ଭଗବାନ ସତ୍ୟସାଇ ବାବାଙ୍କ ୧୦୦ ତମ ଜନ୍ମ ଜୟନ୍ତୀ ପାଳିତ

କୋଣାର୍କ,୨୩.୧୧-କୋଣାର୍କ ନାଟ ମଣ୍ଡପ ନିକଟରେ ଥିବା ସତ୍ୟସାଇ ସେବା ସମିତି ପକ୍ଷରୁ ଭଗବାନ ସତ୍ୟସାଇ ବାବାଙ୍କ ୧୦୦ ତମ ଜନ୍ମ ଜୟନ୍ତୀ ଧୁମଧାମରେ ପାଳିତ ହୋଇଯାଇଛି। ସକାଳୁ ନଗର ସଙ୍କୀର୍ତ୍ତନ ସହ ଶୋଭାଯାତ୍ରା, ପୂଜାପାଠ, ପ୍ରାର୍ଥନା ଗୁରୁମନ୍ତ୍ର ଆଦି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।

ଏହି ଅବସରରେ ୧୦୦ ଜଣ ଅସହାୟ ବ୍ୟକ୍ତି ବିଶେଷ ମାନଙ୍କୁ ଶୀତ ବସ୍ତ୍ର କମ୍ବଳ ବଣ୍ଟନ କରାଯିବା ସହ ପ୍ରସାଦ ସେବନ ବ୍ୟବସ୍ତା କରାଯାଇଥିଲେ। ଏହି କାର୍ଯ୍ୟକ୍ରମରେ ୫୦୦ ରୁ ଉର୍ଦ୍ଧ୍ବ ବ୍ୟକ୍ତିବିଶେଷ ମାନେ ଯୋଗ ଦେଇଥିଲେ।

Leave a Reply

Your email address will not be published. Required fields are marked *