ମଣିଭଦ୍ରା ବିଶ୍ଵଶାନ୍ତି ମହାଯଜ୍ଞ ଉଦଘାଟିତ

ଗଣିଆ -ଗଣିଆ ବ୍ଳକ ମଣିଭଦ୍ରା ପାହାଡ ପାଦଦେଶରେ ଅବସ୍ଥିତ ମା କଳାପାଟ ଠାକୁରାଣୀଙ୍କ ବିଜେସ୍ଥଳୀଠାରେ ବିଶ୍ଵଶାନ୍ତି ମହାଯଜ୍ଞ ଉଦଘାଟିତ ହୋଇଯାଇଛି । ସତ୍ୟ, ଶାନ୍ତି ସେବା ଟ୍ରଷ୍ଟର ସଦସ୍ୟ ତଥା ମାଳତିପୁଟ ଗ୍ରାମବାସୀ ଏକତ୍ରିତ ହୋଇ ମହାନଦୀରୁ ୧୦୮ କଳସ ଉଠାଇ ଏକ ବିଶାଳ ଶୋଭାଯାତ୍ରାରେ ଯଜ୍ଞ ମଣ୍ଡପରେ ପହଞ୍ଚିଥିଲେ । ମା’ଙ୍କ ମନ୍ଦିରରେ ପୂଜାର୍ଚ୍ଚନା କରିବା ପରେ ଯଜ୍ଞ କାର୍ଯ୍ୟ ଆରମ୍ଭ ହୋଇଥିଲା । ମୁଖ୍ୟ ମଞ୍ଚରେ ସନ୍ଧ୍ୟା ସମୟରେ ପ୍ରବଚନ,ଭଜନ ସମାରୋହ ସହିତ ହନୁମାନ ଚାଳିଶା ପାଠ କରାଯାଇଥିଲା ।

ପ୍ରତିବର୍ଷ ଓଢଣୀ ଷଷ୍ଠୀ ଠାରୁ ଏହି ଯାତ୍ରା ଆରମ୍ଭ ହେଉଥିବା ବେଳେ ଚଳିତ ବର୍ଷ ମଧ୍ୟ ଏଠାରେ ଲକ୍ଷାଧିକ ଭକ୍ତଙ୍କ ସମାଗମ ହେବାର ସମ୍ଭାବନା ଥିବାରୁ ଜିଲ୍ଲା ପ୍ରଶାସନ ତରଫରୁ ସମସ୍ତ ପଦକ୍ଷେପ ଗ୍ରହଣ କରାଯାଇଛି । ପ୍ରାକୃତିକ ପରିବେଶ ମଧ୍ୟରେ ଉକ୍ତ ସ୍ଥାନଟି ଥିବାରୁ ରାଜ୍ୟ ବାହାରୁ ପର୍ଯ୍ୟଟକ ତଥା ଭକ୍ତମାନେ ଉପସ୍ଥିତ ରହି ମେଳା,ରାମଦୋଳି ସାଙ୍ଗକୁ ଯାତ୍ରାର ମଜା ନେଉଛନ୍ତି । ୪ ଦିନ ଧରି ଘୃତ ଯଜ୍ଞ,ଅନ୍ନଯଜ୍ଞ, ବସ୍ତ୍ରଦାନ,ସାଧୁମେଳା ଆଦି ଅନୁଷ୍ଠିତ ହେବ । ଗଣିଆର ଗଣପର୍ବ ମଣିଭଦ୍ରା ବିଶ୍ଵଶାନ୍ତି ମହାଯଜ୍ଞ ପାଇଁ ଜିଲ୍ଲା ପ୍ରଶାସନ ତରଫରୁ ବ୍ୟାପକ ବନ୍ଦୋବସ୍ତ ଏବଂ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି ।

Leave a Reply

Your email address will not be published. Required fields are marked *