ସଭାପତି ପଣ୍ଡିତ କୁମାର ବିଶିମାଝି ଙ୍କ ତତ୍ୱାବଧାନ ରେ ପରିଚାଳିତ ହେଉଥିବା ଏହି ଆତ୍ମ ନିର୍ଭର ଭାରତ ସଂକଳ୍ପ ଅଭିଯାନ କାର୍ଯ୍ୟକ୍ରକୁ ଫୁଲବାଣୀ ବିଧାନସଭା ନିର୍ବାଚନ ମଣ୍ଡଳୀର ବିଧାୟକ ଉମାଚରଣ ମଲିକ ମୁଖ୍ୟ ଅତିଥିଭାବେ ଯୋଗଦେଇ ପ୍ରଭୁ ଜଗନ୍ନାଥ ଙ୍କ ନିକଟରେ ପ୍ରଦୀପ ପ୍ରଜ୍ବଳନ କରି ଉଦଘାଟନ କରିଥିବା ବେଳେ ସାମ୍ନାନିତ ଅତିଥିଭାବେ ଦଳର ଜିଲ୍ଲା ,ରାଜ୍ୟ ସମ୍ପାଦକ ଭଗବାନ ମହାନ୍ତି, ଜାତୀୟ କାଉଁସିଲ ସଦସ୍ୟ ସଞ୍ଜିତ କୁମାର ମଣ୍ଡଳ,ଆତ୍ମ ନିର୍ଭର ଭାରତ ସଂକଳ୍ପ ଅଭିଯାନର କୋଡିନେଟର ପରେଶ ମହାପାତ୍ର,ରାଜ୍ୟ ଅନୁସୂଚିତ ଜାତି ମୁର୍ଚ୍ଛା ଉପ-ସଭାପତି ରାମବିଶି ଦିଗାଲ,ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଲିଙ୍ଗରାଜ ଦଳବେହେରା,ଆତ୍ମ ନିର୍ଭର ଭାରତ ସଂକଳ୍ପ ଅଭିଯାନ ବାଲିଗୁଡା ବିଧାନସଭା କ୍ଷେତ୍ରର ସଂଯୋଜିକା ଶ୍ରୀମତୀ କଳ୍ପନା କହଁର,ଜିଲ୍ଲାପରିଷଦ ସଭ୍ୟା ଶ୍ରୀମତୀ ଉର୍ବାସି ଦିଗାଲ,ବିଧାୟକ ପ୍ରତିନିଧି ଅନନ୍ତ ଦିଗାଲ,ସାଂସଦ ପ୍ରତିନିଧି ମନୋଜ କୁମାର ପଣ୍ଡା,ମଣ୍ଡଳ ସଭାପତି ରଞ୍ଜନ କୁମାର କହଁର, ବଲସକୁମ୍ପା ମଣ୍ଡଳ ସଭାପତି ଶ୍ରୀନିବାସ ପ୍ରଧାନ,ଓ଼ ଅନ୍ୟ ଅତିଥି ବୃନ୍ଦ ଯୋଗଦେଇଥିଲେ l କାର୍ଯ୍ୟକ୍ରମର ମୁଖ୍ୟ ଉଦେଶ୍ୟ ଯେ ଆତ୍ମ ନିର୍ଭର ଶିଳ ହୋଇ ଆମ ଦେଶର ସମସ୍ତ ଜିନିଷ ପତ୍ରରେ ନିର୍ଭର କରି ଆମେ କ୍ରୟ କରି ସ୍ବଦେଶୀ ଜିନିଷ ପତ୍ରରୁ ସମ୍ପୂର୍ଣ ଭାବେ ଦୁରେଇ ରହିବା l ଏହା କରାଗଲେ ସ୍ବଦେଶୀ ନେଉଥିବା ଆମର ଟାକ୍ସ ଆଉ ନେଇ ପାରିବ ନାହିଁ l ଆମ ଦେଶର ଜିନିଷକୁ ନିର୍ଭର କରି କ୍ରୟ କଲେ ଆମ ଟାକ୍ସ ଆମ ଦେଶରେ ରହିବ ଓ଼ ଦେଶ ସମୃଦ୍ଧିଶାଳୀ ହୋଇପାରିବ ଓ଼ ଆମର ଉନତି ହେବ ସେହି ସଂକଳ୍ପ ସମସ୍ତେ ନେଲେ ଦେଶର ବିକାଶ କ୍ଷେତ୍ରରେ ସହାୟକ ହେବ ଏହି ଆତ୍ମ ନିର୍ଭର ଭାରତ ସଂକଳ୍ପ ଅଭିଯାନ ଓ଼ ବନ୍ଦେ ମାତରମ ୧୫୦ ବର୍ଷ ଉତ୍ସବ ପାଳନର ମହତ୍ୱ ଉଦେଶ୍ୟ ବୋଲି ଅତିଥି ମାନେ ସୂଚନା ଦେଇଥିଲେ l ଆଜିର ଏହି କାର୍ଯ୍ୟକ୍ରମରେ ବିଭିନ୍ନ ଦଳର କର୍ମୀ ନୂତନ ଭାବେ ବିଜେପିରେ ଯୋଗଦେଇଥିଲେ ଓ଼ ପଦ୍ମ ଧରିଥିଲେ ସେମାନଙ୍କୁ ଦଳ ସ୍ୱାଦତ କରି ସାମ୍ନାନିତ କରିଥିଲା l ଶେଷରେ ଜିଲ୍ଲାପରିଷଦ ଶ୍ରୀମତୀ ଉର୍ବଶୀ ଦିଗାଲ ଅତିଥି ତଥା ଅନ୍ୟ ସମସ୍ତ ଦଳୀୟ କର୍ମୀ ଙ୍କୁ ଧନ୍ୟବାଦ ଅର୍ପଣ କରିଲାପରେ ସଭାପତି ସଭା କାର୍ଯ୍ୟକ୍ରମକୁ ସାଙ୍ଗ କରିଥିଲେ l

Leave a Reply

Your email address will not be published. Required fields are marked *