ରଘୁନାଥପୁର ରେ ପୂର୍ବତନ ମୁଖ୍ୟମନ୍ତ୍ରୀ ନବକୣଷ୍ଣଚୈଧୁରୀ ଙ୍କ ୧୭୫ତମ ଜୟନ୍ତୀ ଉତ୍ସବ।

ରଘୁନାଥପୁର ତା ୨୩/୧୧:-ଜଗତସିଂହପୁର ଜିଲ୍ଲା ରଘୁନାଥପୁର ବ୍ଲକ ଜଗନ୍ନାଥପୁର ବଜାର ମଦନମୋହନ ମଠ ପ୍ରାଙ୍ଗଣରେ ରବିବାର ଗାଜିବାଦୀ ଦେଶସେବକ ମହାନଜନନେତା ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ଵର୍ଗତ ନବକୣଷ୍ଣ ଚୈଧୁରୀଙ୍କ ୧୭୫ ତମ ଜନ୍ମଜୟନ୍ତୀ ଉତ୍ସବ ରଘୁନାଥପୁର ଶାଖାପକ୍ଷରୁ ଅନୁଷ୍ଠିତ ହୋଇଯାଇଛି। ବରିଷ୍ଠ ଶିକ୍ଷାବିତ ସୁ୍ରେଶଚନ୍ଦ୍ର ରାଉତ ଙ୍କ ସଭାପତିତ୍ୱ ରେ ଆୟୋଜିତ ସଭାରେ ସ୍ତମ୍ଭକାର ପ୍ରଦିପ୍ତ କୁମାର ଆଚାର୍ଯ୍ୟ ମୁଖ୍ୟଅତିଥିଭାବେ ଯୋଗଦେଇ ସ୍ବର୍ଗତ ଚୈଧୂରୀ ଥିଲେ ସମାଜର ଜଣେ ଦିର୍ଗଦର୍ଶକ ତାଙ୍କ କାର୍ଯ୍ୟ ଧାରାକୁ ଆମ୍ଭେମାନେ ଅନୁଶରଣ କରିବା ର ଆବଶ୍ୟକତା ରହିଛି ବୋଲି ମତବ୍ୟକ୍ତ କରିଥିଲେ। ଅନ୍ୟତମ ଅତିଥି ମାନଙ୍କ ମଧ୍ୟରେ ସରୋଜ କୁମାର ସାହୁ,ବାବାଜୀ ଚରଣ ସାହୁ,ଗାନ୍ଧୀବାଦୀନେତା ପବିତ୍ର ମିଶ୍ର,ବିଜନ ମହାପାତ୍ର,ସମାଜ ମିଶନ ସଂଗଠନର ସରିତ ମହାପାତ୍ର,ହେମନ୍ତ ସାହୁ,ରମାରଂଜନ ସ୍ଵାଇଁ,ଆଇନଜୀବୀ ଗଗନ ଚନ୍ଦ୍ର ଦାଶ,ବିକାଶ ମହାନ୍ତି ପ୍ରମୁଖ ଯୋଗଦେଇ ମହାନ ଦେଶସେବକ ସ୍ଵର୍ଗୀୟ ଶ୍ରୀ ଚୈଧୂରୀଙ୍କ ଗୁଣଗାନକରିବାସହ ଓଡିଶା ନିଶାନିବାରଣ କ୍ଷେତ୍ରରେ ତାଙ୍କର ଆଜୀବନ ସଂଗ୍ରାମ ସମ୍ପର୍କ ରେ ଆଲୋକପାତ କରି ୧୯୫୬ମସିହାରେ ତାଙ୍କଦ୍ବାରା ପ୍ରଣିତ ଆଇନକୁ ସରକାର କାର୍ଯ୍ୟକାରୀ କରିବା ଉପରେ ଗୂରୁତ୍ବ ଆରବ କରାଯାଇଥିଲା।ଶେଷରେ ସମାସେବୀ ଆର୍ତ୍ତତ୍ରାଣ ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ।

Leave a Reply

Your email address will not be published. Required fields are marked *