ବାର୍ଷିକ କ୍ରୀଡା ଉତ୍ସବ

ପୁରୀ-ତା୨୨୵୧୧୵୨୦୨୫ ସ୍ଥାନୀୟ ସରସ୍ଵତୀ ଶିଶୁବିଦ୍ୟାମନ୍ଦିର,ମାରୁତିନଗର ପୁରୀର ୨୦୨୫-୨୬ ଶିକ୍ଷାବର୍ଷ ବାର୍ଷିକ କ୍ରିଡା ଦୁଇଦିନ ଧରି ଗୋପାପୁର ସ୍ଥିତ କ୍ରିଡା ପ୍ରାନ୍ତରରେ ଅନୁଷ୍ଠିତ ହୋଇ ଯାଇଛି। ଉଦଘାଟନ ଉତ୍ସବରେ ପୁରୀ ସଂକୁଳ ସଂଯୋଜକ ଶ୍ରୀଯୁକ୍ତ ପ୍ରସନ୍ନ କୁମାର ପ୍ରଧାନ ଯୋଗ ଦେଇ ଶିଶୁ ଦିନକୁ ଅତିକମ୍ ରେ ୧ ଘଣ୍ଟା କ୍ରିଡ଼ା ପ୍ରତି ରୁଚି ରଖିଲେ ସର୍ବଦା ସୁସ୍ଥ ରହିବ ବୋଲି ମତବ୍ୟକ୍ତ କରିଥିଲେ।ଅନୁଷ୍ଠାନର ସଭାପତି ଡାକ୍ତର ମହେଶ୍ବର ଦାଶ ସମ୍ପାଦକ ଶ୍ରୀଯୁକ୍ତ ସରୋଜ କୁମାର ସେଠୀ ଓ କୋଷାଧ୍ୟକ୍ଷ ଶ୍ରୀଯୁକ୍ତ ପ୍ରଭାତ କୁମାର ପ୍ରଧାନ ଯୋଗ ଦେଇ ଥିଲେ।ଉଦଯାପନ ଉତ୍ସବରେ ମୁଖ୍ଯ ଅତିଥି ଭାବେ ବରିଷ୍ଠ ସେବାୟତ ଶ୍ରୀଯୁକ୍ତ ଗଣେଶ୍ଵର ମହାସୂଆର ,ସମାଜସେବୀ ତଥା ଆଇନଜୀବୀ ଶ୍ରୀଯୁକ୍ତ କୃଷ୍ଣଚନ୍ଦ୍ର ଦାସଙ୍କ ସମେତ ପରିଚାଳନା

ସମିତିର ସମସ୍ତ କାର୍ଯ୍ଯକର୍ତ୍ତା ଯୋଗଦାନ କରି ବିଭିନ୍ନ ବିଭାଗରେ କୃତିତ୍ବ ଲାଭ କରିଥିବା ଶିଶୁ ଭାଇଭଉଣୀ ଙ୍କୁ ପୁରସ୍କାର ପ୍ରଦାନ କରିଥିଲେ।ଉକ୍ତ କାର୍ଯ୍ୟକ୍ରମକୁ ଆଚାର୍ଯ୍ଯା ଶ୍ରୀମତୀ ଅନୀତା ଜେନା ପରିଚାଳନା କରିବା ସହ ପ୍ରଧାନାଚାର୍ଯ୍ଯ ଶ୍ରୀଯୁକ୍ତ ବିନୋଦ କୁମାର ସେନାପତି ମହାପ୍ରଭୁଙ୍କ ଅପାର କରୁଣାରୁ ୨ ଦିନ ଧରି ଚାଲିଥିବା ଉକ୍ତ କାର୍ଯ୍ୟକ୍ରମ ସୁଚାରୁରୂପେ ସମାପନ ହୋଇ ଥିବାରୁ ସମସ୍ତଙ୍କୁ ଧନ୍ୟବାଦ ପ୍ରଦାନ କରିଥିଲେ।

Leave a Reply

Your email address will not be published. Required fields are marked *